ନୂଆ ଖବର ସବୁ ପଢ଼ିଛି
ଲୋଡ୍ ହେଉଛି...
ଈଶ୍ବରଙ୍କ ବ୍ୟତୀତ କାହାକୁ ଡରେନା | ସ୍ପଷ୍ଟ ଓ ନିରପେକ୍ଷତା ଆମର ପ୍ରୟାସ
Latest News
ଗୁରୁତର ଆହତ ମାନସିକ ଭିନ୍ନକ୍ଷମ ଙ୍କ ସମେତ ୭ ଜଣଙ୍କୁ ଉଦ୍ଧାର କଲା ବ୍ୟାସ ଫାଉଣ୍ଡେସନ ❯❯ ପାରାଦୀପ ବନ୍ଦରର ଅବସରପ୍ରାପ୍ତ ଅଧିକାରୀ ବିଭୂତି ଭୂଷଣ ମହାନ୍ତିଙ୍କ ପରଲୋକ ❯❯ ନବରଙ୍ଗପୁର ଜିଲ୍ଲା ରେ ବେଆଇନି ମଦ ବିକ୍ରି କୁ ବିରୋଧ, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା। ❯❯ ଏଫସିଆଇ ୟୁନିଅନ ଦ୍ବାରା ବର୍ଦ୍ଧିତ ୧୩୨ ଟଙ୍କା କୁ ପ୍ରତ୍ୟାଖ୍ୟାନ କଲା ପାରାଦ୍ଵୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ । ❯❯ ପାରାଦ୍ୱୀପ ରେ ଭୁଶୁଡି ପଡିଛି ଟ୍ରାଫିକି ବ୍ୟବସ୍ତା,ଦୁର୍ଘଟଣା ରେ ଚାଲି ଯାଉଛି ନିରୀହ ଜୀବନ ❯❯ ପାରାଦୀପରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ❯❯ ରାଜ୍ୟ ଦୃଷ୍ଟିବାଧିତ ଓ ପାରା ଜୁଡୋ ଚମ୍ପିୟନସିପ୍ ଉଦଯାପିତ ❯❯ ଅଭିନୟ ଜଗତରେ ନିଷ୍ଠା, ସାଧନା ଓ ସମର୍ପଣର ପାଇଁ ବିଶିଷ୍ଟ ଅଭିନେତା ଶ୍ରୀ ଶ୍ରୀମନ୍ ନାରାୟଣ ମିଶ୍ର ଓଲିଉଡ଼୍ ନିଉଜ ଦ୍ୱାରା ସମ୍ବର୍ଦ୍ଧିତ ❯❯ ଦିଲ୍ଲୀ ପବ୍ଲିକ ସ୍କୁଲର ମୂନ କାର୍ଯ୍ୟକ୍ରମରେ କୂଟନୀତି, ନେତୃତ୍ୱ ଓ ବିଶ୍ୱସ୍ତରୀୟ ଦୃଷ୍ଟିକୋଣ ଉତ୍ସବ ❯❯ ଢିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ତିନିଟି ଗ୍ରାମ ପଞ୍ଚାୟତରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଲକ୍ଷ୍ୟରେ JSW ଉତ୍କଳ ଷ୍ଟିଲ୍ ଓ JSW ଫାଉଣ୍ଡେସନ୍ ପକ୍ଷରୁ ଜରୁରୀକାଳୀନ OPD ସେବା ଆରମ୍ଭ ❯❯

