ନୂଆ ଖବର ସବୁ ପଢ଼ିଛି
ଲୋଡ୍ ହେଉଛି...
ଈଶ୍ବରଙ୍କ ବ୍ୟତୀତ କାହାକୁ ଡରେନା | ସ୍ପଷ୍ଟ ଓ ନିରପେକ୍ଷତା ଆମର ପ୍ରୟାସ
Latest News
ଗୁରୁତର ଆହତ ମାନସିକ ଭିନ୍ନକ୍ଷମ ଙ୍କ ସମେତ ୭ ଜଣଙ୍କୁ ଉଦ୍ଧାର କଲା ବ୍ୟାସ ଫାଉଣ୍ଡେସନ ❯❯ ପାରାଦୀପ ବନ୍ଦରର ଅବସରପ୍ରାପ୍ତ ଅଧିକାରୀ ବିଭୂତି ଭୂଷଣ ମହାନ୍ତିଙ୍କ ପରଲୋକ ❯❯ ନବରଙ୍ଗପୁର ଜିଲ୍ଲା ରେ ବେଆଇନି ମଦ ବିକ୍ରି କୁ ବିରୋଧ, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା। ❯❯ ଏଫସିଆଇ ୟୁନିଅନ ଦ୍ବାରା ବର୍ଦ୍ଧିତ ୧୩୨ ଟଙ୍କା କୁ ପ୍ରତ୍ୟାଖ୍ୟାନ କଲା ପାରାଦ୍ଵୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ । ❯❯ ପାରାଦ୍ୱୀପ ରେ ଭୁଶୁଡି ପଡିଛି ଟ୍ରାଫିକି ବ୍ୟବସ୍ତା,ଦୁର୍ଘଟଣା ରେ ଚାଲି ଯାଉଛି ନିରୀହ ଜୀବନ ❯❯ ପାରାଦୀପରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ❯❯ ରାଜ୍ୟ ଦୃଷ୍ଟିବାଧିତ ଓ ପାରା ଜୁଡୋ ଚମ୍ପିୟନସିପ୍ ଉଦଯାପିତ ❯❯ ଅଭିନୟ ଜଗତରେ ନିଷ୍ଠା, ସାଧନା ଓ ସମର୍ପଣର ପାଇଁ ବିଶିଷ୍ଟ ଅଭିନେତା ଶ୍ରୀ ଶ୍ରୀମନ୍ ନାରାୟଣ ମିଶ୍ର ଓଲିଉଡ଼୍ ନିଉଜ ଦ୍ୱାରା ସମ୍ବର୍ଦ୍ଧିତ ❯❯ ଦିଲ୍ଲୀ ପବ୍ଲିକ ସ୍କୁଲର ମୂନ କାର୍ଯ୍ୟକ୍ରମରେ କୂଟନୀତି, ନେତୃତ୍ୱ ଓ ବିଶ୍ୱସ୍ତରୀୟ ଦୃଷ୍ଟିକୋଣ ଉତ୍ସବ ❯❯ ଢିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ତିନିଟି ଗ୍ରାମ ପଞ୍ଚାୟତରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଲକ୍ଷ୍ୟରେ JSW ଉତ୍କଳ ଷ୍ଟିଲ୍ ଓ JSW ଫାଉଣ୍ଡେସନ୍ ପକ୍ଷରୁ ଜରୁରୀକାଳୀନ OPD ସେବା ଆରମ୍ଭ ❯❯

