ନୂଆ ଖବର ସବୁ ପଢ଼ିଛି
ଲୋଡ୍ ହେଉଛି...
ଈଶ୍ବରଙ୍କ ବ୍ୟତୀତ କାହାକୁ ଡରେନା | ସ୍ପଷ୍ଟ ଓ ନିରପେକ୍ଷତା ଆମର ପ୍ରୟାସ
Latest News
ଗୁରୁତର ଆହତ ମାନସିକ ଭିନ୍ନକ୍ଷମ ଙ୍କ ସମେତ ୭ ଜଣଙ୍କୁ ଉଦ୍ଧାର କଲା ବ୍ୟାସ ଫାଉଣ୍ଡେସନ ❯❯ ପାରାଦୀପ ବନ୍ଦରର ଅବସରପ୍ରାପ୍ତ ଅଧିକାରୀ ବିଭୂତି ଭୂଷଣ ମହାନ୍ତିଙ୍କ ପରଲୋକ ❯❯ ନବରଙ୍ଗପୁର ଜିଲ୍ଲା ରେ ବେଆଇନି ମଦ ବିକ୍ରି କୁ ବିରୋଧ, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା। ❯❯ ଏଫସିଆଇ ୟୁନିଅନ ଦ୍ବାରା ବର୍ଦ୍ଧିତ ୧୩୨ ଟଙ୍କା କୁ ପ୍ରତ୍ୟାଖ୍ୟାନ କଲା ପାରାଦ୍ଵୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ । ❯❯ ପାରାଦ୍ୱୀପ ରେ ଭୁଶୁଡି ପଡିଛି ଟ୍ରାଫିକି ବ୍ୟବସ୍ତା,ଦୁର୍ଘଟଣା ରେ ଚାଲି ଯାଉଛି ନିରୀହ ଜୀବନ ❯❯ ପାରାଦୀପରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ❯❯ ରାଜ୍ୟ ଦୃଷ୍ଟିବାଧିତ ଓ ପାରା ଜୁଡୋ ଚମ୍ପିୟନସିପ୍ ଉଦଯାପିତ ❯❯ ଅଭିନୟ ଜଗତରେ ନିଷ୍ଠା, ସାଧନା ଓ ସମର୍ପଣର ପାଇଁ ବିଶିଷ୍ଟ ଅଭିନେତା ଶ୍ରୀ ଶ୍ରୀମନ୍ ନାରାୟଣ ମିଶ୍ର ଓଲିଉଡ଼୍ ନିଉଜ ଦ୍ୱାରା ସମ୍ବର୍ଦ୍ଧିତ ❯❯ ଦିଲ୍ଲୀ ପବ୍ଲିକ ସ୍କୁଲର ମୂନ କାର୍ଯ୍ୟକ୍ରମରେ କୂଟନୀତି, ନେତୃତ୍ୱ ଓ ବିଶ୍ୱସ୍ତରୀୟ ଦୃଷ୍ଟିକୋଣ ଉତ୍ସବ ❯❯ ଢିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ତିନିଟି ଗ୍ରାମ ପଞ୍ଚାୟତରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଲକ୍ଷ୍ୟରେ JSW ଉତ୍କଳ ଷ୍ଟିଲ୍ ଓ JSW ଫାଉଣ୍ଡେସନ୍ ପକ୍ଷରୁ ଜରୁରୀକାଳୀନ OPD ସେବା ଆରମ୍ଭ ❯❯

ଜଗତସିଂହପୁର ଜିଲ୍ଲାରେ ବନ୍ୟା ଜନିତ ପରିସ୍ଥିତି ର ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନର ତ୍ୱରିତ ପଦକ୍ଷେପ

