ନୂଆ ଖବର ସବୁ ପଢ଼ିଛି
ଲୋଡ୍ ହେଉଛି...
ଈଶ୍ବରଙ୍କ ବ୍ୟତୀତ କାହାକୁ ଡରେନା | ସ୍ପଷ୍ଟ ଓ ନିରପେକ୍ଷତା ଆମର ପ୍ରୟାସ
Latest News
ଗୁରୁତର ଆହତ ମାନସିକ ଭିନ୍ନକ୍ଷମ ଙ୍କ ସମେତ ୭ ଜଣଙ୍କୁ ଉଦ୍ଧାର କଲା ବ୍ୟାସ ଫାଉଣ୍ଡେସନ ❯❯ ପାରାଦୀପ ବନ୍ଦରର ଅବସରପ୍ରାପ୍ତ ଅଧିକାରୀ ବିଭୂତି ଭୂଷଣ ମହାନ୍ତିଙ୍କ ପରଲୋକ ❯❯ ନବରଙ୍ଗପୁର ଜିଲ୍ଲା ରେ ବେଆଇନି ମଦ ବିକ୍ରି କୁ ବିରୋଧ, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା। ❯❯ ଏଫସିଆଇ ୟୁନିଅନ ଦ୍ବାରା ବର୍ଦ୍ଧିତ ୧୩୨ ଟଙ୍କା କୁ ପ୍ରତ୍ୟାଖ୍ୟାନ କଲା ପାରାଦ୍ଵୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ । ❯❯ ପାରାଦ୍ୱୀପ ରେ ଭୁଶୁଡି ପଡିଛି ଟ୍ରାଫିକି ବ୍ୟବସ୍ତା,ଦୁର୍ଘଟଣା ରେ ଚାଲି ଯାଉଛି ନିରୀହ ଜୀବନ ❯❯ ପାରାଦୀପରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ❯❯ ରାଜ୍ୟ ଦୃଷ୍ଟିବାଧିତ ଓ ପାରା ଜୁଡୋ ଚମ୍ପିୟନସିପ୍ ଉଦଯାପିତ ❯❯ ଅଭିନୟ ଜଗତରେ ନିଷ୍ଠା, ସାଧନା ଓ ସମର୍ପଣର ପାଇଁ ବିଶିଷ୍ଟ ଅଭିନେତା ଶ୍ରୀ ଶ୍ରୀମନ୍ ନାରାୟଣ ମିଶ୍ର ଓଲିଉଡ଼୍ ନିଉଜ ଦ୍ୱାରା ସମ୍ବର୍ଦ୍ଧିତ ❯❯ ଦିଲ୍ଲୀ ପବ୍ଲିକ ସ୍କୁଲର ମୂନ କାର୍ଯ୍ୟକ୍ରମରେ କୂଟନୀତି, ନେତୃତ୍ୱ ଓ ବିଶ୍ୱସ୍ତରୀୟ ଦୃଷ୍ଟିକୋଣ ଉତ୍ସବ ❯❯ ଢିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ତିନିଟି ଗ୍ରାମ ପଞ୍ଚାୟତରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଲକ୍ଷ୍ୟରେ JSW ଉତ୍କଳ ଷ୍ଟିଲ୍ ଓ JSW ଫାଉଣ୍ଡେସନ୍ ପକ୍ଷରୁ ଜରୁରୀକାଳୀନ OPD ସେବା ଆରମ୍ଭ ❯❯

