ନୂଆ ଖବର ସବୁ ପଢ଼ିଛି
ଲୋଡ୍ ହେଉଛି...
ଈଶ୍ବରଙ୍କ ବ୍ୟତୀତ କାହାକୁ ଡରେନା | ସ୍ପଷ୍ଟ ଓ ନିରପେକ୍ଷତା ଆମର ପ୍ରୟାସ
Latest News
ଗୁରୁତର ଆହତ ମାନସିକ ଭିନ୍ନକ୍ଷମ ଙ୍କ ସମେତ ୭ ଜଣଙ୍କୁ ଉଦ୍ଧାର କଲା ବ୍ୟାସ ଫାଉଣ୍ଡେସନ ❯❯ ପାରାଦୀପ ବନ୍ଦରର ଅବସରପ୍ରାପ୍ତ ଅଧିକାରୀ ବିଭୂତି ଭୂଷଣ ମହାନ୍ତିଙ୍କ ପରଲୋକ ❯❯ ନବରଙ୍ଗପୁର ଜିଲ୍ଲା ରେ ବେଆଇନି ମଦ ବିକ୍ରି କୁ ବିରୋଧ, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା। ❯❯ ଏଫସିଆଇ ୟୁନିଅନ ଦ୍ବାରା ବର୍ଦ୍ଧିତ ୧୩୨ ଟଙ୍କା କୁ ପ୍ରତ୍ୟାଖ୍ୟାନ କଲା ପାରାଦ୍ଵୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ । ❯❯ ପାରାଦ୍ୱୀପ ରେ ଭୁଶୁଡି ପଡିଛି ଟ୍ରାଫିକି ବ୍ୟବସ୍ତା,ଦୁର୍ଘଟଣା ରେ ଚାଲି ଯାଉଛି ନିରୀହ ଜୀବନ ❯❯ ପାରାଦୀପରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ❯❯ ରାଜ୍ୟ ଦୃଷ୍ଟିବାଧିତ ଓ ପାରା ଜୁଡୋ ଚମ୍ପିୟନସିପ୍ ଉଦଯାପିତ ❯❯ ଅଭିନୟ ଜଗତରେ ନିଷ୍ଠା, ସାଧନା ଓ ସମର୍ପଣର ପାଇଁ ବିଶିଷ୍ଟ ଅଭିନେତା ଶ୍ରୀ ଶ୍ରୀମନ୍ ନାରାୟଣ ମିଶ୍ର ଓଲିଉଡ଼୍ ନିଉଜ ଦ୍ୱାରା ସମ୍ବର୍ଦ୍ଧିତ ❯❯ ଦିଲ୍ଲୀ ପବ୍ଲିକ ସ୍କୁଲର ମୂନ କାର୍ଯ୍ୟକ୍ରମରେ କୂଟନୀତି, ନେତୃତ୍ୱ ଓ ବିଶ୍ୱସ୍ତରୀୟ ଦୃଷ୍ଟିକୋଣ ଉତ୍ସବ ❯❯ ଢିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ତିନିଟି ଗ୍ରାମ ପଞ୍ଚାୟତରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଲକ୍ଷ୍ୟରେ JSW ଉତ୍କଳ ଷ୍ଟିଲ୍ ଓ JSW ଫାଉଣ୍ଡେସନ୍ ପକ୍ଷରୁ ଜରୁରୀକାଳୀନ OPD ସେବା ଆରମ୍ଭ ❯❯

