ନୂଆ ଖବର ସବୁ ପଢ଼ିଛି
ଲୋଡ୍ ହେଉଛି...
ଈଶ୍ବରଙ୍କ ବ୍ୟତୀତ କାହାକୁ ଡରେନା | ସ୍ପଷ୍ଟ ଓ ନିରପେକ୍ଷତା ଆମର ପ୍ରୟାସ
Latest News
ଗୁରୁତର ଆହତ ମାନସିକ ଭିନ୍ନକ୍ଷମ ଙ୍କ ସମେତ ୭ ଜଣଙ୍କୁ ଉଦ୍ଧାର କଲା ବ୍ୟାସ ଫାଉଣ୍ଡେସନ ❯❯ ପାରାଦୀପ ବନ୍ଦରର ଅବସରପ୍ରାପ୍ତ ଅଧିକାରୀ ବିଭୂତି ଭୂଷଣ ମହାନ୍ତିଙ୍କ ପରଲୋକ ❯❯ ନବରଙ୍ଗପୁର ଜିଲ୍ଲା ରେ ବେଆଇନି ମଦ ବିକ୍ରି କୁ ବିରୋଧ, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା। ❯❯ ଏଫସିଆଇ ୟୁନିଅନ ଦ୍ବାରା ବର୍ଦ୍ଧିତ ୧୩୨ ଟଙ୍କା କୁ ପ୍ରତ୍ୟାଖ୍ୟାନ କଲା ପାରାଦ୍ଵୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ । ❯❯ ପାରାଦ୍ୱୀପ ରେ ଭୁଶୁଡି ପଡିଛି ଟ୍ରାଫିକି ବ୍ୟବସ୍ତା,ଦୁର୍ଘଟଣା ରେ ଚାଲି ଯାଉଛି ନିରୀହ ଜୀବନ ❯❯ ପାରାଦୀପରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ❯❯ ରାଜ୍ୟ ଦୃଷ୍ଟିବାଧିତ ଓ ପାରା ଜୁଡୋ ଚମ୍ପିୟନସିପ୍ ଉଦଯାପିତ ❯❯ ଅଭିନୟ ଜଗତରେ ନିଷ୍ଠା, ସାଧନା ଓ ସମର୍ପଣର ପାଇଁ ବିଶିଷ୍ଟ ଅଭିନେତା ଶ୍ରୀ ଶ୍ରୀମନ୍ ନାରାୟଣ ମିଶ୍ର ଓଲିଉଡ଼୍ ନିଉଜ ଦ୍ୱାରା ସମ୍ବର୍ଦ୍ଧିତ ❯❯ ଦିଲ୍ଲୀ ପବ୍ଲିକ ସ୍କୁଲର ମୂନ କାର୍ଯ୍ୟକ୍ରମରେ କୂଟନୀତି, ନେତୃତ୍ୱ ଓ ବିଶ୍ୱସ୍ତରୀୟ ଦୃଷ୍ଟିକୋଣ ଉତ୍ସବ ❯❯ ଢିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ତିନିଟି ଗ୍ରାମ ପଞ୍ଚାୟତରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଲକ୍ଷ୍ୟରେ JSW ଉତ୍କଳ ଷ୍ଟିଲ୍ ଓ JSW ଫାଉଣ୍ଡେସନ୍ ପକ୍ଷରୁ ଜରୁରୀକାଳୀନ OPD ସେବା ଆରମ୍ଭ ❯❯

ଡିଏଭି ପବ୍ଲିକ୍ ସ୍କୁଲ, ପାରାଦ୍ବୀପ ପୋର୍ଟରେ ଗାନ୍ଧି-ଶାସ୍ତ୍ରୀ ଜୟନ୍ତୀରେ ସେବା, ସ୍ୱଚ୍ଛତା ଓ ଦେଶପ୍ରେମର ବାର୍ତ୍ତା

