ସେବା ସଂକଳ୍ପ ଅଭିଯାନ-୨୦୨୬” ଅବସରରେ ଏରସମା ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ*
sumanta swain | 28 Sep 2026 | 5 min read | 43 views
News Prime Odisha
ଏରସମା ( ଏନ. ପି.ଓ ) : ୧୭ ସେପ୍ଟେମ୍ବର ୧୭ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ପାଳନ କରାଯାଉଥିବା “ସେବା ସଂକଳ୍ପ ଅଭିଯାନ-୨୦୨୬” ଅବସରରେ “ସେବାରେ ମୋର ଯୋଗଦାନ” କାର୍ଯ୍ୟକ୍ରମ ଅନ୍ତର୍ଗତ ଏରସମା ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଏରସମା ପ୍ରାଣୀ ଚିକିତ୍ସାଳୟର ନୂତନ ଭାବେ ନିର୍ମାଣ କରାଯାଉଥିବା ଗୃହ ଓ ଏହା ଅଧିନସ୍ଥ ବିଭିନ୍ନ ପ୍ରାଣୀଧନ ସହାୟକ କେନ୍ଦ୍ର ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏରସମା ବ୍ଲକ ପ୍ରାଣିଚିକିତ୍ସା ଅଧିକାରୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏରସମା ବ୍ଲକ୍ର ବିଡିଓ ଶ୍ରୀ ଦାଶରଥୀ ଜେନା, ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ, ଏରସମା ପ୍ରାଣୀ ଚିକିତ୍ସାଳୟର ପ୍ରାଣୀ ଚିକିତ୍ସକ, ଅତିରିକ୍ତ ପ୍ରାଣୀ ଚିକିତ୍ସକ, ଭ୍ରାମ୍ୟମାଣ ପ୍ରାଣିଚିକିତ୍ସା ଅଧିକାରୀ ତଥା କର୍ମଚାରୀ ମାନେ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ । ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ବ୍ୟକ୍ତିମାନେ ଯୋଗଦେଇଥିଲେ । ପରିବେଶ ସୁରକ୍ଷା, ସବୁଜ ପରିବେଶ ସୃଷ୍ଟି ଏବଂ ସମାଜରେ ବୃକ୍ଷରୋପଣ ପ୍ରତି ସଚେତନତା ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ଅବସରରେ ଉପସ୍ଥିତ ସମସ୍ତେ ଅଧିକରୁ ଅଧିକ ଗଛ ଲଗାଇବା ସହ ଲଗାଯାଇଥିବା ଗଛଗୁଡ଼ିକର ଯତ୍ନ ନେବା ପାଇଁ ସଂକଳ୍ପ ନେଇଥିଲେ ।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

