ନୂଆ ଖବର ସବୁ ପଢ଼ିଛି
ଲୋଡ୍ ହେଉଛି...
ଈଶ୍ବରଙ୍କ ବ୍ୟତୀତ କାହାକୁ ଡରେନା | ସ୍ପଷ୍ଟ ଓ ନିରପେକ୍ଷତା ଆମର ପ୍ରୟାସ
Latest News
ଗୁରୁତର ଆହତ ମାନସିକ ଭିନ୍ନକ୍ଷମ ଙ୍କ ସମେତ ୭ ଜଣଙ୍କୁ ଉଦ୍ଧାର କଲା ବ୍ୟାସ ଫାଉଣ୍ଡେସନ ❯❯ ପାରାଦୀପ ବନ୍ଦରର ଅବସରପ୍ରାପ୍ତ ଅଧିକାରୀ ବିଭୂତି ଭୂଷଣ ମହାନ୍ତିଙ୍କ ପରଲୋକ ❯❯ ନବରଙ୍ଗପୁର ଜିଲ୍ଲା ରେ ବେଆଇନି ମଦ ବିକ୍ରି କୁ ବିରୋଧ, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା। ❯❯ ଏଫସିଆଇ ୟୁନିଅନ ଦ୍ବାରା ବର୍ଦ୍ଧିତ ୧୩୨ ଟଙ୍କା କୁ ପ୍ରତ୍ୟାଖ୍ୟାନ କଲା ପାରାଦ୍ଵୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ । ❯❯ ପାରାଦ୍ୱୀପ ରେ ଭୁଶୁଡି ପଡିଛି ଟ୍ରାଫିକି ବ୍ୟବସ୍ତା,ଦୁର୍ଘଟଣା ରେ ଚାଲି ଯାଉଛି ନିରୀହ ଜୀବନ ❯❯ ପାରାଦୀପରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ❯❯ ରାଜ୍ୟ ଦୃଷ୍ଟିବାଧିତ ଓ ପାରା ଜୁଡୋ ଚମ୍ପିୟନସିପ୍ ଉଦଯାପିତ ❯❯ ଅଭିନୟ ଜଗତରେ ନିଷ୍ଠା, ସାଧନା ଓ ସମର୍ପଣର ପାଇଁ ବିଶିଷ୍ଟ ଅଭିନେତା ଶ୍ରୀ ଶ୍ରୀମନ୍ ନାରାୟଣ ମିଶ୍ର ଓଲିଉଡ଼୍ ନିଉଜ ଦ୍ୱାରା ସମ୍ବର୍ଦ୍ଧିତ ❯❯ ଦିଲ୍ଲୀ ପବ୍ଲିକ ସ୍କୁଲର ମୂନ କାର୍ଯ୍ୟକ୍ରମରେ କୂଟନୀତି, ନେତୃତ୍ୱ ଓ ବିଶ୍ୱସ୍ତରୀୟ ଦୃଷ୍ଟିକୋଣ ଉତ୍ସବ ❯❯ ଢିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ତିନିଟି ଗ୍ରାମ ପଞ୍ଚାୟତରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଲକ୍ଷ୍ୟରେ JSW ଉତ୍କଳ ଷ୍ଟିଲ୍ ଓ JSW ଫାଉଣ୍ଡେସନ୍ ପକ୍ଷରୁ ଜରୁରୀକାଳୀନ OPD ସେବା ଆରମ୍ଭ ❯❯