sumanta swain | 02 Oct 2026 | 7 min read | 44 views

pozecon
News Prime Odisha
ପାରାଦ୍ୱୀପ ( ଏନ. ପି.ଓ ) : ଡ଼ିଏଭି ପବ୍ଲିକ୍ ସ୍କୁଲ, ପାରାଦ୍ବୀପ ପୋର୍ଟ ପରିସରରେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଶ୍ରଦ୍ଧା ଓ ଉତ୍ସାହର ସହ ପାଳିତ ହୋଇଯାଇଛି । ଏହି ଅବସରରେ ଇକୋ କ୍ଲବ୍ ପକ୍ଷରୁ ସ୍ୱଚ୍ଛତା ଅଭିଯାନ ଆୟୋଜିତ ହୋଇଥିଲା । ସ୍କାଉଟ୍ ଓ ଗାଇଡ୍‌ର ଛାତ୍ରଛାତ୍ରୀମାନେ ରକ୍ତଦାନ ସଚେତନତା ରାଲି ମାଧ୍ୟମରେ ରକ୍ତଦାନର ମହତ୍ତ୍ୱ ସମ୍ପର୍କରେ ସଚେତନତାର ବାର୍ତ୍ତା ପ୍ରସାର କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଓ ସାମାଜିକ ଦାୟିତ୍ୱବୋଧ ବୃଦ୍ଧି ପାଇଁ ‘Run for DAV’ ମଧ୍ୟ ଆୟୋଜିତ ହୋଇଥିଲା l ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୀବନ, ଆଦର୍ଶ ଓ ଦେଶ ପାଇଁ ଅବଦାନ ଉପରେ ଏକ ତଥ୍ୟଭିତ୍ତିକ ଚଳଚ୍ଚିତ୍ର (ଡକ୍ୟୁମେଣ୍ଟାରୀ ଭିଡିଓ) ଛାତ୍ରଛାତ୍ରୀଙ୍କୁ ପ୍ରଦର୍ଶିତ କରାଯାଇଥିଲା । ଏହାପରେ ଶିକ୍ଷକ ଓ ଛାତ୍ରୀ ସାଂସ୍କୃତିକ ସଚିବଙ୍କ ଦ୍ୱାରା ପ୍ରେରଣାଦାୟୀ ଭାଷଣ ପ୍ରଦାନ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ନାଟ୍ୟାଭିନୟ ଏବଂ ମନମୁଗ୍ଧକର ଦଳୀୟ ସଙ୍ଗୀତ କାର୍ଯ୍ୟକ୍ରମକୁ ଆହୁରି ଆକର୍ଷଣୀୟ କରିଥିଲା l ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳି ହୋତା ତାଙ୍କ ଅଭିଭାଷଣରେ ଗାନ୍ଧିଜୀଙ୍କ ସତ୍ୟ, ଅହିଂସା ଓ ସ୍ୱଚ୍ଛତାର ଆଦର୍ଶ ଏବଂ ଶାସ୍ତ୍ରୀଜୀଙ୍କ ସରଳତା, ଶୃଙ୍ଖଳା ଓ ଦେଶସେବାର ମୂଲ୍ୟବୋଧକୁ ଛାତ୍ରଛାତ୍ରୀମାନେ ନିଜ ଜୀବନରେ ଅନୁସରଣ କରିବାକୁ ଆହ୍ୱାନ ଜଣାଇଥିଲେ I ଶେଷରେ ଶିକ୍ଷୟିତ୍ରୀ ସ୍ମୃତିରେଖା ସାହୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିବା ସମସ୍ତ ଶିକ୍ଷକ, ଛାତ୍ରଛାତ୍ରୀ ଓ ସହଯୋଗୀମାନଙ୍କୁ କୃତଜ୍ଞତା ଜଣାଇଥିଲେ l ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଆଦର୍ଶକୁ ସ୍ମରଣ କରିବା ସହିତ ଛାତ୍ରଛାତ୍ରୀଙ୍କ ମନରେ ସ୍ୱଚ୍ଛତା, ସେବା, ଶୃଙ୍ଖଳା ଓ ଦେଶପ୍ରେମର ଭାବନା ଜାଗ୍ରତ କରାଯାଇଥିଲା l
© 2026 News Prime Odisha | Content is protected under the Copyright Act, 1957

Comments (0)

Loading comments...