ପାରାଦୀପ ରେ ପଲିଥିନ ବିରୋଧୀ ଚଢ଼ାଉ : ୨୦୦ କେଜି ରୁ ଉର୍ଦ୍ଧ ପଲିଥିନ ଜବତ
sumanta swain | 15 Oct 2026 | 6 min read | 206 views
News Prime Odisha
ପାରାଦ୍ୱୀପ ( ଏନ. ପି.ଓ ) : ପାରାଦୀପ ରେ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ ଓ ପଲିଥିନ ମୁକ୍ତ କରିବା ଲକ୍ଷ୍ୟରେ ପାରାଦୀପ ପୌରପାଳିକା ପକ୍ଷରୁ ଚଢ଼ାଉ ଅଭିଯାନକୁ ଜୋରଦାର । ଗତକାଲି ପୌରପାଳିକା ଅନ୍ତର୍ଗତ ବାଉରିଆପାଳନ୍ଦା ଅଞ୍ଚଳରେ ବିଭିନ୍ନ ଦୋକାନ ଉପରେ ଚଢ଼ାଉ କରାଯାଇ ପଲିଥିନ, ଥର୍ମୋକୋଲ୍ ଓ ଅନ୍ୟାନ୍ୟ ନିଷିଦ୍ଧ ସାମଗ୍ରୀ ଜବତ କରାଯିବା ସହ ଦୋକାନୀମାନଙ୍କଠାରୁ ଜରିମାନା ଆଦାୟ କରାଯାଇଥିଲା। ପରେ ଅଠରବାଙ୍କୀ ମାର୍କେଟର ଗୋଟିଏ ଦୋକାନରୁ ୨୦୦ କିଲୋଗ୍ରାମରୁ ଊର୍ଦ୍ଧ୍ୱ ପଲିଥିନ ଜବତ କରାଯାଇଥିଲା। ପୁନର୍ବାର ଏଭଳି ନିଷିଦ୍ଧ ସାମଗ୍ରୀ ବିକ୍ରି କଲେ ଦୋକାନ ବନ୍ଦ କରିବା ସହ ବଡ଼ ପରିମାଣର ଜୋରିମାନା ଆଦାୟ କରାଯିବ ବୋଲି ପୌରପାଳିକାର ଏନ୍ଫୋର୍ସମେଣ୍ଟ ଅଧିକାରିଣୀ ଗୀତାଞ୍ଜଳି ଦାସ ଚେତାବନୀ ଦେଇଥିଲେ l ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡାଙ୍କ ନିର୍ଦ୍ଦେଶରେ ଏହି ଚଢ଼ାଉ । ପାରାଦୀପ କୁ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ମୁକ୍ତ କରିବା ପାଇଁ ପୌରପାଳିକା ପ୍ରତିବଦ୍ଧ ବୋଲି ଶ୍ରୀ ପଣ୍ଡା । ଏଥିସହ ପଲିଥିନର ଭୟାବହତା ସମ୍ପର୍କରେ ଜନସାଧାରଣ ସଚେତନ ହେବା ସହ ଏହାର ବିକଳ୍ପ ବ୍ୟବହାର କରିବାକୁ ସେz ଆହ୍ୱାନ ଦେଇଛନ୍ତି। ଏହି ଚଢ଼ାଉରେ ପାରାଦୀପ ପୌରପାଳିକାର ସ୍ୱଚ୍ଛତା ରାଷ୍ଟ୍ରଦୂତ ଅମ୍ବିକା ପ୍ରସାଦ ମହାପାତ୍ର ମଧ୍ୟ ସାମିଲ । ସେ ବ୍ୟବସାୟୀମାନଙ୍କୁ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍, ପ୍ଲାଷ୍ଟିକ୍ ଗ୍ଲାସ୍, ଚାମଚ ଓ ଥର୍ମୋକୋଲ୍ରେ ତିଆରି ସାମଗ୍ରୀ ବ୍ୟବହାର ନକରିବା ପାଇଁ ସଚେତନ ।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