ମାନସିକ ଭିନ୍ନକ୍ଷମ ଯୁବତୀ ଙ୍କୁ ଉଦ୍ଧାର ଓ ଥଇଥାନ କଲେ ବ୍ୟାସ ଫାଉଣ୍ଡେସନ ଅଧ୍ୟକ୍ଷା ସ୍ନେହମୟୀ

sumanta swain | 26 Oct 2026 | 7 min read | 151 views

pozecon
News Prime Odisha
ପାରାଦ୍ୱୀପ ( ଏନ. ପି.ଓ ) : ପ୍ରତିଦିନ ଅନେକ ମହିଳା, ନାବାଳିକା, କେତେ ପ୍ରକାର ନିର୍ଯ୍ୟତନା ର ଶିକାର ହେଉଛନ୍ତି ତାହା ସମସ୍ତଙ୍କୁ ଜଣା, ସେବା ଓ ଆଧ୍ୟାତ୍ମିକ ପ୍ରଚାର ପ୍ରସାର ପାଇଁ ଉତ୍ସର୍ଗୀକୃତ ବ୍ୟାସ ସଂଗଠନ ର ଅଧ୍ୟକ୍ଷା ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ,ବ୍ୟାସ ବିଷ୍ନୁ ସ୍ନେହାଳୟ ର ସଭାପତି ଡା,ପଣ୍ଡିତ ସିଦ୍ଧେଶ୍ଵର ପଣ୍ଡା, ସଭ୍ୟ ମନୋଜ ପ୍ରଧାନ ଏକ ସେବା କାର୍ଯ୍ୟ ରୁ ଫେରିଲା ବେଳକୁ ଗୋପିନାଥ ଜୀଉ ରେଳ ଷ୍ଟେସନ, ବନିକୁନ୍ଦ ନିକଟରେ ଏକ ପ୍ରାପ୍ତ ବୟସ୍କା ମାନସିକ ଭିନ୍ନକ୍ଷମ ଯୁବତୀ ଏକା ବୁଲା ବୁଲି କରୁଥିଲେ l ସମୟ ରାତି ଦଶଟା ଉପରେ, ବିଳମ୍ବିତ ରାତ୍ରିରେ ଉକ୍ତ ଯୁବତୀ ସହ କିଛି ଅଘଟଣ ଘଟିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ତୁରନ୍ତ ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ ମହୋଦୟl କୁଜଙ୍ଗ ପୁଲିସ କୁ ଫୋନ ଦ୍ଵାରା ଯୋଗାଯୋଗ କରିଥିଲେ l ଥାନା ରେ ପୂଜା ପାଇଁ ଅଧିକ ପୁଲିସ ଉପସ୍ଥିତ ନ ଥିଲେ ମଧ୍ୟ ଭାରପ୍ରାପ୍ତ ଥାନା ଅଧିକାରୀ ଶିବାଶିଷ ଦାସ ଯୁବତୀ ଙ୍କୁ ଉଦ୍ଧାର ପାଇଁ ଗାଡି ଓ ପୁଲିସ ପଠାଇ ଥିଲେ l ମାତ୍ର ମହିଳା ପୁଲିସ ନ ଥିବାରୁ ତଥା ବିଳମ୍ବିତ ରାତି ହୋଇ ଥିବାରୁ ଯୁବତୀକୁ ୱାନ୍ ଷ୍ଟପ୍ କେନ୍ଦ୍ର କୁ ନେବା ସମ୍ଭବ ନ ହେବାରୁ ଶ୍ରୀମତୀ ଆଚାର୍ଯ୍ୟଙ୍କ ତତ୍ତ୍ଵାବୋଧାନରେ ଉକ୍ତ ଯୁବତୀଙ୍କୁ ଆଇନଯିବି ମଞ୍ଜୁଲତା ରାଉତ ଙ୍କୁ ଯୋଗାଯୋଗ କରି ରଜନୀ ଦେବୀ ଜରାଶ୍ରମ କୁଜଙ୍ଗ ଠାରେ ଅବସ୍ଥାପିତ କରାଇଥିଲେ ଏବଂ ଆସନ୍ତା ଦିନ ମଧ୍ୟରେ ସଖି କେନ୍ଦ୍ର ଜଗତସିଂହପୁର ରେ ରଖା ଯିବ ବୋଲି ଶ୍ରୀମତୀ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି l କୁଜଙ୍ଗ ପୁଲିସ ର ସହାୟତା ତଥା ରଜନୀ ଦେବୀ ଜରାଶ୍ରମର କର୍ମକର୍ତ୍ତା ଏବଂ ସଖି କେନ୍ଦ୍ର ର ତତ୍ୱାବଧାରକ ପୂର୍ଣ୍ଣ ଚନ୍ଦ୍ର ମଲ୍ଲ ,ମେନକା ସିଂହ,ସୁସ୍ମିତା ଦାସ ଏବଂ ସମସ୍ତ କର୍ମକର୍ତ୍ତା ଙ୍କୁ ବ୍ୟାସ ସଂଗଠନ ପକ୍ଷରୁ କୃତଜ୍ଞତା ଜଣାଇଛନ୍ତି ଶ୍ରୀମତୀ ଆଚାର୍ଯ୍ୟ l
© 2026 News Prime Odisha | Content is protected under the Copyright Act, 1957

Comments (0)

Loading comments...