ପାରାଦ୍ୱୀପରେ ପୂଜା ମହୋତ୍ସବ ଅଞ୍ଚଳରେ ସ୍ୱଚ୍ଛତା ଅଭିଯାନ

sumanta swain | 21 Sep 2026 | 9 min read | 41 views

pozecon
News Prime Odisha
ପାରାଦ୍ୱୀପ ( ଏନ. ପି.ଓ ) : ସ୍ୱଚ୍ଛତା ହିଁ ସେବା” ବାର୍ତ୍ତାକୁ ନେଇ ପାରାଦ୍ୱୀପ ପୌରପାଳିକା ଓ ରୋଟାରୀ କ୍ଲବ ମିଳିତ ଆନୁକୂଲ୍ୟରେ ରବିବାର ସକାଳେ ଏକ ସାମୁହିକ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଥିଲା। ପାରାଦ୍ୱୀପର କମଳା ସିନେମା ହଲ ନିକଟସ୍ଥ ସାମ୍ବାଦିକ ପ୍ରକୋଷ୍ଠ ଠାରୁ କଲେଜ ଛକ ପର୍ଯ୍ୟନ୍ତ ରାସ୍ତା, ବିଶ୍ୱକର୍ମା ପୂଜା ପେଣ୍ଡାଲ ନିକଟସ୍ଥ ଅଞ୍ଚଳରେ ସଫେଇ କାର୍ଯ୍ୟ କରାଯାଇଥିଲା। ସୂଚନାଥାଉକି ଏହି ପୂଜା ମହୋତ୍ସବରେ ଲକ୍ଷାଧିକ ଜନସମାଗମ ଦୃଷ୍ଟିରୁ ବହୁ ଅଳିଆ ଆବର୍ଜନା କୁ ଦୈନିକ ପୌରପାଳିକା ପକ୍ଷରୁ ସଫେଇ କରାଯାଉଥିବା ବେଳେ ଏହି କାର୍ଯ୍ୟକୁ ବ୍ୟାପକ କରିବାକୁ ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମ ଉଦ୍ଦିଷ୍ଟ l
ଏହି ଅଭିଯାନରେ ପାରାଦ୍ୱୀପର ଏନ୍‌ସିସି କ୍ୟାଡେଟ୍‌, ଏନ୍‌ସିସି ଆଲୁମୁନି ସଦସ୍ୟ, ମହିଳା କଲ୍ୟାଣ ଟ୍ରଷ୍ଟ ସମେତ ବହୁ ସ୍ୱେଚ୍ଛାସେବୀ ମିଳିତ ଭାବେ ସାମିଲ ହୋଇ ରାସ୍ତାକଡ଼ ଓ ପୂଜାସ୍ଥଳୀ ନିକଟରେ ପଡ଼ିଥିବା ଅଳିଆ ଆବର୍ଜନା ସଫା କରିଥିଲେ। ଏଥିସହିତ ସାଧାରଣ ଲୋକଙ୍କୁ ସ୍ୱଚ୍ଛତା ପ୍ରତି ସଚେତନ କରାଇବା ସହ ନିଜ ଅଞ୍ଚଳକୁ ସଫା ରଖିବା ପାଇଁ ଆହ୍ୱାନ ଦିଆଯାଇଥିଲା।
ଏହି କାର୍ଯ୍ୟକ୍ରମରେ ପାରାଦ୍ୱୀପ ରୋଟାରୀ କ୍ଲବର ସଭାପତି ଅକ୍ଷୟ ଚନ୍ଦ୍ର ସୁତାର, ସମ୍ପାଦକ ଇଂ. କାଳୀ ପ୍ରସାଦ ମିଶ୍ର, ରୋଟାରିଆନ୍ ଅଲେଖ ଚନ୍ଦ୍ର ସାହୁ, ଡା.ଦୁର୍ଗା ପ୍ରସାଦ ସେଠୀ, କୈଳାସ ମହାରଣା,ପାରାଦ୍ୱୀପ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା, ବରିଷ୍ଠ ପାରିଷଦ ଅଜିତ କୁମାର ଷଡ଼ଙ୍ଗୀ, ପରିମଳ ବିଶେଷଜ୍ଞ ପ୍ରୀତିରଞ୍ଜନ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ପାରାଦ୍ୱୀପ କଲେଜ ଏନ୍‌ସିସି ଆଲୁମୁନି ଆସୋସିଏସନ ର ଉପଦେଷ୍ଟା ଲେଫ୍ଟନାଣ୍ଟ ଅକ୍ଷୟ ଚନ୍ଦ୍ର ମିଶ୍ର, ସଭାପତି ଅମ୍ବିକା ପ୍ରସାଦ ମହାପାତ୍ର, କାର୍ଯ୍ୟକାରୀ ସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ ସମେତ ବହୁ ଏନ୍‌ସିସି ଆଲୁମୁନି ସଦସ୍ୟ, କ୍ୟାଡେଟ୍‌ ଓ ସ୍ୱେଚ୍ଛାସେବୀ ଯୋଗଦେଇଥିଲେ। ଅଭିଯାନରେ ଯୋଗଦେଇଥିବା ସମସ୍ତେ ସ୍ୱଚ୍ଛତା କେବଳ ପୌରପାଳିକାର ଦାୟିତ୍ୱ ନୁହେଁ, ବରଂ ପ୍ରତ୍ୟେକ ନାଗରିକଙ୍କର ସାମାଜିକ ଦାୟିତ୍ୱ ବୋଲି ମତ ପ୍ରକାଶ କରିଥିଲେ। ପୂଜା ପରେ ସୃଷ୍ଟି ହେଉଥିବା ଆବର୍ଜନାକୁ ଏଣେତେଣେ ନପକାଇ ନିର୍ଦ୍ଦିଷ୍ଟ ସ୍ଥାନରେ ପକାଇବା ଏବଂ ପାରାଦ୍ୱୀପକୁ ସ୍ୱଚ୍ଛ, ସୁନ୍ଦର ଓ ସୁସ୍ଥ ରଖିବା ପାଇଁ ସମସ୍ତେ ମିଳିତ ଭାବେ ଦାୟିତ୍ୱ ନେବାକୁ ଆହ୍ୱାନ ଦିଆଯାଇଥିଲା। “ସ୍ୱଚ୍ଛ ପାରାଦ୍ୱୀପ, ସୁସ୍ଥ ପାରାଦ୍ୱୀପ” ଗଠନ ଲକ୍ଷ୍ୟରେ ଏଭଳି ମିଳିତ ସ୍ୱଚ୍ଛତା ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଉପସ୍ଥିତ ସ୍ୱେଚ୍ଛାସେବୀମାନେ କହିଥିଲେ।
© 2026 News Prime Odisha | Content is protected under the Copyright Act, 1957

Comments (0)

Loading comments...