ସମ୍ବଲପୁରରେ ନକଲି ସିମ୍‌ କାରବାର ଠାବ, ୩ ଅଭିଯୁକ୍ତ ଗିରଫ

News Prime Odisha | 24 Sep 2026 | 7 min read | 37 views

pozecon
News Prime Odisha
ସମ୍ବଲପୁର ( ଏନ. ପି.ଓ ) : ସମ୍ବଲପୁର ସାଇବର ଥାନା ପୋଲିସ ନକଲି ସିମ୍‌ କାର୍ଡ ପ୍ରସ୍ତୁତ କରି ବିକ୍ରି କରୁଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ପଞ୍ଚପୁଟର ସୂରଜ ବାଗ (୨୪), ସିନାପାଲିର ମାଳତୀ ଓରାମ ଓରଫ ମାଳା (୨୯) ଏବଂ ସମ୍ବଲପୁର ମୋତିଝରଣର ପାପୁ ଓରଫ ଶେଖ ପରୱେଜ (୩୨) । ସମ୍ବଲପୁର ସାଇବର ଥାନା ମାମଲା ନଂ-୩୪, ତା. ୨୨.୦୯.୨୦୨୬ର ତଦନ୍ତ ବେଳେ ଏହି ନକଲି ସିମ୍‌ କାରବାର ସାମ୍ନାକୁ ଆସିଥିଲା । ଅଭିଯୁକ୍ତମାନେ ଗ୍ରାହକଙ୍କ ପରିଚୟ ପତ୍ର ଓ ଅନ୍ୟାନ୍ୟ କାଗଜପତ୍ର ବ୍ୟବହାର କରି ଗୋଟିଏ ନମ୍ବର ବଦଳରେ ଏକାଧିକ ସିମ୍‌ ପ୍ରସ୍ତୁତ କରୁଥିଲେ । ଗ୍ରାହକଙ୍କୁ ଗୋଟିଏ ସିମ୍‌ ଦେବା ପରେ ଅତିରିକ୍ତ ସିମ୍‌ଗୁଡ଼ିକୁ ନିଜ ପାଖରେ ରଖି ଅନ୍ୟମାନଙ୍କୁ ବିକ୍ରି କରୁଥିଲେ । ତଦନ୍ତରୁ ଜଣାପଡ଼ିଛି ଯେ, ଏହିପରି ଭାବେ ପ୍ରସ୍ତୁତ କିଛି ସିମ୍‌ ଝାଡ଼ଖଣ୍ଡର ଜାମତାରା ଅଞ୍ଚଳରେ ସାଇବର ଅପରାଧରେ ବ୍ୟବହୃତ ହେଉଥିଲା । ସିମ୍‌ ବିକ୍ରିରୁ ମିଳୁଥିବା ଅର୍ଥ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ମଧ୍ୟରେ ବଣ୍ଟାଯାଉଥିବା ନେଇ ମଧ୍ୟ ତଥ୍ୟ ମିଳିଛି । ଅଭିଯୁକ୍ତମାନଙ୍କ ନିକଟରୁ ୪ ଟି ମୋବାଇଲ୍‌ ଫୋନ୍‌, ୪ଟି ସକ୍ରିୟ ସିମ୍‌, ୧୨୦ଟି ସିଲ୍‌ ଥିବା ଖାଲି ଏୟାରଟେଲ୍‌ ସିମ୍‌ କାର୍ଡ, ୩ଟି ବ୍ୟାଙ୍କ ପାସ୍‌ବୁକ୍‌, ଚେକ୍‌ବୁକ୍‌, ଆଧାର କାର୍ଡ, ଗୋଟିଏ ଫୋନ୍‌ପେ କ୍ୟୁଆର୍‌ କୋଡ୍‌ ସ୍କାନର, ୪ଟି ଆଫିଡେଭିଟ୍‌, ଘରଭଡ଼ା ଚୁକ୍ତିପତ୍ର, ୧୦ଟି ଏୟାରଟେଲ୍‌ ପାମ୍ପଲେଟ୍‌ ଓ ୪ଟି ଏୟାରଟେଲ୍‌ ୫ଜି ପ୍ଲସ୍‌ ସାଇନ୍‌ବୋର୍ଡ ଜବତ କରାଯାଇଛି । ଏହି ନେଟୱର୍କରେ ଆଉ କେଉଁମାନେ ସମ୍ପୃକ୍ତ, କେତେ ସିମ୍‌ ପ୍ରସ୍ତୁତ ହୋଇଛି, କାହାକୁ ଯୋଗାଇ ଦିଆଯାଇଛି ଏବଂ କେତେ ପରିମାଣରେ ଅର୍ଥ କାରବାର ହୋଇଛି ସେନେଇ ପୋଲିସ ତଦନ୍ତ ଜାରି ରଖିଛି । ଜାମତାରା ସହ ଏହି ନେଟୱର୍କର ସମ୍ପର୍କ ନେଇ ମଧ୍ୟ ତଦନ୍ତ କରାଯାଉଛି ।
© 2026 News Prime Odisha | Content is protected under the Copyright Act, 1957

Comments (0)

Loading comments...