ବିଶ୍ୱ ପର୍ଯ୍ୟଟନ ଦିବସରେ ପାରାଦୀପ ପୌରପାଳିକା ପକ୍ଷରୁ ସଫେଇ କାର୍ଯ୍ୟକ୍ରମ
sumanta swain | 27 Sep 2026 | 4 min read | 46 views
News Prime Odisha
ପାରାଦ୍ୱୀପ ( ଏନ. ପି.ଓ ) : ସେପ୍ଟେମ୍ବର ୨୭ ତାରିଖ ବିଶ୍ୱ ପର୍ଯ୍ୟଟନ ଅବସରରେ ପାରାଦୀପ ର ମୁଖ୍ୟ ପର୍ଯ୍ୟଟନ ସ୍ଥଳ ନେହେରୁ ବଙ୍ଗଳା ମୁହାଁଣ ନିକଟରେ ପାରାଦୀପ ପୌରପାଳିକା ପକ୍ଷରୁ ରବିବାର ସକାଳେ ଏକ ସାମୁହିକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପୌରାଧ୍ୟକ୍ଷ ବସନ୍ତ ବିଶ୍ଵାଳ ଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା, ମନ୍ତ୍ରୀଙ୍କ ସ୍ଥାନୀୟ ପ୍ରତିନିଧି ସର୍ବେଶ୍ୱର ବଳିୟାରସିଂହ, ପାରିଷଦ ସୁବ୍ରତ ପ୍ରଧାନ, ଅଜିତ ଷଢଙ୍ଗୀ, ନେହେରୁବଙ୍ଗଳା ଏସଏଚଜି ର ମହିଳା ଓ ସ୍ଥାନୀୟ ଯୁବକ ମାନଙ୍କ ସହଯୋଗରେ ଏହି ସ୍ୱଚ୍ଛ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଥିଲା lତେବେ ଆଗକୁ ପର୍ଯ୍ୟଟନ ଋତୁ ଆସୁଥିବାରୁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ମହାନଦୀ ମୁହାଁଣ କୁ ବଣଭୋଜୀ କରିବାକୁ ପ୍ରତ୍ୟକ ବର୍ଷ ଆସିଥାନ୍ତି l ତେଣୁ ଆଜିର ଏହି ସ୍ୱଛତା କାର୍ଯ୍ୟକ୍ରମରେ ଏହି ପର୍ଯ୍ୟଟନ ସ୍ଥଳୀ କୁ ପଲିଥିନ ମୁକ୍ତ, ନିଶାମୁକ୍ତ ଏବଂ ଆବର୍ଜନା ମୁକ୍ତ ରଖିବାକୁ ଉପସ୍ଥିତ ସମସ୍ତ ସ୍ବେଛାସେବୀ ସଂକଳ୍ପ କରିଥିଲେ l
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

