ନୂଆ ଖବର ସବୁ ପଢ଼ିଛି
ଲୋଡ୍ ହେଉଛି...
ଈଶ୍ବରଙ୍କ ବ୍ୟତୀତ କାହାକୁ ଡରେନା | ସ୍ପଷ୍ଟ ଓ ନିରପେକ୍ଷତା ଆମର ପ୍ରୟାସ
Latest News
ଗୁରୁତର ଆହତ ମାନସିକ ଭିନ୍ନକ୍ଷମ ଙ୍କ ସମେତ ୭ ଜଣଙ୍କୁ ଉଦ୍ଧାର କଲା ବ୍ୟାସ ଫାଉଣ୍ଡେସନ ❯❯ ପାରାଦୀପ ବନ୍ଦରର ଅବସରପ୍ରାପ୍ତ ଅଧିକାରୀ ବିଭୂତି ଭୂଷଣ ମହାନ୍ତିଙ୍କ ପରଲୋକ ❯❯ ନବରଙ୍ଗପୁର ଜିଲ୍ଲା ରେ ବେଆଇନି ମଦ ବିକ୍ରି କୁ ବିରୋଧ, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା। ❯❯ ଏଫସିଆଇ ୟୁନିଅନ ଦ୍ବାରା ବର୍ଦ୍ଧିତ ୧୩୨ ଟଙ୍କା କୁ ପ୍ରତ୍ୟାଖ୍ୟାନ କଲା ପାରାଦ୍ଵୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ । ❯❯ ପାରାଦ୍ୱୀପ ରେ ଭୁଶୁଡି ପଡିଛି ଟ୍ରାଫିକି ବ୍ୟବସ୍ତା,ଦୁର୍ଘଟଣା ରେ ଚାଲି ଯାଉଛି ନିରୀହ ଜୀବନ ❯❯ ପାରାଦୀପରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ❯❯ ରାଜ୍ୟ ଦୃଷ୍ଟିବାଧିତ ଓ ପାରା ଜୁଡୋ ଚମ୍ପିୟନସିପ୍ ଉଦଯାପିତ ❯❯ ଅଭିନୟ ଜଗତରେ ନିଷ୍ଠା, ସାଧନା ଓ ସମର୍ପଣର ପାଇଁ ବିଶିଷ୍ଟ ଅଭିନେତା ଶ୍ରୀ ଶ୍ରୀମନ୍ ନାରାୟଣ ମିଶ୍ର ଓଲିଉଡ଼୍ ନିଉଜ ଦ୍ୱାରା ସମ୍ବର୍ଦ୍ଧିତ ❯❯ ଦିଲ୍ଲୀ ପବ୍ଲିକ ସ୍କୁଲର ମୂନ କାର୍ଯ୍ୟକ୍ରମରେ କୂଟନୀତି, ନେତୃତ୍ୱ ଓ ବିଶ୍ୱସ୍ତରୀୟ ଦୃଷ୍ଟିକୋଣ ଉତ୍ସବ ❯❯ ଢିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ତିନିଟି ଗ୍ରାମ ପଞ୍ଚାୟତରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଲକ୍ଷ୍ୟରେ JSW ଉତ୍କଳ ଷ୍ଟିଲ୍ ଓ JSW ଫାଉଣ୍ଡେସନ୍ ପକ୍ଷରୁ ଜରୁରୀକାଳୀନ OPD ସେବା ଆରମ୍ଭ ❯❯

