ନୂଆ ଖବର ସବୁ ପଢ଼ିଛି
ଲୋଡ୍ ହେଉଛି...
ଈଶ୍ବରଙ୍କ ବ୍ୟତୀତ କାହାକୁ ଡରେନା | ସ୍ପଷ୍ଟ ଓ ନିରପେକ୍ଷତା ଆମର ପ୍ରୟାସ
Latest News
ଗୁରୁତର ଆହତ ମାନସିକ ଭିନ୍ନକ୍ଷମ ଙ୍କ ସମେତ ୭ ଜଣଙ୍କୁ ଉଦ୍ଧାର କଲା ବ୍ୟାସ ଫାଉଣ୍ଡେସନ ❯❯ ପାରାଦୀପ ବନ୍ଦରର ଅବସରପ୍ରାପ୍ତ ଅଧିକାରୀ ବିଭୂତି ଭୂଷଣ ମହାନ୍ତିଙ୍କ ପରଲୋକ ❯❯ ନବରଙ୍ଗପୁର ଜିଲ୍ଲା ରେ ବେଆଇନି ମଦ ବିକ୍ରି କୁ ବିରୋଧ, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା। ❯❯ ଏଫସିଆଇ ୟୁନିଅନ ଦ୍ବାରା ବର୍ଦ୍ଧିତ ୧୩୨ ଟଙ୍କା କୁ ପ୍ରତ୍ୟାଖ୍ୟାନ କଲା ପାରାଦ୍ଵୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ । ❯❯ ପାରାଦ୍ୱୀପ ରେ ଭୁଶୁଡି ପଡିଛି ଟ୍ରାଫିକି ବ୍ୟବସ୍ତା,ଦୁର୍ଘଟଣା ରେ ଚାଲି ଯାଉଛି ନିରୀହ ଜୀବନ ❯❯ ପାରାଦୀପରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ❯❯ ରାଜ୍ୟ ଦୃଷ୍ଟିବାଧିତ ଓ ପାରା ଜୁଡୋ ଚମ୍ପିୟନସିପ୍ ଉଦଯାପିତ ❯❯ ଅଭିନୟ ଜଗତରେ ନିଷ୍ଠା, ସାଧନା ଓ ସମର୍ପଣର ପାଇଁ ବିଶିଷ୍ଟ ଅଭିନେତା ଶ୍ରୀ ଶ୍ରୀମନ୍ ନାରାୟଣ ମିଶ୍ର ଓଲିଉଡ଼୍ ନିଉଜ ଦ୍ୱାରା ସମ୍ବର୍ଦ୍ଧିତ ❯❯ ଦିଲ୍ଲୀ ପବ୍ଲିକ ସ୍କୁଲର ମୂନ କାର୍ଯ୍ୟକ୍ରମରେ କୂଟନୀତି, ନେତୃତ୍ୱ ଓ ବିଶ୍ୱସ୍ତରୀୟ ଦୃଷ୍ଟିକୋଣ ଉତ୍ସବ ❯❯ ଢିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ତିନିଟି ଗ୍ରାମ ପଞ୍ଚାୟତରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଲକ୍ଷ୍ୟରେ JSW ଉତ୍କଳ ଷ୍ଟିଲ୍ ଓ JSW ଫାଉଣ୍ଡେସନ୍ ପକ୍ଷରୁ ଜରୁରୀକାଳୀନ OPD ସେବା ଆରମ୍ଭ ❯❯

ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସଵ 'ମହକ' ଓ 'ଉତ୍ସାହ ' ୨୦୨୬-୨୭’ ଅନୁଷ୍ଠିତ

