କଳିଙ୍ଗ ମହିଳା ଶକ୍ତି ପକ୍ଷରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ ସହିତ ନିଶା ନିବାରଣ ଉପରେ ସଚେତନ କରାଯାଇଛି
News Prime Odisha | 18 Oct 2026 | 6 min read | 126 views
News Prime Odisha
ପାରାଦ୍ଵୀପ ( ଏନ. ପି.ଓ ) : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ରୁ ଆରମ୍ଭ ହୋଇଛି ସ୍ୱଚ୍ଛତା କାର୍ଯ୍ୟକ୍ରମ । ଏହି ଅବସରରେ ଅକ୍ଟୋବର ୨ ରୁ ୧୬ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ମହିଳା ଶକ୍ତି ପକ୍ଷରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ ସହିତ ନିଶା ନିବାରଣ ଉପରେ ସଚେତନ କରାଯାଇଛି । ଏକ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମରେ କଳିଙ୍ଗ ମହିଳା ଶକ୍ତି ପକ୍ଷରୁ ବିଭିନ୍ନ ସ୍ଥାନରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ସହିତ ନିଶା ନିବାରଣ ଉପରେ ସଚେତନ କରାଯାଇଥିଲା । ଅଠରବାଙ୍କୀ ସରକାରୀ ବିଦ୍ୟାଳୟରେ ଛାତ୍ର,ଛାତ୍ରୀ ମାନଙ୍କ ମଧ୍ୟରେ ନିଶା ନିବାରଣ ଏବଂ ସ୍ୱଚ୍ଛତା ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବଡପଡ଼ିଆ ଠାରେ ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ପରିବେଶବିତ୍ ତଥା ସମାଜସେବୀ ପ୍ରଫୁଲ୍ଲ ସାମନ୍ତରାୟ, ତିଖିରି ସରପଞ୍ଚ ଚାମେଲି ଓଝା, ବିଶିଷ୍ଟ ଶିକ୍ଷାବିତ ବାବୁରାମ ଚୌଧୁରୀ, ଶ୍ରମିକ ନେତା ବିଷ୍ଣୁପଦ ମୁଦୁଲି ଯୋଗଦେଇଥିବା ବେଳେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସମାଜସେବୀ ମନୋରମା ଖଟୁଆ । ଦିନକୁ ଦିନ କିପରି ପରିବେଶ ପ୍ରଦୂଷିତ ହେଉଛି ଏବଂ ସମାଜରେ ନିଶା ଦ୍ୱାରା କିପରି ପରିବାର ନଷ୍ଟ ହେଉଛି ଏବଂ କିପରି ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି ସେ ବିଷୟରେ ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ମତ ରଖିଥିଲେ । ସେହିପରି ଶିଳ୍ପ ପାଇଁ କିପରି ଜଙ୍ଗଲକୁ ନଷ୍ଟ କରାଯାଉଛି ଯାହା ଫଳରେ ପରିବେଶ ନଷ୍ଟ ହେଉଛି ସେ ବିଷୟରେ ଅତିଥି ମାନେ କହିଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଟିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତି ଯୋଗୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ ।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

