ବାଲିଡିହା ଗ୍ରାମରେ 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ
sumanta swain | 02 Oct 2026 | 4 min read | 17 views
News Prime Odisha
ପାରାଦ୍ୱୀପ ( ଏନ. ପି.ଓ ) : ଭଗବାନ୍ ଶ୍ରୀ ସତ୍ୟସାଇ ବାବାଙ୍କ ଦିବ୍ୟ ଅନୁଗ୍ରହରୁ ସାଇ ଜିଲ୍ଲା ଜଗତସିଂହପୁର ସୌଜନ୍ୟରୁ ବାଲିଡିହା ଗ୍ରାମରେ ଆଜି ଅପରାହ୍ନରେ ପାରାଦ୍ଵୀପ ପୋର୍ଟ ଅଥରିଟି ଉପାଧ୍ୟକ୍ଷ ଶ୍ରୀ ଟି. ଵେଣୁଗୋପାଳ ଙ୍କ କରକମଳରେ "ସାଇ ନିର୍ମଳ ଝର ପ୍ରକଳ୍ପ" ଉଦଘାଟିତ ହୋଇଯାଇଛି l କାର୍ଯ୍ୟକ୍ରମରେ ପାରାଦୀପ ମୁନିସପାଲିଟି ଅଧକ୍ଷ ଶ୍ରୀ ବସନ୍ତ ବିଶ୍ବାଳ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମରେ ସତ୍ୟସାଇ ଟ୍ରଷ୍ଟ ରାଜ୍ୟ ସଭାପତି ଡ଼ଃ.ସତ୍ୟ ସ୍ବରୂପ ପଟ୍ଟନାୟକ, ଆବାହକ ଅନ୍ତର୍ଯ୍ୟାମୀ ପଟ୍ଟନାୟକ, ସାଇ ଜଗତସିଂହପୁର ଜିଲ୍ଲାର ଜିଲ୍ଲା ସଭାପତି, ଜିଲ୍ଲା କର୍ମକର୍ତ୍ତା ଗ୍ରାମର ଭାଇଭଉଣୀ ଯୋଗଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ମଞ୍ଚାସିନ ଅତିଥିମାନଙ୍କୁ ଗ୍ରାମର ସଙ୍କୀର୍ତ୍ତନ ମଣ୍ଡଳୀ, ଲଉଡ଼ି ଖେଳ, ମା'ମାଉସୀ ଙ୍କ ହୁଳହୁଳି ଓ ଭାଇମାନଙ୍କ ହରିବୋଲ ଶବ୍ଦରେ ମଞ୍ଚ ଉପରକୁ ପାଛୋଟି ନିଆଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ଗ୍ରାମବାସୀ ପ୍ରଶଂସା କରିଥିଲେ। ତେବେ ଏହି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ସରପଞ୍ଚ ଦେବେନ୍ଦ୍ର କୁମାର ରାଉତ ବିଶେଷ କୃତଜ୍ଞତା ଜଣାଇଛନ୍ତି l
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

