ପାରାଦୀପ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ପାଳିତ
sumanta swain | 27 Sep 2026 | 5 min read | 47 views
News Prime Odisha
ପାରାଦ୍ୱୀପ ( ଏନ. ପି.ଓ ) : ପାରାଦୀପ ମହାବିଦ୍ୟାଳୟ ପକ୍ଷରୁ ଜାତୀୟ ସେବା ଯୋଜନା ଦିବସ ଯୁକ୍ତ ୨ ଓ ୩ କଳା,ବାଣିଜ୍ୟ,ବିଜ୍ଞାନ ବିଭାଗର ସ୍ବେଛାସେବୀ ମାନଙ୍କୁ ନେଇ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ.ସସ୍ମିତା ଶତପଥୀ ନିଜର ଅଭିଭାଷଣରେ 'ଉତ୍ତମ ସମାଜ ଗଠନରେ ସ୍ୱେଚ୍ଛାସେବୀଙ୍କ ଭୂମିକା' ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିବା ସହିତ ଶପଥ ପାଠ କରାଇଥିଲେ । ଦର୍ଶନ ବିଭାଗର ବିଭାଗୀୟ ମୁଖ୍ୟ ବ୍ରହ୍ମାନନ୍ଦ ବିଶ୍ବାଳ (ଏନ୍.ଏସ୍.ଏସ୍) ଏହି ଦିବସ ପାଳନର ଲକ୍ଷ୍ୟ, ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଉକ୍ତ ସଭାରେ ଇତିହାସ ବିଭାଗ ମୁଖ୍ୟ ଅକ୍ଷୟ ଚନ୍ଦ୍ର ମିଶ୍ର ଛାତ୍ର ସମାଜ ଦେଶର ପ୍ରଗତିରେ କିପରି ସହାୟକ ହେବେ ସେ ସମ୍ପର୍କରେ ମତ ପ୍ରଦାନ କରିଥିଲେ । ଇତିହାସ ବିଭାଗର ଅନ୍ୟତମ ଅଧ୍ୟାପକ ଡ଼ଃ.କୃଷ୍ଣଚନ୍ଦ୍ର ଦାସ ନିଜର ସୁଚିନ୍ତିତ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ସଂଘମିତ୍ରା ପ୍ରଧାନ ସଭା ପରିଚାଳନା କରିଥିଲେ । ଶେଷରେ ସହଯୋଗୀ ଅଧିକାରୀ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଅଧ୍ୟାପିକା କାଦମ୍ବିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ସଭାରେ ବହୁ ଛାତ୍ରଛାତ୍ରୀ, ମହାବିଦ୍ୟାଳୟ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