sumanta swain | 14 Oct 2026 | 10 min read | 111 views

pozecon
News Prime Odisha
ଜଗତସିଂହପୁର ( ଏନ. ପି.ଓ ) : ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଜଗତସିଂହପୁର ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ, ଓଡିଶା ସରକାରଙ୍କ ଦ୍ୱାରା ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସଵ ମହକ ଓ ଉତ୍ସାହ ୨୦୨୬-୨୭ ନବକୃଷ୍ଣ ଚୌଧୁରୀ ଷ୍ଟାଡ଼ିୟମ ଜଗତସିଂହପୁର ଓ ଶିଶୁ ଆଶ୍ରମ ଜଗତସିଂହପୁର ଠାରେ ତା ୧୩.୧୦.୨୦୨୬ ଏବଂ ୧୪.୧୦.୨୦୨୬ ତାରିଖରେ ଅନୁଷ୍ଠିତ ହୋଇଯାଇଅଛି | ଜଗତସିଂହପୁରର ଦୁଇଗୋଟି ପଂଜିକୃତ ଶିଶୁ ଯତ୍ନ ଅନୁଷ୍ଠାନ ଯଥା ଶିଶୁ ଆଶ୍ରମ ଜଗତସିଂହପୁର ଏବଂ ଶ୍ରୀ ଲୋକନାଥ ଶିକ୍ଷାଶ୍ରମ ନିମିଢି ପାରାଦୀପ, ଜଗତସିଂହପୁର ର ପିଲାମାନେ ଅଂଶଗ୍ରହଣ କରିଥିଲେ | ପିଲାମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ, ନେତୃତ୍ୱ ଗୁଣର ପରିସ୍ପୁଠନ ଏବଂ ଶିଶୁ ସୁରକ୍ଷା ବିଷୟରେ ସଚେତନ ସୃଷ୍ଟି କରିବା ଏହି କାର୍ଯ୍ୟର ମୂଳ ଲକ୍ଷ୍ୟ ଅଟେ |
ଉତ୍ସାହ କାର୍ଯ୍ୟକ୍ରମରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଯଥା ୧୦୦ମିଟର,୨୦୦ ମିଟର ଦୌଡ ,କ୍ୟାରମ,ଚେସ, ଲମ୍ବ ଡିଆଁ ,ଉଚ୍ଚ ଡିଆଁ ପ୍ରତିଯୋଗିତା ଉଭୟ ବାଳକ ଓ ବାଳିକା ବର୍ଗ ମଧ୍ୟରେ ଅନୁଷ୍ଠିତ ହୋଇଥିଲା | ସେହିପରି ମହକ କାର୍ଯ୍ୟକ୍ରମରେ ବକ୍ତୃତା, ଜଣା ଅଜଣା କାର୍ଯ୍ୟକ୍ରମ, ଚିତ୍ରାଙ୍କନ , ସଙ୍ଗୀତ ଏବଂ ଦଳଗତ ନୃତ୍ୟ ପ୍ରତିଯୋଗିତା ଉଭୟ କନିଷ୍ଠ ଓ ବରିଷ୍ଠ ବର୍ଗରେ ଅନୁଷ୍ଠିତ ହୋଇଥିଲା |
ଏହି କାର୍ଯ୍ୟକ୍ରମର ପୁରସ୍କାର ବିତରଣ ଉତ୍ସଵ ଆଦିକବି ଶାରଳା ଦାସ ସଂସ୍କୃତି ଭବନଠାରେ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସଵରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଜ୍ୟୋତି ଶଙ୍କର ରାୟ , ଶିଶୁ ମଙ୍ଗଳ କମିଟିର ଅଧ୍ୟାକ୍ଷା ଶ୍ରୀମତୀ ଶୁଭଶ୍ରୀ ପାଇଟାଲ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମାନସୀ ବେହେରା , ଜିଲ୍ଲା ଲୋକସଂପର୍କ ଓ ସୂଚନା ଅଧିକାରି ଶ୍ରୀମତୀ ପ୍ରଚିତୀ ତନୟା ମହାନ୍ତି , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ ମମତା ନାୟକ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କାହ୍ନୁ ଚରଣ ରାଉତ , ସୁରକ୍ଷା ଅଧିକାରୀ ଜଗଦୀଶ ସାହୁ ଉପସ୍ଥିତ ରହି ପିଲା ମାନଙ୍କୁ ଉଦ୍ବୋଧନ ଦେବା ସହିତ ପୁରସ୍କାର ବିତରଣ କରିଥିଲେ |
ଉଭୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପିଲା ମାନଙ୍କୁ ବରେନ୍ୟ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା | ଯେଉଁ ମାନେ ଆସନ୍ତା ନଭେମ୍ବର ୨୦୨୬ ରେ ରାଜ୍ୟ ସ୍ତରୀୟ ମହକ ଓ ଉତ୍ସାହ ୨୦୨୬-୨୭ ରେ ଅଂଶ ଗ୍ରହଣ କରିବେ | ପରେ ପରେ ପିଲାମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମ ପରିଚାଳନାରେ ଶିଶୁ ସୁରକ୍ଷା ୟୁନିଟ, ଶିଶୁ ଆଶ୍ରମ, ଶ୍ରୀ ଲୋକନାଥ ଶିକ୍ଷାଶ୍ରମ ଏବଂ ଚାଇଲଡ ହେଲ୍ପ ଲାଇନର କର୍ମକର୍ତା ମାନେ ସହଯୋଗ କରିଥିଲେ | ଶେଷରେ ଜଗନ୍ନାଥ ମିଶ୍ର, ଆଇନ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ |
© 2026 News Prime Odisha | Content is protected under the Copyright Act, 1957

Comments (0)

Loading comments...