ଜଣେ ଯୁବକ ନିଖୋଜ ସନ୍ଦେହରେ ଅଗ୍ନିଶମ ବିଭାଗ ଓ ପୋଲିସ୍ ପକ୍ଷରୁ କରାଯାଉଛି ମହାନଦୀରେ ଯାଞ୍ଚ୍
News Prime Odisha | 16 Oct 2026 | 5 min read | 131 views
News Prime Odisha
ପାରାଦ୍ଵୀପ ( ଏନ. ପି.ଓ ) : ଭୂତମୁଣ୍ଡାଇ ନିକଟ ମହାନଦୀ କଡ ପଥର ପ୍ୟାଚିଂ ଉପରେ ଥୁଆ ହୋଇଛି ଚପଲ ଏବଂ ଗଞ୍ଜି , ହେଲେ ପିଲାର କୌଣସି ପତା ମିଳୁନାହିଁ । ଅଗ୍ନିଶମ ବିଭାଗ ଓ ପୋଲିସ୍ ପକ୍ଷରୁ କରାଯାଉଛି ଯାଞ୍ଚ୍ । ଚପଲ ଏବଂ ଗଞ୍ଜି ରୁ ଉକ୍ତ ଯୁବକ ଜଣଙ୍କ କୁଜଙ୍ଗ ବ୍ଲକ୍ ମଙ୍ଗରାଜପୁର ପଞ୍ଚାୟତ ହସିଣା ଗ୍ରାମର ରାକେଶ ତରାଇ( ଚିକୁ ) ବୋଲି ଜଣାପଡିଛି । ରାକେଶ ଗତକାଲି ଖରାବେଳୁ ଘରୁ ଆସିଥିବା ବେଳେ ଘରକୁ ଫେରିନଥିଲେ । ଗତକାଲି ରାତିରେ ଏଠାରେ କିଛି ବ୍ୟକ୍ତି ଚପଲ ଓ ଗଞ୍ଜି ଦେଖି ବୁଝା ବୁଝି କରିବା ପରେ ତାଙ୍କର ପରିବାର ଲୋକେ ପହଞ୍ଚି ଏହା ତାଙ୍କ ପୁଅର ବୋଲି ଚିହ୍ନଟ କରିଛନ୍ତି । ମାତ୍ର ରାକେଶ କୁଆଡେ ଗଲେ ଏବଂ ଏଠାକୁ ତାଙ୍କ ଚପଲ ଓ ଗଞ୍ଜି କେମିତି ଆସିଲା ତାହା ସ୍ପଷ୍ଟ ହୋଇନାହିଁ । ରାକେଶ ଗଞ୍ଜି ଓ ଚପଲ ରଖି ମହାନଦୀ କୁ ଡେଇଁ ପଡ଼ିଥିବା ଅନୁମାନ କରାଯାଉଛି । କୁଜଙ୍ଗ ଅଗ୍ନିଶମ ବିଭାଗ, ପାରାଦ୍ଵୀପ ଲକ୍ ଥାନା ଓ କୁଜଙ୍ଗ ଥାନା ପକ୍ଷରୁ ନଦୀରେ ଖୋଜାଖୋଜି କରାଯିବା ସହିତ କାଳେ ଭାସି ଭାସି ଦୁରକୁ ଚାଲି ଯାଇଥିବେ, ସେଥିପାଇଁ ମହାନଦୀ ର ତଳ ମୁଣ୍ଡ ଓ ଉପର ମୁଣ୍ଡରେ ତଲାସି ଜାରି ରହିଛି । ରାକେଶ ପାରାଦ୍ଵୀପ ର ଏକ କମ୍ପାନୀରେ କାମ କରୁଥିବା ବେଳେ ସିଏ ଏଠାକୁ କାହିଁକି ଆସିଥିଲେ ତାହା ସ୍ପଷ୍ଟ ହୋଇନାହିଁ ।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