ଅମ୍ବିକାଇ ଗଣ ପରିଷଦ ପକ୍ଷରୁ ମହାବାତ୍ୟାର ୨୭ତମ ସ୍ମୃତି ଦିବସ ପାଳିତ

sumanta swain | 30 Oct 2026 | 6 min read | 104 views

pozecon
News Prime Odisha
ପାରାଦ୍ୱୀପ ( ଏନ. ପି.ଓ ) : ଅମ୍ବିକାଇ ଗଣ ପରିଷଦ ଆନୁକୂଲ୍ୟରେ ମହାବାତ୍ୟା ର ୨୭ତମ ସ୍ମୃତି ଦିବସ ଅକ୍ଟୋବର ୨୯ ତାରିଖ ଗୁରୁବାର ଦିନ ପାରାଦୀପ ସ୍ଥିତ ବାବା ସାହେବ୍ ଆମ୍ବେଦକର ଭବନରେ ପାଳିତ ହୋଇଯାଇଛି । ଏହି ଅବସରରେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ବାଳ ମୁଖ୍ୟ ଅତିଥି ଏବଂ ପୂର୍ବତନ ସାଂସଦ ଡା.କୁଳମଣି ସାମଲ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ପାରିଷଦ ସୁବ୍ରତ କୁମାର ପ୍ରଧାନ, ଲେଡିସ୍ କ୍ଲବ ର ସଭାନେତ୍ରୀ ଶ୍ରୀମତୀ ପ୍ରିତିଆରତୀ ପରିଜା,ଇଫକୋ ଲେଡିଜ କ୍ଲବ ର ସଭାନେତ୍ରୀ ଚନ୍ଦନା ପ୍ରିୟଦର୍ଶିନୀ ସାହୁ ଏବଂ ବରିଷ୍ଠ ବାମପନ୍ଥୀ ନେତା ତଥା କବି ବାବୁରାମ ଚୌଧୁରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ୧୯୯୯ ମସିହା ମହାବାତ୍ୟା ର ଅନୁଭୂତି ତଥା ଆଗାମୀ ପ୍ରାକୃତିକ ବିପର୍ଯ୍ୟୟ ସମୟ ର ସତର୍କତା ଉପରେ ଅଭିଭାଷଣ ପ୍ରଦାନ କରିଥିଲେ l ଉକ୍ତଳ ସମ୍ମିଳନୀର ସଭାପତି ଧୃବ ଚରଣ ମହାପାତ୍ର ବିଗତ ମହାବାତ୍ୟାର ଅନୁଭୂତି ଉପରେ ଆଲୋକପାତ କରିଥିଲେ l ଏଥିରେ କବୟିତ୍ରୀ ପ୍ରେମ ଲତା ବାରିକ ସଭା ପରିଚାଳନା କରିଥିବା ବେଳେ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲେ ଡା.ଅରବିନ୍ଦ ନାୟକ l ଅନ୍ୟ ମାନଙ୍କ ମଧ୍ୟରେ ଅମ୍ବିକା ପ୍ରସାଦ ମହାପାତ୍ର, କବି ନଗେନ୍ଦ୍ର ନାଥ ସ୍ବାଇଁ,କଵି ରମେଶ ଚନ୍ଦ୍ର ତ୍ରିପାଠୀ, କବି ଉର୍ମିଳା ମହାନ୍ତି ନିଜ ଅନୁଭୂତି ବ୍ୟକ୍ତ କରିଥିବା ବେଳେ କବୟତ୍ରୀ ତୁଳସୀ ବରାଳଙ୍କ ସଂଯୋଜନା ରେ କବି ନିମାଇଁ ଚରଣ ମହାପାତ୍ର, ରଞ୍ଜନ କୁମାର ଲେଙ୍କା,ଟୁନି ଖୋଜି, ନଳିନୀପ୍ରଭା ସାହୁ,ନିଳିମା ପ୍ରିୟଦର୍ଶିନୀ, ଧର୍ମପଦ ବାଡୋଇ ପ୍ରମୁଖ ନିଜ ସ୍ବରଚିତ କବିତା ପାଠ କରିଥିଲେ। ଶେଷରେ କବୟତ୍ରୀ ସଙ୍ଘମିତ୍ରା ସ୍ବାଇଁ କବିତା ପାଠ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ l
© 2026 News Prime Odisha | Content is protected under the Copyright Act, 1957

Comments (0)

Loading comments...