ମଝି ସମୁଦ୍ରରେ ଖରାପ ହେଲା ଏକ ତୈଳ ଜାହାଜ ର ଇଞ୍ଜିନ
News Prime Odisha | 28 Sep 2026 | 6 min read | 36 views
News Prime Odisha
ପାରାଦ୍ଵୀପ ( ଏନ. ପି.ଓ ) : ମଝି ସମୁଦ୍ରରେ ଖରାପ ହେଲା ଏକ ତୈଳ ଜାହାଜ ର ଇଞ୍ଜିନ । ଇଞ୍ଜିନ ଖରାପ ଯୋଗୁଁ ଜାହାଜ ରେ ପାଣି ପଶିବା ଆରମ୍ଭ ହୋଇଥିଲା । ପାରାଦ୍ଵୀପ ବନ୍ଦର ଠାରୁ ୪୦ କିଲୋମିଟର ଦୂର ଗଭୀର ସମୁଦ୍ର ରେ ସୃଷ୍ଟି ହୋଇଥିଲା ଏଭଳି ସଙ୍କଟ । ଜାହାଜ MV SEA GULL-9 ଅଶୋଧିତ ପାମ୍ ତୈଳ ଆଣି ପାରାଦ୍ଵୀପ ଆସୁଥିବା ବେଳେ ଏଭଳି ଘଟଣା ଘଟିଛି । ଜାହାଜ ରେ ଥିଲା ୯ ହଜାର ମେଟ୍ରିକ୍ ଟନ୍ ର ଅଶୋଧିତ ପାମ୍ ତୈଳ । ଇଞ୍ଜିନ ଖରାପ ଯୋଗୁଁ ଜାହାଜ ର ବାଲାଷ୍ଟ ଟ୍ୟାଙ୍କ ରେ ପାଣି ପଶିବା ଆରମ୍ଭ ହେବା ପରେ ଜାହାଜ ଟି ୧୦ ଡିଗ୍ରୀ ପର୍ଯ୍ୟନ୍ତ ଢଳି ଯାଇଥିଲା । ଜାହାଜ ରେ ଥିବା କର୍ମଚାରୀ ଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିଲା । ଏହି ଜରୁରୀକାଳୀନ ପରିସ୍ଥିତି ସମ୍ପର୍କରେ ଜାହାଜ ର କ୍ୟାପଟେନ୍ ପାରାଦ୍ଵୀପ ବନ୍ଦର ସହିତ ଯୋଗାଯୋଗ କରିଥିଲେ । ପାରାଦ୍ଵୀପ ବନ୍ଦର ସଙ୍ଗେ ସଙ୍ଗେ ଟଗ୍ ବୋଟ୍ ସହାୟତାରେ ଜାହାଜ କୁ ଟାଣି ଟାଣି ବନ୍ଦର ର ବର୍ଥରେ ଜାହାଜ କୁ ବର୍ଥିଂ କରିଛି । ଜାହାଜ ର ମୁଖ୍ୟ ଇଞ୍ଜିନ ଖରାପ ହୋଇଯିବା ରୁ ଏହିଭଳି ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଥିଲା । ଜାହାଜ କୁ ସେଠାରୁ ଟାଣି ଟାଣି ଆଣିବା ପାଇଁ ଭାରତୀୟ ତଟରକ୍ଷୀ ବାହିନୀ ଓ ଇଣ୍ଡିଆନ୍ ନ୍ୟାଭି ର ସହଯୋଗ ମଧ୍ୟ ନିଆଯାଇଥିଲା । ଜାହାଜ ର ତୁରନ୍ତ ମରାମତି ପାଇଁ ପାରାଦ୍ଵୀପ ରେ ସ୍ବତନ୍ତ୍ର ଟେକ୍ନିକାଲ ଟିମ୍ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି । ଜାହାଜ ରେ ଥିବା ଅଶୋଧିତ ତୈଳ ପାରାଦ୍ଵୀପ ସ୍ଥିତ ଆଦାନୀ ଓ୍ବେଲମାର କମ୍ପାନୀ କୁ ଆସୁଥିଲା ।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

