ପାରାଦ୍ଵୀପ କଲେଜ ନିର୍ବାଚନ ରେ ଏଭିବିପି ବିଜୟୀ ହେବାପରେ କଲେଜ ସମ୍ମୁଖ ମୁଖ୍ୟ ରାସ୍ତାରେ ଅଣଛାତ୍ରଙ୍କ ଅଶ୍ଲୀଳ ଇଙ୍ଗିତ ଏବେ ଚର୍ଚ୍ଚାରେ
News Prime Odisha | 16 Oct 2026 | 5 min read | 88 views
News Prime Odisha
ପାରାଦ୍ଵୀପ ( ଏନ. ପି.ଓ ) : ପାରାଦ୍ଵୀପ କଲେଜ ନିର୍ବାଚନ ରେ ଏଭିବିପି ବିଜୟୀ ହେବାପରେ କଲେଜ ସମ୍ମୁଖ ମୁଖ୍ୟ ରାସ୍ତାରେ ଅଣଛାତ୍ରଙ୍କ ଅଶ୍ଲୀଳ ଇଙ୍ଗିତ ଏବେ ଚର୍ଚ୍ଚାରେ । ଏହି ନିର୍ବାଚନ ରେ ବିସିଜେଡି ସମ୍ପୁର୍ଣ୍ଣ ଧରାଶାୟୀ ହୋଇଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ଓ ଏଭିବିପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ୧୦ ରୁ ୨୦ ଖଣ୍ଡ ଭୋଟ ମଧ୍ୟରେ ସ୍ବାଧିନ ପ୍ରାର୍ଥୀମାନେ ପରାଜିତ ହୋଇଥିଲେ ଏବଂ କଲ୍ଚରାଲ ସେକ୍ରେଟାରୀ ପଦ ମଧ୍ୟ ସ୍ବାଧିନ ପ୍ରାର୍ଥୀ ହାତେଇଛି । ତଥାପି ଶାସକ ଦଳର କିଛି ଯୁବକ ଏଭିବିପି ର ବିଜୟ କୁ ନେଇ ଏତେ ଉତ୍ସାହିତ ହୋଇପଡ଼ିଲେ ଯେ ନିଜର ହିତାହିତ ଜ୍ଞାନ ଭୁଲି ଯାଇଥିଲେ । କଲେଜ ଭଳି ଏକ ଶିକ୍ଷାର ମନ୍ଦିର ସମ୍ମୁଖରେ ଅଶ୍ଲୀଳ ଇଙ୍ଗିତ କରି ନୃତ୍ୟ କରୁଥିବା ଦେଖିବାକୁ ମିଳିଛି । ସେଠାରେ କଲେଜ ଛାତ୍ରୀ ମାନେ ଥିବା ବେଳେ ଉକ୍ତ ରାସ୍ତା ଦେଇ ଶହ ଶହ ମହିଳା ଓ ପୁରୁଷ ଯିବା ଆସିବା କରୁଥିବା ବେଳେ ପୋଲିସ ଉପସ୍ଥିତିରେ ଏହି ଅଶ୍ଲୀଳ ଇଙ୍ଗିତ କରି ନୃତ୍ୟ କରୁଥିବା ଯୁବକ ଙ୍କୁ ପୋଲିସ ଅଟକାଇ ନଥିଲା । ଯାହା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଥିବା ବେଳେ ଉକ୍ତ ଯୁବକ ଙ୍କ ବିରୋଧରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ଗିରଫ କରିବାକୁ ସାଧାରଣରେ ଦାବି ହେଉଛି ।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