ପ୍ରଫୁଲ ସାହିତ୍ୟ ଉତ୍ସବ ଉଦଯାପିତ

News Prime Odisha | 02 Oct 2026 | 8 min read | 25 views

pozecon
News Prime Odisha
ଜଗତସିଂହପୁର ( ଏନ. ପି.ଓ ) : ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଓଡିଶାଗଡ଼ସ୍ଥିତ ପ୍ରଫୁଲ୍ଲ ପାଠାଗାର ପରିସରରେ ସ୍ବର୍ଗତ ଅନ୍ନପୂର୍ଣ୍ଣା ଦାଶଙ୍କ ସ୍ମୃତିରେ ଆୟୋଜିତ ପ୍ରଫୁଲ ସାହିତ୍ୟ ଉତ୍ସବ ଆଜି ଉଦଯାପିତ ହୋଇଯାଇଛି । ଆଜିର ପ୍ରଥମ ଅଧିବେଶନ ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ସହିତ ପ୍ରଭୁ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇ ସଭା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଶିକ୍ଷାବିତ ରବୀନ୍ଦ୍ରନାଥ ତ୍ରିପାଠୀ ସଭାପତିତ୍ୱ କରିଥିବା ବେଳେ ଅଧ୍ୟାପକ ଡକ୍ଟର ଶରତ ମହାରଣା ମୁଖ୍ୟ ଅତିଥି, ଅଧ୍ୟାପକ ବିପିନ ବିହାରୀ ପାତ୍ର ସମ୍ମାନିତ ଅତିଥି, ଅଧ୍ୟାପକ ଲଷ୍ମୀଧର ପ୍ରଧାନ ମୁଖ୍ୟ ବକ୍ତା , ପାଠାଗାରର ପ୍ରତିଷ୍ଠାତା ତଥା ପୂର୍ବତନ ଆୟକର କମିଶନର ପ୍ରସନ୍ନ କୁମାର ଦାଶ, ଉପଦେଷ୍ଟା ଶିକ୍ଷାବିତ ବିଜୟ କୁମାର ପତି,ବଂଶୀଧର ଆଚାର୍ଯ୍ୟ,ପ୍ରମୁଖ ଯୋଗ ଦେଇଥିଲେ । ଅନ୍ନପୂର୍ଣ୍ଣା ଦାଶଙ୍କ ଉପରେ ସ୍ମରଣିକା ଉନ୍ମୋଚନ କରାଯାଇଥିଲା । ଦ୍ଵିତୀୟ ଅଧିବେଶନରେ ବିପ୍ଲବୀ କବି ରବି ସିଂହଙ୍କ କବିତା ସମ୍ପର୍କ ରେ ଆଲୋଚନା ଚକ୍ରରେ ଶୈଳଜ ରବି ମୁଖ୍ୟ ଆଲୋଚକ,ବିନ୍ଦୁ ସାଗର ଓଝା, ବିଜୟ କୁମାର ବିଶ୍ୱାଳ ସହ ଆଲୋଚକ ଭାବେ ଯୋଗ ଦେଇଥିଲେ। ଅପରାହ୍ନ ଅଧିବେଶନରେ ଲୋକସଂସ୍କୃତି ଉପରେ ପ୍ରଫେସର ଅଜୟ ମିଶ୍ର ଯୋଗଦେଇ ତାଙ୍କ ଦ୍ୱାରା ପ୍ରସ୍ତୁତ ପ୍ରାଚୀନ ଲୋକ ସଂସ୍କୃତି ଉପକାରଣ ପ୍ରଦର୍ଶନ କରିବା ସହିତ ବ୍ୟାଖ୍ୟା କରିଥିଲେ । ଜୟନ୍ତ ମହାପାତ୍ରଙ୍କ ଉପରେ ପ୍ରାମାଣିକ ଚିତ୍ରକୁ ବିଶ୍ୱେଶ୍ୱର ଦାସ ପ୍ରଦର୍ଶିତ କରାଇଥିଲେ । ଜଗତସିଂହପୁରର ଇତିହାସ ଆଲୋଚନା ଚକ୍ରରେ ଯତୀନ କୁମାର ନାୟକ, ମହେନ୍ଦ୍ର କୁମାର ଆଚାର୍ଯ୍ୟ, ପ୍ରଦୀପ୍ତ ମିଶ୍ର, ଦେବେନ୍ଦ୍ର ରାଉତ, ସୁଧାଂଶୁ ରଞ୍ଜନ ଦାଶ,ଲଷ୍ମୀନାରାୟଣ କାନୁନଗୋ ପ୍ରମୁଖ ଆଲୋଚନାରେ ଭାଗ ନେଇ ବିସ୍ତୃତ ଆଲୋଚନା କରିଥିଲେ। ଆନ୍ତର୍ଜାତିୟ ଓଡିଶୀ ନୃତ୍ୟ ଶିଳ୍ପୀ ପଦ୍ମଶ୍ରୀ ଇଲିଆନା ସୀତାରା ଓଡିଶୀ ନୃତ୍ୟ ଉପରେ ଗବେଷଣାତ୍ମକ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ଏବଂ ସ୍ଥାନୀୟ କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ ପାଠାଗାରର ସମ୍ପାଦକ ସୁରେନ୍ଦ୍ର କୁମାର ରାୟ ଧନ୍ୟବାଦ ଅର୍ପଣ କରିଥିଲେ ।
© 2026 News Prime Odisha | Content is protected under the Copyright Act, 1957

Comments (0)

Loading comments...