ଲୁହାପଥର ଖଲାସ ପାଇଁ ଆସି ଦୀର୍ଘ ୧୦ ଦିନ ଧରି ରାସ୍ତା ଉପରେ ଅଟକି ରହିଛି ହଜାର ହଜାର ଟ୍ରକ୍

News Prime Odisha | 12 Oct 2026 | 7 min read | 148 views

pozecon
News Prime Odisha
ପାରାଦ୍ଵୀପ ( ଏନ. ପି.ଓ ) : ପାରାଦ୍ବୀପରେ ଆଇରନ୍ ଟ୍ରକ୍ ଡ୍ରାଇଭରଙ୍କ ଦୁର୍ଦ୍ଦଶା ଏବେ ଚରମ ସୀମାରେ । ଲୁହାପଥର ଖଲାସ ପାଇଁ ଆସି ଦୀର୍ଘ ୧୦ ଦିନ ଧରି ରାସ୍ତା ଉପରେ ଅଟକି ରହିଛି ହଜାର ହଜାର ଟ୍ରକ୍ । ଏପରିକି ପାରାଦ୍ଵୀପ ଠାରୁ କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ପର୍ଯ୍ୟନ୍ତ ହଜାରରୁ ଊର୍ଦ୍ଧ୍ୱ ଟ୍ରକ୍ ଅଟକି ରହିଥିବା ଅଭିଯୋଗ ହୋଇଛି । ଏଭଳି ସ୍ଥିତିରେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଡ୍ରାଇଭର ମାନେ ପାରାଦ୍ଵୀପ ୨ ନମ୍ବର ଫାଟକ ନିକଟରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଛନ୍ତି । କମ୍ପାନୀ କର୍ତ୍ତୃପକ୍ଷ ଓ ପ୍ରଶାସନର ଅବହେଳା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବା ଅଭିଯୋଗ କରିଛନ୍ତି ଡ୍ରାଇଭର ମାନେ । ଜେ.ଏସ୍.ଡବ୍ଲ୍ୟୁ କମ୍ପାନୀର ବର୍ଥ ରେ ଲୁହାପଥର ଖଲାସ କରିବା ପାଇଁ ଆସିଥିବା ଟ୍ରକ୍‌ ଗୁଡ଼ିକ ଦୀର୍ଘ ୧୦ ଦିନ ଧରି ରାସ୍ତା ଉପରେ ଅଟକି ରହିଛି । ହେଲେ ଏପର୍ଯ୍ୟନ୍ତ ଟ୍ରକ୍‌ ରୁ ମାଲ୍ ଖଲାସ ହୋଇ ପାରୁନଥିବା ଅଭିଯୋଗ କରିଛନ୍ତି ସେମାନେ । ଏତେ ଦିନ ଧରି ଗାଡ଼ି ଅଟକି ରହିବା ଯୋଗୁଁ ବିଭିନ୍ନ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି, ସେମାନଙ୍କ ପାଖରେ ଥିବା ଟଙ୍କାପଇସା ଶେଷ ହୋଇଗଲାଣି । ଖାଇବା ପିଇବା ପାଇଁ ମଧ୍ୟ ଟଙ୍କା ନାହିଁ । ଅନ୍ୟପଟେ ଗାଡ଼ିରୁ ତେଲ, ମୋବାଇଲ୍, ପର୍ସ ଭଳି ଜିନିଷ ଚୋରି ହେଉଥିବା ନେଇ ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି । କେବଳ ପାରାଦ୍ଵୀପ ନୁହେଁ, ପାରାଦ୍ଵୀପ ଠାରୁ କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ପର୍ଯ୍ୟନ୍ତ ହଜାରରୁ ଊର୍ଦ୍ଧ୍ୱ ଟ୍ରକ୍ ଅଟକି ରହିଛି । ଯାହା ଫଳରେ ଡ୍ରାଇଭର ମାନେ ଆର୍ଥିକ ସମସ୍ୟା ସହ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ଟ୍ରକ୍‌ରୁ ଲୁହାପଥର ଖଲାସ କରିବା ସହ ଏହି ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଜେ.ଏସ୍.ଡବ୍ଲ୍ୟୁ କମ୍ପାନୀ କର୍ତ୍ତୃପକ୍ଷ ଓ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି ଧାରଣାରତ ଡ୍ରାଇଭର ମାନେ । ଯଦି ତୁରନ୍ତ ସେମାନଙ୍କ ସମସ୍ୟାର ସମାଧାନ କରାନଯାଏ, ତେବେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନକୁ ଜୋରଦାର କରିବେ ବୋଲି ଚେତାବନୀ ଦେଇଛନ୍ତି ।
© 2026 News Prime Odisha | Content is protected under the Copyright Act, 1957

Comments (0)

Loading comments...