ପାରାଦୀପ ପୌରପାଳିକା ପକ୍ଷରୁ ସ୍ୱଚ୍ଛ ଭାରତ ଦିବସ ତଥା ଗାନ୍ଧୀ ଜୟନ୍ତୀ ପାଳିତ : ସମ୍ବର୍ଦ୍ଧିତ ହେଲେ ପ୍ରତିଭା
sumanta swain | 02 Oct 2026 | 9 min read | 30 views
News Prime Odisha
ପାରାଦ୍ୱୀପ ( ଏନ. ପି.ଓ ) : ପ୍ରତି ବର୍ଷ ଅକ୍ଟୋବର ୨ ତାରିଖ ମହାତ୍ମା ଗାନ୍ଧୀ ଙ୍କ ଜନ୍ମ ଜୟନ୍ତୀ ଅବସରରେ ସ୍ଵଚ୍ଛ ଭାରତ ଦିବସ ସାରା ଦେଶରେ ପାଳନ କରାଯାଇଥାଏ l ଏହି ପରିପ୍ରେକ୍ଷୀରେ ପାରାଦ୍ଵୀପ ପୌରପାଳିକା ପକ୍ଷରୁ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଅଛି। ଅକ୍ଟୋବର ୦୨ ଶୁକ୍ରବାର ଦିନ ଗାନ୍ଧୀ ଜୟନ୍ତୀ ଅବସରରେ, ଅତିରିକ୍ତ ଜିଲ୍ଲାପାଳ, ପାରାଦ୍ଵୀପଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅବସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମୁଖରେ ପୌରାଧ୍ୟକ୍ଷ ବସନ୍ତ ବିଶ୍ଵାଳ ଙ୍କ ସଭାପତିତ୍ୱରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ପାରାଦ୍ଵୀପ ପୌର ପାଳିକା ଦ୍ୱାରା ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ଜୋଡି ହୋଇଥିବା ୫୦୦ଜଣ ସ୍ଵଚ୍ଛ କର୍ମୀ, ସଫେଇ ମିତ୍ର , ଅଙ୍ଗନଓ୍ବାଡି ସହକର୍ମୀ ମାନଙ୍କୁ ସମ୍ବର୍ଦ୍ଧନା କାରାଯାଇଥିଲା । ଏହା ସହିତ, ବିଜୁ ମେମୋରିଆଲ ଚିକିତ୍ସାଳୟର ଅଧିକ୍ଷକ, ଡା. ବସନ୍ତ କୁମାର ରାଉତ, ସାଇ ଚିକିତ୍ସାଳୟ ଅଧିକ୍ଷକ ଡା.ଅରବିନ୍ଦ ନାୟକ, ପରିବେଶବିତ୍ ଅମରେଶ ନରେଶ ସାମନ୍ତ, ସମାଜସେବୀ ବିଶ୍ଵଜିତ୍ ସାମଲ, ସମାଜସେବୀ ପ୍ରଭାସ ରଞ୍ଜନ ସ୍ଵାଇଁଙ୍କୁ ମଧ୍ଯ ସମ୍ବର୍ଦ୍ଧନା କରାଯାଇ ଥିଲା Iଏହି ସମ୍ବର୍ଦ୍ଧନା ସଭାରେ ସ୍ଥାନୀୟ ବିଧାୟକ ତଥା ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ କହିଥିଲେ ଯେ ସ୍ୱଚ୍ଛତା ଏକ ସାମୁହିକ ଦାୟିତ୍ୱ l ଆମକୁ ସୁସ୍ଥ ଓ ନିରୋଗ ରହିବାକୁ ହେଲେ ସ୍ୱଚ୍ଛତାକୁ ମୁଖ୍ୟ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ହେବ l ଏହି କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ଭାବେ ପାରାଦ୍ଵୀପର ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା,ରାଜ୍ୟ ପ୍ରଦୂଷଣ ଆଞ୍ଚଳିକ ଅଧିକାରିଣୀ ଶ୍ରୀମତୀ ବିବେଚିତା ଷଢଙ୍ଗୀ, ବିଜୁ ମେମୋରିୟାଲ ଚିକିତ୍ସାଳୟ ମୁଖ୍ୟ ଚିକିତ୍ସାଧିକାରୀ ଡା.ବସନ୍ତ କୁମାର ରାଉତ, ମାନ୍ୟବର ବିଧାୟକ ତଥା ମନ୍ତ୍ରୀ ଙ୍କ ପାରାଦ୍ୱୀପ ପ୍ରତିନିଧି ସର୍ବେଶ୍ୱର ବଳିଆରସିଂହ, ସମସ୍ତ ପାରିଷଦ ଓ ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଏକ ସାମୁହିକ ସ୍ୱଚ୍ଛତା ର ସପଥପାଠ କରାଯାଇଥିଲା l ଏହି ଅବସରରେ ପାରାଦୀପ ପୌର କଲ୍ୟାଣ ମଣ୍ଡପ ନିକଟରେ 'ଏକ ପେଡ୍ ମା କେ ନାମ' ଅଭିଯାନ ଅନ୍ତର୍ଗତ ମୁଖ୍ୟ ଅତିଥି ଶ୍ରୀ ସ୍ୱାଇଁ ଓ ସମସ୍ତ ସମ୍ମାନନୀୟ ଅତିଥି ମାନଙ୍କ ଦ୍ଵାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ଏହା ପରେ ସମସ୍ତ ଅତିଥି ଓ ସଫାଇ ମିତ୍ରଙ୍କ ପାଇଁ ବଡା ଖାନାର ବ୍ୟବସ୍ଥା କରାଯାଇ ଥିଲା I
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

