ଶ୍ରମ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମିକଙ୍କ ଧାରଣା
News Prime Odisha | 12 Oct 2026 | 6 min read | 232 views
News Prime Odisha
ପାରାଦ୍ଵୀପ ( ଏନ. ପି.ଓ ) : ଅସହାୟ ହୋଇପଡିଛନ୍ତି ଶ୍ରମ ଅଧିକାରୀ ।ଠିକାଦାର ଶୁଣୁନାହାନ୍ତି ଶ୍ରମ ବିଭାଗ ଅଧିକାରୀ ଙ୍କ କଥା କି ଉଠାଉ ନାହାଁନ୍ତି ଫୋନ୍ । ୬ ମାସ ହେଲା ଦୌଡ଼ି ଦୌଡ଼ି ନିରାଶ ହେବା ପରେ ଶ୍ରମ ବିଭାଗ ଅଫିସ ସମ୍ମୁଖରେ ଧାରଣା ଦେଲେ ଶ୍ରମିକ । ସେମାନଙ୍କ ଅଭିଯୋଗ ମୁତାବକ ପାରାଦ୍ଵୀପ-ହରିଦାସପୁର ରେଲୱେ ଲାଇନ କାର୍ଯ୍ୟ ଆରମ୍ଭରୁ ଶ୍ରମିକ ମାନେ ମାସକୁ ମାତ୍ର ୧୦ ହଜାର ଟଙ୍କା ରେ କାମ କରୁଥିଲେ । ସେମାନଙ୍କୁ ୮ ଘଣ୍ଟା ବଦଳରେ ୧୨ ଘଣ୍ଟା କାର୍ଯ୍ୟ କରିବାକୁ କୁହାଯିବା ସହିତ ସ୍ଥାୟୀ ନିଯୁକ୍ତି ର ପ୍ରତିଶୃତି ମଧ୍ୟ ଦିଆଯାଇଥିଲା । ହେଲେ ଏବେ ନୂତନ ଟେଣ୍ଡର ରେ ସେମାନଙ୍କୁ ଆଉ କାର୍ଯ୍ୟ କରିବାର ସୁଯୋଗ ନଦେଇ ଅନ୍ୟ ପିଲାଙ୍କୁ ଆଣି କାମ କରାଯାଉଛି । ଯାହାକୁ ବିରୋଧ କରି ଶ୍ରମିକ ମାନେ ଖୋର୍ଦ୍ଧା ସ୍ଥିତ ରେଲୱେ ଡିଭିଜନରେ ଦେଖା କରିବା ସହିତ କମିଶନର ଙ୍କ ସହିତ ଆଲୋଚନା କରିଥିଲେ । ମାତ୍ର କୌଣସି ସୁଫଳ ନମିଳିବାରୁ ଭୁବନେଶ୍ୱର ଶ୍ରମ କାର୍ଯ୍ୟାଳୟ ରେ ଅଭିଯୋଗ କରିଥିଲେ । ଏହାର ସମାଧାନ ପାଇଁ ଭୁବନେଶ୍ବର ଶ୍ରମ ବିଭାଗ ପାରାଦ୍ଵୀପ ଶ୍ରମ ବିଭାଗ ଅଧିକାରୀ ଙ୍କୁ ଦାୟିତ୍ଵ ଦେଇଥିଲେ । ହେଲେ ଘଟଣାକୁ ୬ ମାସ ବିତିଥିଲେ ମଧ୍ୟ ଏହାର ସମାଧାନ ହୋଇପାରୁନାହିଁ । ଶ୍ରମ ଅଧିକାରୀ କହୁଛନ୍ତି ଠିକାଦାର ଫୋନ୍ ଉଠାଉ ନାହାଁନ୍ତି, ତେଣୁ ଆମେ କଣ କରିବୁ ? ଯାହାକୁ ବିରୋଧ କରି ଶ୍ରମିକମାନେ ପାରାଦ୍ଵୀପ ଶ୍ରମ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଘଟଣାସ୍ଥଳରେ ଜଟାଧାର ସାମୁଦ୍ରିକ ଥାନା ପୋଲିସ ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଦେବୁ ବୋଲି ଶ୍ରମିକ ମାନେ ଚେତାବନୀ ଦେଇଛନ୍ତି ।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

