SVM କଲେଜରେ ହାଇଭୋଲଟେଜ ଡ୍ରାମା, ମୁଖ୍ୟ ଗେଟ ସମ୍ମୁଖରେ BCJD ର ଧାରଣା, ABVP ର କଡା କାଉଣ୍ଟର
News Prime Odisha | 13 Oct 2026 | 4 min read | 96 views
News Prime Odisha
ଜଗତସିଂହପୁର ( ଏନ. ପି.ଓ ) : ଜଗତସିଂହପୁର ଜିଲ୍ଲାର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ SVM ଅଟୋନୋମସ କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ତାତି ଏବେ ଚରମରେ ପହଞ୍ଚିଛି । ଆଜି ସନ୍ଧ୍ୟା ସମୟରେ ନିର୍ବାଚନ ପରିଚାଳନାରେ ଅନିୟମିତତା ଅଭିଯୋଗ ଆଣି କଲେଜ ମୁଖ୍ୟ ଗେଟ ସମ୍ମୁଖରେ ଧାରଣାରେ ବସିଛନ୍ତି BCJD ର ଛାତ୍ରଛାତ୍ରୀ । କଲେଜରେ ଠିକ୍ ଭାବରେ ନିର୍ବାଚନ ପରିଚାଳନା ହୋଇ ପାରୁନାହିଁ, ପ୍ରଶାସନ ଏକ ନିର୍ଦ୍ଦିଷ୍ଟ ଛାତ୍ର ସଂଗଠନକୁ ସମର୍ଥନ କରୁଛି ବୋଲି BCJD ପକ୍ଷରୁ ଅଭିଯୋଗ କରାଯାଇଛି । ତେବେ ଏହି ଅଭିଯୋଗକୁ ABVP କଡା ଭାଷାରେ କାଉଣ୍ଟର କରିଛି । ABVP ର ଛାତ୍ର ନେତାମାନେ କହିଛନ୍ତି ଯେ, BCJD ହାରିଯିବା ଭୟରେ ଔଷଧ ବିକଳରେ ତାଟିଆ କାମୁଡୁଛି । ଛାତ୍ରଛାତ୍ରୀମାନେ ଆମ ସପକ୍ଷରେ ଅଛନ୍ତି ତେଣୁ ସେମାନେ ଏଭଳି ନାଟକ କରୁଛନ୍ତି ବୋଲି ABVP ପାଲଟା ଅଭିଯୋଗ କରିଛି । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲେ ମଧ୍ୟ କଲେଜ ପ୍ରଶାସନ ଓ ପୋଲିସ ପକ୍ଷରୁ ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇଛି ।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

