ନୂଆ ଖବର ସବୁ ପଢ଼ିଛି
ଲୋଡ୍ ହେଉଛି...
ଈଶ୍ବରଙ୍କ ବ୍ୟତୀତ କାହାକୁ ଡରେନା | ସ୍ପଷ୍ଟ ଓ ନିରପେକ୍ଷତା ଆମର ପ୍ରୟାସ
Latest News
ଗୁରୁତର ଆହତ ମାନସିକ ଭିନ୍ନକ୍ଷମ ଙ୍କ ସମେତ ୭ ଜଣଙ୍କୁ ଉଦ୍ଧାର କଲା ବ୍ୟାସ ଫାଉଣ୍ଡେସନ ❯❯ ପାରାଦୀପ ବନ୍ଦରର ଅବସରପ୍ରାପ୍ତ ଅଧିକାରୀ ବିଭୂତି ଭୂଷଣ ମହାନ୍ତିଙ୍କ ପରଲୋକ ❯❯ ନବରଙ୍ଗପୁର ଜିଲ୍ଲା ରେ ବେଆଇନି ମଦ ବିକ୍ରି କୁ ବିରୋଧ, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା। ❯❯ ଏଫସିଆଇ ୟୁନିଅନ ଦ୍ବାରା ବର୍ଦ୍ଧିତ ୧୩୨ ଟଙ୍କା କୁ ପ୍ରତ୍ୟାଖ୍ୟାନ କଲା ପାରାଦ୍ଵୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ । ❯❯ ପାରାଦ୍ୱୀପ ରେ ଭୁଶୁଡି ପଡିଛି ଟ୍ରାଫିକି ବ୍ୟବସ୍ତା,ଦୁର୍ଘଟଣା ରେ ଚାଲି ଯାଉଛି ନିରୀହ ଜୀବନ ❯❯ ପାରାଦୀପରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ❯❯ ରାଜ୍ୟ ଦୃଷ୍ଟିବାଧିତ ଓ ପାରା ଜୁଡୋ ଚମ୍ପିୟନସିପ୍ ଉଦଯାପିତ ❯❯ ଅଭିନୟ ଜଗତରେ ନିଷ୍ଠା, ସାଧନା ଓ ସମର୍ପଣର ପାଇଁ ବିଶିଷ୍ଟ ଅଭିନେତା ଶ୍ରୀ ଶ୍ରୀମନ୍ ନାରାୟଣ ମିଶ୍ର ଓଲିଉଡ଼୍ ନିଉଜ ଦ୍ୱାରା ସମ୍ବର୍ଦ୍ଧିତ ❯❯ ଦିଲ୍ଲୀ ପବ୍ଲିକ ସ୍କୁଲର ମୂନ କାର୍ଯ୍ୟକ୍ରମରେ କୂଟନୀତି, ନେତୃତ୍ୱ ଓ ବିଶ୍ୱସ୍ତରୀୟ ଦୃଷ୍ଟିକୋଣ ଉତ୍ସବ ❯❯ ଢିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ତିନିଟି ଗ୍ରାମ ପଞ୍ଚାୟତରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଲକ୍ଷ୍ୟରେ JSW ଉତ୍କଳ ଷ୍ଟିଲ୍ ଓ JSW ଫାଉଣ୍ଡେସନ୍ ପକ୍ଷରୁ ଜରୁରୀକାଳୀନ OPD ସେବା ଆରମ୍ଭ ❯❯

ନମାମି ଭାରତଂ କାର୍ଯ୍ୟକ୍ରମ ଅନୁଷ୍ଠିତ

News Prime Odisha | 25 Sep 2026 | 8 min read | 47 views

pozecon
News Prime Odisha
ଜଗତସିଂହପୁର ( ଏନ. ପି.ଓ ) : ଜଗତସିଂହପୁର ବ୍ଲକର ତୁମ୍ବା ଅଣ୍ଢେଇ ସାହି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୋର୍ତଲ ସ୍ଥିତ ସରସ୍ବତୀ ଶିଶୁ ଵିଦ୍ୟା ମନ୍ଦିର ପରିସରରେ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନ ଵିଦ୍ୟା ଭାରତୀ ଦ୍ୱାରା ନମାମି ଭାରତଂ କାର୍ଯ୍ୟକ୍ରମ ଅବସରରେ ଶିକ୍ଷାବିତ ତଥା ସଭାପତି ବଂଶୀଧର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷ୍ୟତାରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ଏବଂ ଭାରତ ମାତାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ସଭାପତି ଶ୍ରୀଯୁକ୍ତ ଆଚାର୍ଯ୍ୟ ତାଙ୍କ ବକ୍ତବ୍ୟରେ ବନ୍ଦେ ମାତରଂ କବିତାର ୧୫୦ ବର୍ଷ ପୂର୍ତ୍ତି ପାଳନ ଏବଂ କବି ବଙ୍କିମ ଚନ୍ଦ୍ର ଚଟୋପାଧ୍ୟାୟଙ୍କ ଜୀବନୀ ସମ୍ପର୍କରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ରାଜନୀତି ବିଜ୍ଞାନ ଅଧ୍ୟାପକ ଶ୍ରୀଯୁକ୍ତ ଲଷ୍ମୀଧର ପ୍ରଧାନ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରି ଜାତୀୟ ଗୀତ ବନ୍ଦେ ମାତରଂ କବିତାର ସମ୍ପୂର୍ଣ୍ଣ ଛଅ ପଦର ସାରମର୍ମ କହିବା ସହିତ ପ୍ରଥମ ଦୁଇ ପାଦ ଗାନ କରି ବନ୍ଦେ ମାତରଂ କବିତାର ଆଭିମୁଖ୍ୟ, ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମିଶ୍ର ଯୋଗଦେଇ ତାଙ୍କ ବକ୍ତବ୍ୟରେ ବନ୍ଦେ ମାତରଂ କବିତାଟି ସ୍ୱାଧୀନତା ସଂଗ୍ରାମରେ କିଭଳି ପ୍ରେରଣାଦାୟକ ଥିଲା ତାହା ବର୍ଣ୍ଣନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଚ୍ଚିଦାନନ୍ଦ ମହାନ୍ତି ସମ୍ପାଦକ, ବିଜୟ କୁମାର କାନୁନଗୋ ସହ ସମ୍ପାଦକ, ବିଜୟ କୁମାର ଦାସ କୋଷାଧକ୍ଷ ପ୍ରମୁଖ ଯୋଗଦେଇ ବନ୍ଦେ ମାତରଂ, କାରା କବିତା, ବନ୍ଦୀର ଆତ୍ମକଥା, ବନ୍ଦେ ଉତ୍କଳ ଜନନୀ, ଗଙ୍ଗା ଗୋଦାବରୀ, ବାଣୀପୀଠର ବିପ୍ଲବୀ ଗୀତ ଆଦି ସ୍ୱାଧୀନତା ଆନ୍ଦୋଳନକୁ କିପରି ପ୍ରେରଣା ଦେଇଥିଲା ବର୍ଣ୍ଣନା କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସରୋଜ କୁମାର ପରିଡା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଆଚାର୍ଯ୍ୟା ଶ୍ରୀମତି ମମତା ନାଥ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା, ଶିଶୁ ଭାଇ ଭଉଣୀ, ଅଭିଭାବକ, ଅଭିଭାବିକାମାନେ ଉପସ୍ଥିତ ଥଲେ ।
© 2026 News Prime Odisha | Content is protected under the Copyright Act, 1957

Comments (0)

Loading comments...