sumanta swain | 29 Sep 2026 | 13 min read | 48 views

pozecon
News Prime Odisha
ଜଗତସିଂହପୁର ( ଏନ. ପି.ଓ ) : ଲଘୁଚାପ ପ୍ରଭାବରେ ଗତ କିଛି ଦିନ ଲଗାଣ ବର୍ଷା ଯୋଗୁଁ ଜିଲ୍ଲାରେ ବନ୍ୟା ସ୍ଥିତି ଉପୁଜିଛି । ଜିଲ୍ଲାରେ ବନ୍ୟା ଜନିତ ସ୍ଥିତି ନିମନ୍ତେ ଗତକାଲି ଜିଲ୍ଲାପାଳ ଶ୍ରୀ ଜେ ସୋନାଲ କ୍ଷେତ୍ରୀୟ ପରିଦର୍ଶନ କରିବା ସହ ଅଧିକାରୀମାନଙ୍କ ସହିତ ସମୀକ୍ଷା କରି ବିଭାଗୀୟ ଅଧିକାରୀ ମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଆଜି ଅପରାହ୍ନ ୪.୦୦ ଘଟିକା ସୁଦ୍ଧା ଜିଲ୍ଲା ଜରୁରୀ ବିଭାଗ ପକ୍ଷରୁ ପ୍ରାପ୍ତ ସୂଚନା ଅନୁଯାୟୀ ଜିଲ୍ଲାରେ ବନ୍ୟାଜଳ ପ୍ରବାହିତ ହେବା ଯୋଗୁ ଜିଲ୍ଲାର କୁଜଙ୍ଗ ଓ ତିର୍ତ୍ତୋଲ ବ୍ଲକର ୧୦ଟି ଗ୍ରାମ ପଞ୍ଚାୟତ ଏବଂ ୧୨ଟି ଗ୍ରାମ ପ୍ରଭାବିତ ହୋଇଛି । ଏହି ବନ୍ୟା ପରିସ୍ଥିତି ଯୋଗୁଁ ମୋଟ ୧୯୩୮ ଜଣ ଲୋକ ପ୍ରଭାବିତ ହୋଇଥିବାବେଳେ, ସୁରକ୍ଷା ଦୃଷ୍ଟିରୁ ୮୨୨ ଜଣଙ୍କୁ ସ୍ଥାନାନ୍ତର କରାଯାଇ ୬ଟି ରିଲିଫ୍ କେନ୍ଦ୍ରରେ ରଖାଯାଇଛି । ଏହି ସମସ୍ତ ରିଲିଫ୍ କେନ୍ଦ୍ରରେ ୮୨୨ ଜଣଙ୍କୁ ମାଗଣା ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ୬ ଟି ଫ୍ରୀ କିଚେନ ସେଣ୍ଟର୍ ରେ ଲୋକମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି । ରିପୋର୍ଟ ଅନୁଯାୟୀ, ଏପର୍ଯ୍ୟନ୍ତ କୌଣସି ମାନବୀୟ ମୃତ୍ୟୁ କିମ୍ବା ପଶୁଧନର ମୃତ୍ୟୁ ଘଟିନାହିଁ ।
ଜରୁରୀକାଳୀନ ରିଲିଫ୍ ଭାବେ ଏପର୍ଯ୍ୟନ୍ତ ୯.୫୦ କିଲୋଗ୍ରାମ୍ ଚୁଡ଼ା, ୧.୬୦ କିଲୋଗ୍ରାମ୍ ଗୁଡ଼/ଚିନି ଏବଂ ୪୦ଟି ପଲିଥିନ୍ ରୋଲ୍ ବଣ୍ଟନ କରାଯାଇଛି। ଏହା ସହିତ ୨୦ ପ୍ୟାକେଟ୍ ମହମବତୀ ଏବଂ ୧୦ ବଣ୍ଡଲ୍ ଦିଆସିଲି ଯୋଗାଇ ଦିଆଯାଇଛି । ଲୋକଙ୍କ ଚିକିତ୍ସା ସେବା ପାଇଁ ୩ଟି ମେଡିକାଲ୍ ଟିମ୍ ଏବଂ ପଶୁ ଚିକିତ୍ସା ସେବା ପାଇଁ ୫ଟି ପ୍ରାଣୀ ଚିକିତ୍ସା ଟିମ୍ ନିୟୋଜିତ କରାଯାଇଛି ।ଜରୁରୀକାଳୀନ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ୪ଟି ଡଙ୍ଗା/ବୋଟ୍ ନିୟୋଜିତ ହୋଇଛି । ପାନୀୟ ଜଳ ଯୋଗାଣ ପାଇଁ ୩ଟି ଜଳ ଟ୍ୟାଙ୍କର ବ୍ୟବସ୍ଥା କରାଯାଇଛି ।

