ନୂଆ ଖବର ସବୁ ପଢ଼ିଛି
ଲୋଡ୍ ହେଉଛି...
ଈଶ୍ବରଙ୍କ ବ୍ୟତୀତ କାହାକୁ ଡରେନା | ସ୍ପଷ୍ଟ ଓ ନିରପେକ୍ଷତା ଆମର ପ୍ରୟାସ
Latest News
ଗୁରୁତର ଆହତ ମାନସିକ ଭିନ୍ନକ୍ଷମ ଙ୍କ ସମେତ ୭ ଜଣଙ୍କୁ ଉଦ୍ଧାର କଲା ବ୍ୟାସ ଫାଉଣ୍ଡେସନ ❯❯ ପାରାଦୀପ ବନ୍ଦରର ଅବସରପ୍ରାପ୍ତ ଅଧିକାରୀ ବିଭୂତି ଭୂଷଣ ମହାନ୍ତିଙ୍କ ପରଲୋକ ❯❯ ନବରଙ୍ଗପୁର ଜିଲ୍ଲା ରେ ବେଆଇନି ମଦ ବିକ୍ରି କୁ ବିରୋଧ, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା। ❯❯ ଏଫସିଆଇ ୟୁନିଅନ ଦ୍ବାରା ବର୍ଦ୍ଧିତ ୧୩୨ ଟଙ୍କା କୁ ପ୍ରତ୍ୟାଖ୍ୟାନ କଲା ପାରାଦ୍ଵୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ । ❯❯ ପାରାଦ୍ୱୀପ ରେ ଭୁଶୁଡି ପଡିଛି ଟ୍ରାଫିକି ବ୍ୟବସ୍ତା,ଦୁର୍ଘଟଣା ରେ ଚାଲି ଯାଉଛି ନିରୀହ ଜୀବନ ❯❯ ପାରାଦୀପରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ❯❯ ରାଜ୍ୟ ଦୃଷ୍ଟିବାଧିତ ଓ ପାରା ଜୁଡୋ ଚମ୍ପିୟନସିପ୍ ଉଦଯାପିତ ❯❯ ଅଭିନୟ ଜଗତରେ ନିଷ୍ଠା, ସାଧନା ଓ ସମର୍ପଣର ପାଇଁ ବିଶିଷ୍ଟ ଅଭିନେତା ଶ୍ରୀ ଶ୍ରୀମନ୍ ନାରାୟଣ ମିଶ୍ର ଓଲିଉଡ଼୍ ନିଉଜ ଦ୍ୱାରା ସମ୍ବର୍ଦ୍ଧିତ ❯❯ ଦିଲ୍ଲୀ ପବ୍ଲିକ ସ୍କୁଲର ମୂନ କାର୍ଯ୍ୟକ୍ରମରେ କୂଟନୀତି, ନେତୃତ୍ୱ ଓ ବିଶ୍ୱସ୍ତରୀୟ ଦୃଷ୍ଟିକୋଣ ଉତ୍ସବ ❯❯ ଢିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ତିନିଟି ଗ୍ରାମ ପଞ୍ଚାୟତରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଲକ୍ଷ୍ୟରେ JSW ଉତ୍କଳ ଷ୍ଟିଲ୍ ଓ JSW ଫାଉଣ୍ଡେସନ୍ ପକ୍ଷରୁ ଜରୁରୀକାଳୀନ OPD ସେବା ଆରମ୍ଭ ❯❯

କଳିଙ୍ଗ ଷ୍ଟାଡିୟମରେ ୭୬ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍–୨୦୨୬ ଉଦଘାଟିତ

