ପାରାଦ୍ୱୀପ ଲକ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ
News Prime Odisha | 31 Oct 2026 | 5 min read | 67 views
News Prime Odisha
ପାରାଦ୍ଵୀପ ( ଏନ. ପି.ଓ ) : ପାରାଦ୍ଵୀପ ଲକ୍ ଥାନା ପକ୍ଷରୁ ସର୍ଦାର ବଲ୍ଲଭଭାଇ ପଟେଲ ଙ୍କ ଜନ୍ମ ଜୟନ୍ତୀ ଅବସରରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଅବସରରେ ଲକ୍ ଥାନା ଅଧୀନରେ ଥିବା ପଞ୍ଚାୟତ ଓ ରାଜସ୍ବ ଗ୍ରାମ ଗୁଡ଼ିକ ର ମୁରବୀ ଶ୍ରେଣୀୟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଲକ୍ ଥାନା ଆଇଆଇସି ରଶ୍ମିରଞ୍ଜନ ଦାସ ଙ୍କ ଦ୍ଵାରା ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରର ହିତ ପାଇଁ ସମସ୍ତେ ଏକାଠି ହୋଇ କାର୍ଯ୍ୟ କରିବା ପାଇଁ ଆଇଆଇସି ପରାମର୍ଶ ଦେଇଥିଲେ । ଥାନା ସମସ୍ତଙ୍କ ପାଇଁ ଏବଂ ସମସ୍ତଙ୍କୁ ନ୍ୟାୟ ପ୍ରଦାନରେ ସହଯୋଗ କରିବ । ସମସ୍ତ ବର୍ଗର ଲୋକଙ୍କ ପାଇଁ ଥାନା ର ଦ୍ବାର ସବୁବେଳେ ଖୋଲା ରହିଛି, ତେଣୁ ସମସ୍ତେ ସହଯୋଗ କରିଲେ ସ୍ଥାନୀୟ ଅଞ୍ଚଳରେ ଶାନ୍ତି ଏବଂ ଭାଇଚାରା ସୃଷ୍ଟି ହେବ ବୋଲି ଆଇଆଇସି ପ୍ରକାଶ କରିଥିଲେ । ଏହି ଅବସରରେ ଆୟୋଜିତ ସଚେତନତା ରାଲି ଚକ୍ରଧରପୁର ଠାରୁ ଆରମ୍ଭ ହୋଇ ପାରାଦ୍ୱୀପ ଗଡ଼ ବଜାର ପରିକ୍ରମା କରିବା ସହିତ ଲକ୍ ଥାନା ପରିସରରେ ରାଷ୍ଟ୍ରୀୟ ଏକତା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ କୁ ବିଭିନ୍ନ ବର୍ଗର ଲୋକେ ପ୍ରଶଂସା କରିଛନ୍ତି ।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

