ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ ଗୋଦାବରୀଶ ମିଶ୍ର
sumanta swain | 26 Oct 2026 | 6 min read | 126 views
News Prime Odisha
ଜଗତସିଂହପୁର ( ଏନ. ପି.ଓ ) : ବକୁଳ ବନର କୋକିଳ କବି ତଥା ସତ୍ୟବାଦୀ ଯୁଗର ଅନ୍ୟତମ ସାଥି ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କର 140 ତମ ଜୟନ୍ତୀ ଆଜି ସ୍ଥାନୀୟ ଓଡିଶାଗଡ଼ସ୍ଥିତ ପ୍ରଫୁଲ ପାଠାଗାର ପରିସରରେ ପାଳିତ ହୋଇଯାଇଛି I ପାଠାଗାରର ସଭାପତି ଶିକ୍ଷାବିତ ବିଜୟ କୁମାର ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ରବିନ୍ଦ୍ରନାଥ ତ୍ରିପାଠୀ ଯୋଗଦେଇ ଗୋଦାବରୀଶ ମିଶ୍ର ବହୁମୂଖୀ ପ୍ରତିଭାର ଅଧିକାରୀ ଥିଲେ ବୋଲି କହିବା ସହିତ ଓଡ଼ିଶାର ରାଜନୀତି,ସାହିତ୍ୟ ସମାଜ ସେବା ଓ ଶିକ୍ଷା କ୍ଷେତ୍ରରେ ସେ ନିଜର ଅଲିଭା ସ୍ଵାକ୍ଷର ଛାଡିଯାଇଛନ୍ତି ବୋଲି ମତ ଦେଇଥିଲେ I ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ବଂଶୀଧର ଆଚାର୍ଯ୍ୟ ଯୋଗ ଦେଇ ପଣ୍ଡିତ ମିଶ୍ରଙ୍କ ସାହିତ୍ୟ କୃତୀ କାଳଜୟୀ କବିତା କାଳିଜାଇ ଓ ସତ୍ୟବାଦୀ ବନ ବିଦ୍ୟାଳୟ ସମ୍ପର୍କରେ ଆଲୋକପାତ କରିଥିଲେ I ଅଧ୍ୟାପକ ଲଷ୍ମୀଧର ପ୍ରଧାନ ଯୋଗଦେଇ ତାଙ୍କ ବକ୍ତବ୍ୟରେ କହିଥିଲେ ଓଡ଼ିଆ ଭାଷା ସାହିତ୍ୟ ପ୍ରତି ଗୋଦାବରୀଶଙ୍କ ଅବଦାନ ଅତୁଳନୀୟ କହିବା ସହିତ ତାଙ୍କ ଆତ୍ମଜୀବନୀ ଅର୍ଦ୍ଧ ଶତାବ୍ଦୀର ଓଡିଶା ଓ ତହିଁରେ ମୋର ସ୍ଥାନ ପୁସ୍ତକ ଏହାର ପ୍ରମାଣ ଅଟେ ବୋଲି ମତବ୍ୟକ୍ତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ପାଠାଗାରର ନୂତନ ସମ୍ପାଦକ ଶିକ୍ଷାବିତ ପ୍ରଦ୍ୟୁମ୍ନ କୁମାର ସାହୁ, ସଞ୍ଜୟ କୁମାର ସାମନ୍ତ ସିଂହାର, ସତ୍ୟବାଦୀ ଦାସ, ପ୍ରତାପ କୁମାର ରାଉତରାୟ, ଅଜୟ କୁମାର ପତି ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ I ଶେଷରେ ଆଇନଜୀଵୀ ଶିବ ପ୍ରସାଦ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ I
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