News Prime Odisha | 21 Sep 2026 | 12 min read | 66 views

pozecon
News Prime Odisha
ଭୁବନେଶ୍ୱର ( ଏନ. ପି.ଓ ) : ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆଜି ୭୬ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍–୨୦୨୬ର ଶୁଭାରମ୍ଭ ହୋଇଛି । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ତଥା ପୂର୍ବତନ ଆଇପିଏସ୍ ଅଧିକାରୀ ଶ୍ରୀ ପ୍ରକାଶ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାମ୍ପିୟନସିପ୍‌କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଅବସରରେ ଶ୍ରୀ ପ୍ରକାଶ ମିଶ୍ର କହିଥିଲେ ଯେ, ଭାରତୀୟ ହକିର ବିକାଶ ଓ ଲୋକପ୍ରିୟତାରେ ଓଡ଼ିଶାର ଅବଦାନ ଅତୁଳନୀୟ । ଭାରତୀୟ ହକି ଟିମ୍‌କୁ ରାଜ୍ୟ ସରକାରଙ୍କ ନିରନ୍ତର ପୃଷ୍ଠପୋଷକତା ଜାରି ରହିଛି । ଭାରତୀୟ ଜାତୀୟ ହକି ଟିମ୍‌ର ଜର୍ସିରେ ‘ଓଡ଼ିଶା’ ଲେଖାଯିବା ରାଜ୍ୟବାସୀଙ୍କ ପାଇଁ ଗୌରବର ବିଷୟ ବୋଲି ସେ କହିଥିଲେ । ଓଡ଼ିଶା ପୋଲିସର ମହିଳା ହକି ଦଳ ସର୍ବଭାରତୀୟ ପୋଲିସ ହକି ଟୁର୍ଣ୍ଣାମେଣ୍ଟରେ ତୃତୀୟ ସ୍ଥାନ ହାସଲ କରିବା ଉଲ୍ଲେଖନୀୟ ସଫଳତା ବୋଲି ଦର୍ଶାଇ ସେ ଆଗାମୀ ଦିନରେ ଓଡ଼ିଶା ପୋଲିସର ପୁରୁଷ ଓ ମହିଳା ହକି ଦଳ ଆହୁରି ସଫଳତା ହାସଲ କରିବେ ବୋଲି ଆଶା ପ୍ରକାଶ କରିଥିଲେ । ସେ ଆହୁରି କହିଥିଲେ ଯେ, ଏଭଳି କ୍ରୀଡ଼ା ପ୍ରତିଯୋଗିତା ପୋଲିସ ବିଭାଗରେ କାର୍ଯ୍ୟରତ କ୍ରୀଡ଼ାବିତମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଓ ଦଳଗତ ମନୋଭାବ ବୃଦ୍ଧି କରିବା ସହ ଅନୁଶାସନ ଏବଂ କର୍ତ୍ତବ୍ୟ ପ୍ରତି ଉତ୍ସର୍ଗୀକୃତ ମନୋଭାବକୁ ସୁଦୃଢ଼ କରିଥାଏ । ବିଭିନ୍ନ ଜିଲ୍ଲା, ରେଞ୍ଜ ଓ ବାଟାଲିୟନର ଖେଳାଳିମାନେ ଏକାଠି ଅଂଶଗ୍ରହଣ କରିବା ଦ୍ୱାରା ପୋଲିସ ବିଭାଗ ମଧ୍ୟରେ ସମନ୍ୱୟ ଓ ସହଯୋଗର ଭାବନା ଆହୁରି ଦୃଢ଼ ହେବ ବୋଲି ସେ କହିଥିଲେ । ଏହି ଚାମ୍ପିୟନସିପ୍‌ରେ ରାଜ୍ୟର ବିଭିନ୍ନ ରେଞ୍ଜ ଓ ବାଟାଲିୟନରୁ ୧୮ଟି ପୋଲିସ ଦଳର ୩୬୦ ଜଣ ଖେଳାଳି ଅଂଶଗ୍ରହଣ କରୁଛନ୍ତି । ପ୍ରତିଯୋଗିତା ଆସନ୍ତା ୨୫ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ । ଚାମ୍ପିୟନସିପ୍‌ର ପ୍ରଥମ ଦିନରେ ଅନୁଷ୍ଠିତ ମ୍ୟାଚ୍‌ଗୁଡ଼ିକରେ କମିଶନରେଟ୍–ବି ୬–୦ ଗୋଲ୍‌ରେ କୋରାପୁଟ ଜିଲ୍ଲାକୁ ପରାସ୍ତ କରିଥିଲା । ସେହିପରି ବ୍ରହ୍ମପୁର ଜିଲ୍ଲା ୩–୧ ଗୋଲ୍‌ରେ ଓଏସ୍‌ଏପି ୮ମ ବାଟାଲିୟନ୍, ଛତ୍ରପୁରକୁ ପରାସ୍ତ କରିଥିଲା । ଅନ୍ୟ ଏକ ମ୍ୟାଚ୍‌ରେ ୪ର୍ଥ ଆଇଆର୍ ବାଟାଲିୟନ୍, ଦେବଗଡ଼ ପେନାଲ୍ଟି ସୁଟ୍‌ଆଉଟ୍‌ରେ ୪–୨ ଗୋଲ୍‌ରେ ଓଏସ୍‌ଏପି ୩ୟ ବାଟାଲିୟନ୍, କୋରାପୁଟକୁ ପରାସ୍ତ କରିଥିବା ବେଳେ ଓଏସ୍‌ଏପି ୪ର୍ଥ ବାଟାଲିୟନ୍, ରାଉରକେଲା ୪–୦ ଗୋଲ୍‌ରେ ଓଆଇଏସ୍‌ଏଫ୍, ଭୁବନେଶ୍ୱରକୁ ପରାସ୍ତ କରିଥିଲା । ଉଦଘାଟନୀ ସମାରୋହରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର, ପୋଲିସ କମିଶନର, ଭୁବନେଶ୍ୱର–କଟକ ଡ଼ା. ଏସ୍. ଦେବଦତ୍ତ ସିଂ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏସ୍‌ଏପି) ଶ୍ରୀ ରାଜେଶ କୁମାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଶ୍ରୀ ପ୍ରତୀକ ମହାନ୍ତି, ଆଇଜିପି (କାର୍ମିକ) ଶ୍ରୀ ପ୍ରବୀଣ କୁମାର, ଅତିରିକ୍ତ ପୋଲିସ କମିଶନର, ଭୁବନେଶ୍ୱର–କଟକ ଶ୍ରୀ ନରସିଂହ ଭୋଳ, ଆଇଜିପି (କ୍ରାଇମବ୍ରାଞ୍ଚ) ଡ଼ା. ସାର୍ଥକ ଷଡ଼ଙ୍ଗୀ, ଆଇଜିପି (ପ୍ରୋଭିଜନିଂ) ଶ୍ରୀ ନୀତି ଶେଖର, ଆଇଜିପି (କେନ୍ଦ୍ରାଞ୍ଚଳ) ଡ଼ା. ସତ୍ୟଜିତ ନାଏକ, ସପ୍ତମ ବାଟାଲିୟନ୍ କମାଣ୍ଡାଣ୍ଟ ଶ୍ରୀ ପ୍ରଫୁଲ୍ଲ ସିଂ, ଡେପୁଟି କମାଣ୍ଡାଣ୍ଟ ଶ୍ରୀ ଅଦୈତ ପ୍ରଧାନ, ରାଜ୍ୟ ପୋଲିସ ମୁଖ୍ୟାଳୟର କ୍ରୀଡ଼ା ଅଧିକାରୀ ଶ୍ରୀ ନୀଳମାଧବ ସ୍ୱାଇଁଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।
© 2026 News Prime Odisha | Content is protected under the Copyright Act, 1957

Comments (0)

Loading comments...