ଭାଙ୍ଗିଲା ଲାଇଟ ଗେଟ, କାର ଚେପା
News Prime Odisha | 21 Sep 2026 | 3 min read | 45 views
News Prime Odisha
ପାରାଦ୍ଵୀପ ( ଏନ. ପି.ଓ ) : ପାରାଦ୍ୱୀପ ବିଶ୍ୱକର୍ମା ପୂଜା ରେ ଅଘଟଣ । ବର୍ଷା ପବନ ରେ ଭାଙ୍ଗିଲା ଲାଇଟ ଗେଟ୍ । କାର ଉପରେ ପଡିଲା ଲାଇଟ ଗେଟ୍ । ବଙ୍ଗୋପସାଗର ରେ ସୃଷ୍ଟି ଲଘୁଚାପ କୁ ନେଇ ପାରାଦ୍ୱୀପ ରେ ପବନ ବର୍ଷା ରେ ଭାଙ୍ଗିଲା ବିଶ୍ୱକର୍ମା ପୂଜା ଲାଇଟ ଗେଟ୍ । ଗୋଟିଏ କାର ଗେଟ୍ ତଳେ ଚାପି ହୋଇଯାଇଥିବା ବେଳେ ଗାଡି ରେ ରହିଥିବା ଚାଳକ ଙ୍କ ସହିତ କିଛି ଲୋକ ଥିବା ସୂଚନା ମିଳିଛି । ପାରାଦ୍ୱୀପ ପୋର୍ଟ ଆଣ୍ଡ ଡ଼କ ମଜଦୁର ୟୁନିୟନ ର ଲାଇଟ ଗେଟ୍ ଭାଙ୍ଗି ପଡିବା କାରଣରୁ ଘଟିଛି ଦୁର୍ଘଟଣା ।ଗୋଟିଏ ପାର୍ଶ୍ଵ ରାସ୍ତା ଅବରୋଧ ହୋଇଥିବା ଦେଖିବାକୁ ମିଳିଛି ।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