ବନ୍ୟା ପରିସ୍ଥିତିରେ ପ୍ରାଣୀ ସମ୍ପଦର ସୁରକ୍ଷା ଓ ପଶୁପାଳକଙ୍କୁ ଆବଶ୍ୟକ ସହାୟତା ପ୍ରଦାନ ଉଦ୍ଦେଶ୍ୟରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଳକରେ ୧୫ କ୍ୱିଣ୍ଟାଲ ଗୋ-ଖାଦ୍ୟ ଓ ୨୦ କ୍ୱିଣ୍ଟାଲ ସବୁଜ ଚାରା ଏବଂ ତିର୍ତ୍ତୋଲ ବ୍ଲକରେ ୯ କ୍ୱିଣ୍ଟାଲ ଗୋ -ଖାଦ୍ୟ ଓ ୧୩ କ୍ୱିଣ୍ଟାଲ ସବୁଜ ଚାରା ବଣ୍ଟନ କରାଯାଇଛି ।

ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାର ବିଭିନ୍ନ ବ୍ଲକରେ ୬ଟି ମୋବାଇଲ ମେଡିକାଲ ଟିମ୍ (MMT) ଏବଂ ୯ଟି ରାପିଡ୍ ରେସ୍ପନ୍ସ ଟିମ୍ (RRT) ନିୟୋଜିତ କରାଯାଇଛି । ୨ ଜଣ ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ସ୍ଵାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତରିତ କରାଯାଇଛି । ଜିଲ୍ଲାର ବିଭିନ୍ନ ବ୍ଲକରେ ମୋଟ ୨୪୯୫ଟି କୂଅରେ ପାଣି ବିଶୋଧନ କରାଯାଇଛି । ଜିଲ୍ଲାରେ ବନ୍ୟା/ଜଳବନ୍ଦୀ ପରିସ୍ଥିତି ପାଇଁ ପର୍ଯ୍ୟାପ୍ତ ପରିମାଣରେ ଔଷଧ ଓ ଚିକିତ୍ସା ସାମଗ୍ରୀ ମହଜୁଦ ରହିଛି । କୁଜଙ୍ଗ ବ୍ଲକରେ ୨୯ଟି ସାମାନ୍ୟ ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଥିବା ସହ ୪୬ଟି ORS ବଣ୍ଟନ କରାଯାଇଛି ।

ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ରିଲିଫ୍, ଉଦ୍ଧାର ଓ ଆବଶ୍ୟକ ସେବା ଯୋଗାଣ କାର୍ଯ୍ୟ ଜାରି ରହିଛି । ସନ୍ଧ୍ୟା ୫ ଘଟିକା ସୁଦ୍ଧା ପ୍ରାପ୍ତ ସୂଚନା ଅନୁଯାୟୀ ବର୍ଷା ର ପ୍ରଭାବ କମିଥିବାରୁ ହୀରାକୁଦ ଜଳଭଣ୍ଡାର ର ୩ ଗେଟ୍ ବନ୍ଦ ସହ ୧୯ ଗେଟ୍ ଖୋଲା ରହିଛି।ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଥିବା ସହ ଆବଶ୍ୟକତା ଅନୁଯାୟୀ ତତ୍କାଳ ପଦକ୍ଷେପ ଗ୍ରହଣ କରାଯାଉଛି । ଜିଲ୍ଲାପାଳ ଆଜି ମଧ୍ୟ କ୍ଷେତ୍ରୀୟ ଅଧିକାରୀ ମାନଙ୍କ ସହ ବନ୍ୟା ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ ।
© 2026 News Prime Odisha | Content is protected under the Copyright Act, 1957

Comments (0)

Loading comments...