ଗ୍ରାମରେ ଅରାଜକତା ସୃଷ୍ଟିକାରି ଙ୍କ ବିରୁଦ୍ଧରେ ଆଇନ ଅନୁଯାଇ ଦଣ୍ଡବିଧାନ ଦାବିକଲେ ବଗଦିଆ ଗ୍ରାମବାସୀ
sumanta swain | 02 Oct 2026 | 7 min read | 27 views
News Prime Odisha
ପାରାଦ୍ୱୀପ ( ଏନ. ପି.ଓ ) : ଗ୍ରାମର ଠାକୁରାଣୀ ମନ୍ଦିର ରୁ କଳାକନା ବୁଲାଇବା ସହିତ ହନୁମାନ ମନ୍ଦିର ରୁ ଲୁଟ ଅଭିଯୋଗ ପରେ ଗ୍ରାମକମିଟି ନିଷ୍ପତ୍ତି କୁ ସ୍ୱୀକାର କରିଥିଲେ ଏବଂ ପରେ ଗ୍ରାମ ର କୋଡିଏ ରୁ ଉର୍ଧ୍ଵ ଗ୍ରାମବାସୀ ଙ୍କ ନାମରେ ଅଭୟଚାନ୍ଦପୁର ଥାନାରେ ଅଭିଯୁକ୍ତ ର ଲିଖିତ ଅଭିଯୋଗ କୁ ନେଇ ଅଭୟଚାନ୍ଦପୁର ଥାନାରେ ମିଳିତ ଭାବରେ ଅଭିଯୁକ୍ତ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଛନ୍ତି ବଗଦିଆ ଗ୍ରାମର ବନ୍ଧଢିଆ ଗୁଡିଆ ସାହି ବାସିନ୍ଦା l ଅଭିଯୋଗ ଅନୁଯାୟୀ ଶିବ ପ୍ରସାଦ ବାରିକ ବନ୍ଦପୁରା ଗ୍ରାମର କିଛି ବ୍ୟକ୍ତି ଗ୍ରାମବାସୀଙ୍କ ନାମରେ ମିଥ୍ୟା କେସ୍ ବା ଅଭିଯୋଗ କରିବା ସହ ବିଭିନ୍ନ ପ୍ରକାର ଅପପ୍ରଚାର କରୁଛନ୍ତି ।ଯାହା ଫଳରେ ଗ୍ରାମର ବିକାଶମୂଳକ କାର୍ଯ୍ୟ ଏବଂ ସ୍ଥାନୀୟ କମିଟିର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ଗ୍ରାମବାସୀ ଏବଂ କମିଟି ସଦସ୍ୟମାନେ ମାନସିକ ଓ ସାମାଜିକ ସ୍ତରରେ ହଇରାଣ ହେଉଛନ୍ତି l ଆବେଦନକାରୀ ପୋଲିସ ପ୍ରଶାସନକୁ ଅନୁରୋଧ କରିଛନ୍ତି ଯେ ଏହି ଘଟଣାର ସଠିକ୍ ତଦନ୍ତ କରାଯାଉ ଏବଂ ମିଥ୍ୟା ଅଭିଯୋଗ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।
ଚିଠିର ଶେଷରେ ଦିବାକର ସାହୁ ଏବଂ ଗ୍ରାମ୍ୟ କମିଟିର ସଭାପତି/ସଦସ୍ୟଙ୍କ ସ୍ୱାକ୍ଷର ରହିଛି l ଏହି ସମସ୍ୟାର ସମାଧାନ ପାଇଁ କୌଣସି ଆଇନଗତ ପରାମର୍ଶ ବା ପରବର୍ତ୍ତୀ ପଦକ୍ଷେପ ବିଷୟରେ ଜାଣିବାକୁ ଚାହିଁଛନ୍ତି ଗ୍ରାମବାସୀ l ଗ୍ରାମରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବା, ଗ୍ରାମବାସୀ ଙ୍କୁ ଭୟଭୀତ କରିବା ଏବଂ ଗ୍ରାମର ଆରାଧ୍ୟ ଠାକୁରାଣୀ ଙ୍କ ମନ୍ଦିର ରୁ ସୁନା, ରୁପା ଅଳଙ୍କାର ଚୋରି କରିବା ସହିତ ଗ୍ରାମର ଏକାଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ରୁ ଟଙ୍କା ଆଣି ସେମାନଙ୍କୁ ହଇରାଣ ହରକତ କରୁଥିବା ବ୍ୟକ୍ତି କୁ ଯଥାଶୀଘ୍ର ଆଇନ ଅନୁଯାୟୀ ଦଣ୍ଡବିଧାନ କରିବାକୁ ଅଭୟଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିବା ସହିତ ନ୍ୟାୟ ପ୍ରଦାନ କରିବାକୁ ଦାବି କରିଛନ୍ତି ବଗଦିଆ ଗ୍ରାମବାସୀ l
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

