କୃଷ୍ନାନନ୍ଦପୁର ପୋଲିସ ହାତରେ ସାଇବର ଲୁଟେରା
sumanta swain | 18 Oct 2026 | 8 min read | 131 views
News Prime Odisha
ତିର୍ତୋଲ ( ଏନ. ପି.ଓ ) : ସରକାର ଡିଜିଟାଲ ଇଣ୍ଡିଆ ମାଧ୍ୟମରେ ସରକାରୀ ସେବା ଲୋକଙ୍କ ଦୁଆର ମୁହଁରେ ପହଞ୍ଚାଇବା ପାଇଁ ଜନସେବା କେନ୍ଦ୍ର ର ପରିକଳ୍ପନା କରିଥିଲେ | ଆଗରୁ ଗୋଟେ ଜାତି/ଆୟ/ବାସିନ୍ଦା ପ୍ରମାଣପତ୍ର ପାଇଁ ତହସିଲ ଅଫିସ, ବ୍ଲକ ଅଫିସ ଦୌଡିବାକୁ ପଡୁଥିଲା। ଏବେ ନିଜ ପଞ୍ଚାୟତର ଜନସେବା ଏବଂ ମୋସେବା କେନ୍ଦ୍ରରେ ହିଁ ମିଳିବ। ଅନ୍ୟ ପକ୍ଷରେ ଗୋଟିଏ ଛାତ ତଳେ ସବୁ ସେବା ମିଳିବା ସହିତ ଦଲାଲ ଓ ଦୁର୍ନୀତି କମାଇବା ଅନଲାଇନ ସିଷ୍ଟମ ହେଲେ ଟ୍ରାନ୍ସପାରେନ୍ସି ବଢିବ ଏବଂ ଯୁବକମାନଙ୍କୁ ରୋଜଗାର ମିଳିବ, ସହଜରେ କହିବାକୁ ଗଲେ - ଲୋକେ ସରକାରୀ ଅଫିସ ପଛରେ ନ ଦୌଡି, ସରକାରୀ ସେବା ଲୋକଙ୍କ ପାଖକୁ ଯିବ | ହେଲେ ସେହି ଜନସେବା କେନ୍ଦ୍ର ଆଜି ସାଧାରଣ ଜନତାଙ୍କୁ ଲୁଟିବାର ମାଧ୍ୟମ ସାଜିଥିବା ଦେଖିବାକୁ ମିଳିଛି | ଏମିତି ଏକ ଘଟଣା ଦେଖିବାକୁ ମିଳିଛି କୃଷ୍ନାନନ୍ଦପୁର ଥାନା ଅଧୀନ କୃଷ୍ନାନନ୍ଦପୁର ବଜାର ଠାରେ ଥିବା ଏକ ଜନସେବା କେନ୍ଦ୍ରରେ | ଲୋକମାନଙ୍କୁ ବିଭିନ୍ନ ମାଧ୍ୟମରେ ଲକ୍ଷାଧିକ ଟଙ୍କା ଲୁଟି ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି ଦୁଇ ଭାଇ | ସୂଚନା ଅନୁସାରେ କୃଷ୍ନାନନ୍ଦପୁର ବଜାର ଠାରେ ଏକ ଜନସେବା କେନ୍ଦ୍ର ଶାଖା ଖୋଲିଥିଲେ ଆଖୁନମହଲା ଗ୍ରାମର ଶେଖ ଆବୁସୋଫୟାନ, ତାଙ୍କ ସାନ ଭାଇ ଶେଖ ଅବୁ କଲାମ ଯୁସୁଫ କୁ ପରିଚାଳନା ଦାୟିତ୍ୱ ଦେଇଥିଲେ, ଦୁଇ ଭାଇ ଲକ୍ଷାଧିକ ଟଙ୍କା ଲୁଟିଥଲେ ବିଭିନ୍ନ ଉପାୟରେ, ଏହି ଲୁଟ ପାଇଁ ଦୁଇ ଭାଇ ଜଣେ କର୍ମଚାରୀ ସେକ ଅନୱାର ଇକବାଲ କୁ ନିଯୁକ୍ତ କରିଥିଲେ | ଯେଉଁ ଲୋକ କେୱାଇସି କରିବାକୁ ଆସିଗଲା ଏହି ଜନସେବା କେନ୍ଦ୍ରକୁ ତାକୁ ଅତି ସହଜରେ ଲୁଟୁଥିଲେ ଦୁଇଭାଇ |ଏକାଧିକ ଲୋକଙ୍କ ଅଭିଯୋଗ ପରେ ଜଗତସିଂହପୁର ସାଇବର ଥାନା ଏବଂ କୃଷ୍ନାନନ୍ଦପୁର ଥାନା ପକ୍ଷରୁ ଦୁଇ ଭାଇ ଶେଖ ଅବୁ ସୋଫୟାନ ଏବଂ ସେଖ ଅବୁ କଲାମ ଯୁସୁଫ କୁ କଟକ ରୁ ଗିରଫ କରାଯାଇଥିଲା, ପ୍ରାଥମିକ ତଦନ୍ତରୁ ଦୁଇ ଭାଇ ଶତାବନ ଲକ୍ଷ ତେପନ ହଜାର ଲୁଟିଥିବା ନେଇ ତିର୍ତ୍ତୋଲ ଏସଡିପିଓ ଅଜୟ ଦାସ ସୂଚନା ଦେଇଛନ୍ତି | ଦୁଇ ଭାଇଙ୍କ ଡାକ୍ତରୀ ମଇନା ପରେ ବିଚାର ବିଭାଗୀୟ ହାଜତ କୁ ପଠା ଯାଇଥିବା ବେଳେ ତଦନ୍ତ ଜାରୀ ରହିଛି ଆଗାମୀ ଦିନରେ ଏହି ନେଟୱାର୍କ ରେ ସାମିଲ ଥିବା ଅନ୍ୟମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି |
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

