ସ୍ୱଚ୍ଛତା ସଚେତନତା ପାଇଁ ପାରାଦୀପ ବନ୍ଦର ପ୍ରାଧିକାରଣ ର ସ୍ୱତନ୍ତ୍ର ଅଭିଯାନ
sumanta swain | 02 Oct 2026 | 5 min read | 40 views
News Prime Odisha
ପାରାଦ୍ୱୀପ ( ଏନ. ପି.ଓ ) : ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ଅବସରରେ ପାରାଦୀପ ବନ୍ଦର ପ୍ରାଧିକରଣ ଉପାଧ୍ୟକ୍ଷ ଶ୍ରୀ ଟି.ଭେନୁ ଗୋପାଲ ଅକ୍ଟୋବର ୨ ଶୁକ୍ରବାର ଦିନ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଓଡ଼ିଶା ସରକାରଙ୍କ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ମାନ୍ୟବର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଏହି ଅବସରରେ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ୬.୦ ସ୍ୱତନ୍ତ୍ର ଅଭିଯାନ ର ଏକ ଅଂଶବିଶେଷ ଭାବରେ, ସ୍ୱଚ୍ଛତା, ନାଗରିକ ଦାୟିତ୍ୱ ଏବଂ ସାମୂହିକ ଅଂଶଗ୍ରହଣର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ 'ସ୍ୱଚ୍ଛତା ରଥ' ମଧ୍ୟ ଶୁଭାରମ୍ଭ କରାଯାଇଥିଲା। 'ସ୍ୱଚ୍ଛତା ହିଁ ସେବା' ପ୍ରତିଯୋଗିତାର ବିଜେତାମାନଙ୍କୁ ଶ୍ରୀ ଟି. ଭେନୁ ଗୋପାଳ ସମ୍ମାନିତ କରି ସ୍ୱଚ୍ଛତା ଅଭିଯାନ ପ୍ରତି ସେମାନଙ୍କର ଉତ୍ସାହ ଏବଂ ଅବଦାନକୁ ପ୍ରଶଂସା କରିଥିଲା। ଏହି ପଦକ୍ଷେପ ଯୁବପିଢ଼ିଙ୍କୁ ନାଗରିକ ଦାୟିତ୍ୱ ଗ୍ରହଣ କରିବାକୁ ଏବଂ ଏକ ପରିଷ୍କାର ତଥା ସ୍ୱାସ୍ଥ୍ୟକର ଭବିଷ୍ୟତ ଗଠନରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ପ୍ରୋତ୍ସାହିତ କରିଥିଲା l ଏହି କାର୍ଯ୍ୟକ୍ରମ ଏହି ସ୍ୱଚ୍ଛତା ବାର୍ତ୍ତା କେବଳ ଏକ ଅଭିଯାନ ନୁହେଁ, ବରଂ ଏହା ଏକ ସାମୂହିକ ଦାୟିତ୍ୱ ଏବଂ ଜୀବନଧାରାର ଏକ ମାର୍ଗ ଅଟେ।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

