ନୂଆ ଖବର ସବୁ ପଢ଼ିଛି
ଲୋଡ୍ ହେଉଛି...
ଈଶ୍ବରଙ୍କ ବ୍ୟତୀତ କାହାକୁ ଡରେନା | ସ୍ପଷ୍ଟ ଓ ନିରପେକ୍ଷତା ଆମର ପ୍ରୟାସ
Latest News
ଗୁରୁତର ଆହତ ମାନସିକ ଭିନ୍ନକ୍ଷମ ଙ୍କ ସମେତ ୭ ଜଣଙ୍କୁ ଉଦ୍ଧାର କଲା ବ୍ୟାସ ଫାଉଣ୍ଡେସନ ❯❯ ପାରାଦୀପ ବନ୍ଦରର ଅବସରପ୍ରାପ୍ତ ଅଧିକାରୀ ବିଭୂତି ଭୂଷଣ ମହାନ୍ତିଙ୍କ ପରଲୋକ ❯❯ ନବରଙ୍ଗପୁର ଜିଲ୍ଲା ରେ ବେଆଇନି ମଦ ବିକ୍ରି କୁ ବିରୋଧ, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା। ❯❯ ଏଫସିଆଇ ୟୁନିଅନ ଦ୍ବାରା ବର୍ଦ୍ଧିତ ୧୩୨ ଟଙ୍କା କୁ ପ୍ରତ୍ୟାଖ୍ୟାନ କଲା ପାରାଦ୍ଵୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ । ❯❯ ପାରାଦ୍ୱୀପ ରେ ଭୁଶୁଡି ପଡିଛି ଟ୍ରାଫିକି ବ୍ୟବସ୍ତା,ଦୁର୍ଘଟଣା ରେ ଚାଲି ଯାଉଛି ନିରୀହ ଜୀବନ ❯❯ ପାରାଦୀପରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ❯❯ ରାଜ୍ୟ ଦୃଷ୍ଟିବାଧିତ ଓ ପାରା ଜୁଡୋ ଚମ୍ପିୟନସିପ୍ ଉଦଯାପିତ ❯❯ ଅଭିନୟ ଜଗତରେ ନିଷ୍ଠା, ସାଧନା ଓ ସମର୍ପଣର ପାଇଁ ବିଶିଷ୍ଟ ଅଭିନେତା ଶ୍ରୀ ଶ୍ରୀମନ୍ ନାରାୟଣ ମିଶ୍ର ଓଲିଉଡ଼୍ ନିଉଜ ଦ୍ୱାରା ସମ୍ବର୍ଦ୍ଧିତ ❯❯ ଦିଲ୍ଲୀ ପବ୍ଲିକ ସ୍କୁଲର ମୂନ କାର୍ଯ୍ୟକ୍ରମରେ କୂଟନୀତି, ନେତୃତ୍ୱ ଓ ବିଶ୍ୱସ୍ତରୀୟ ଦୃଷ୍ଟିକୋଣ ଉତ୍ସବ ❯❯ ଢିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ତିନିଟି ଗ୍ରାମ ପଞ୍ଚାୟତରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଲକ୍ଷ୍ୟରେ JSW ଉତ୍କଳ ଷ୍ଟିଲ୍ ଓ JSW ଫାଉଣ୍ଡେସନ୍ ପକ୍ଷରୁ ଜରୁରୀକାଳୀନ OPD ସେବା ଆରମ୍ଭ ❯❯

ପବିତ୍ର ବିଜୟାଦଶମୀ ଅବସରରେ ପାରାଦ୍ଵୀପ ସାଗର କ୍ଲବ ପକ୍ଷରୁ ୩୫ ତମ ରାବଣ ପୋଡି ଉତ୍ସବ ବିଜୁ ମଇଦାନ ଠାରେ ଅନୁଷ୍ଠିତ ହୋଇଯାଇଛି

News Prime Odisha | 21 Oct 2026 | 6 min read | 74 views

pozecon
News Prime Odisha
ପାରାଦ୍ଵୀପ ( ଏନ. ପି.ଓ ) : ପବିତ୍ର ବିଜୟାଦଶମୀ ଅବସରରେ ପାରାଦ୍ଵୀପ ସାଗର କ୍ଲବ ପକ୍ଷରୁ ୩୫ ତମ ରାବଣ ପୋଡି ଉତ୍ସବ ବିଜୁ ମଇଦାନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜଗତସିଂହପୁର ସାଂସଦ ବିଭୂପ୍ରସାଦ ତରାଇ, ପାରାଦ୍ଵୀପ ପୌରପରିଷଦର ଅଧ୍ୟକ୍ଷ ବସନ୍ତ ବିଶ୍ଵାଳ ଙ୍କ ସମେତ,ପାରିଷଦ ଓ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ପ୍ରଥମେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ମାନ୍ୟବର ସାଂସଦ ବିଭୂ ପ୍ରସାଦ ତରାଇ । ପରେ ସ୍ଥାନୀୟ କଳାକାରଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ରାଜ୍ୟ ଓ ଦେଶରେ ସତ୍ଯ, ଧର୍ମ, ନ୍ୟାୟ ଓ ଅହିଂସାର ପ୍ରତିଷ୍ଠା ପାଇଁ ଅଧର୍ମ, ଅନ୍ୟାୟ ଓ ଅନୀତିର ପ୍ରତିକ ରୂପୀ ରାବଣକୁ ପୋଡି ନଷ୍ଟ କରି ନିଜ ନିଜ ମଧ୍ଯରେ ଭାଇଚାରା ସୃଷ୍ଟି କରିବା ସହିତ ବିକଶିତ ପାରାଦ୍ଵୀପ ଓ ବିକଶିତ ଓଡିଶା ଓ ବିକଶିତ ଭାରତ ଗଠନ ପାଇଁ ଆହ୍ବାନ ଦେଇଥିଲେ ସାଂସଦ ବିଭୂପ୍ରସାଦ ତରାଇ । ସେହିପରି ନିଜ ନିଜ ଭିତରେ ଥିବା ହିଂସାକୁ ଦୂର କରି ଅସାମାଜିକ କାର୍ଯ୍ୟରୁ ଦୂରେଇ ରହି ସମାଜର ମଙ୍ଗଳ ପାଇଁ ଏବଂ ପାରାଦ୍ଵୀପ ର ବିକାଶ ପାଇଁ ସମସ୍ତେ ଆଗକୁ ଆସି ଏକ ହୋଇ କାର୍ଯ୍ୟ କଲେ ପାରାଦ୍ଵୀପ ଆହୁରି ଆଗକୁ ଯାଇପାରିବ ବୋଲି ପୌର ପରିଷଦର ଅଧ୍ୟକ୍ଷ ତାଙ୍କ ବକ୍ତବ୍ୟରେ କହିଥିଲେ ।ପରେ କଳିଙ୍ଗ ବାଲିଯାତ୍ରା ପଡିଆରେ ବାଣ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଶେଷରେ ରାବଣ ଙ୍କ ଦେହରେ ଅଗ୍ନି ସଂଯୋଗ କରିଥିଲେ ମାନ୍ୟବର ସାଂସଦ ବିଭୂପ୍ରସାଦ ତରାଇ । ଏହି କାର୍ଯ୍ୟକ୍ରମକୁ ଦେଖିବା ପାଇଁ ହଜାର ହଜାର ଦର୍ଶକ ଙ୍କ ସମାଗମ ଦେଖିବାକୁ ମିଳିଥିଲା ।
© 2026 News Prime Odisha | Content is protected under the Copyright Act, 1957

Comments (0)

Loading comments...