ନୂଆ ଖବର ସବୁ ପଢ଼ିଛି
ଲୋଡ୍ ହେଉଛି...
ଈଶ୍ବରଙ୍କ ବ୍ୟତୀତ କାହାକୁ ଡରେନା | ସ୍ପଷ୍ଟ ଓ ନିରପେକ୍ଷତା ଆମର ପ୍ରୟାସ
Latest News
ଗୁରୁତର ଆହତ ମାନସିକ ଭିନ୍ନକ୍ଷମ ଙ୍କ ସମେତ ୭ ଜଣଙ୍କୁ ଉଦ୍ଧାର କଲା ବ୍ୟାସ ଫାଉଣ୍ଡେସନ ❯❯ ପାରାଦୀପ ବନ୍ଦରର ଅବସରପ୍ରାପ୍ତ ଅଧିକାରୀ ବିଭୂତି ଭୂଷଣ ମହାନ୍ତିଙ୍କ ପରଲୋକ ❯❯ ନବରଙ୍ଗପୁର ଜିଲ୍ଲା ରେ ବେଆଇନି ମଦ ବିକ୍ରି କୁ ବିରୋଧ, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା। ❯❯ ଏଫସିଆଇ ୟୁନିଅନ ଦ୍ବାରା ବର୍ଦ୍ଧିତ ୧୩୨ ଟଙ୍କା କୁ ପ୍ରତ୍ୟାଖ୍ୟାନ କଲା ପାରାଦ୍ଵୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ । ❯❯ ପାରାଦ୍ୱୀପ ରେ ଭୁଶୁଡି ପଡିଛି ଟ୍ରାଫିକି ବ୍ୟବସ୍ତା,ଦୁର୍ଘଟଣା ରେ ଚାଲି ଯାଉଛି ନିରୀହ ଜୀବନ ❯❯ ପାରାଦୀପରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ❯❯ ରାଜ୍ୟ ଦୃଷ୍ଟିବାଧିତ ଓ ପାରା ଜୁଡୋ ଚମ୍ପିୟନସିପ୍ ଉଦଯାପିତ ❯❯ ଅଭିନୟ ଜଗତରେ ନିଷ୍ଠା, ସାଧନା ଓ ସମର୍ପଣର ପାଇଁ ବିଶିଷ୍ଟ ଅଭିନେତା ଶ୍ରୀ ଶ୍ରୀମନ୍ ନାରାୟଣ ମିଶ୍ର ଓଲିଉଡ଼୍ ନିଉଜ ଦ୍ୱାରା ସମ୍ବର୍ଦ୍ଧିତ ❯❯ ଦିଲ୍ଲୀ ପବ୍ଲିକ ସ୍କୁଲର ମୂନ କାର୍ଯ୍ୟକ୍ରମରେ କୂଟନୀତି, ନେତୃତ୍ୱ ଓ ବିଶ୍ୱସ୍ତରୀୟ ଦୃଷ୍ଟିକୋଣ ଉତ୍ସବ ❯❯ ଢିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ତିନିଟି ଗ୍ରାମ ପଞ୍ଚାୟତରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଲକ୍ଷ୍ୟରେ JSW ଉତ୍କଳ ଷ୍ଟିଲ୍ ଓ JSW ଫାଉଣ୍ଡେସନ୍ ପକ୍ଷରୁ ଜରୁରୀକାଳୀନ OPD ସେବା ଆରମ୍ଭ ❯❯

ପୀଠ ପରିଷଦ ର ଆଦିତ୍ୟ ଓ ଆନନ୍ଦ ବାହିନୀ ପକ୍ଷରୁ ୪ର୍ଥ ତମ ସ୍ଵନକ୍ଷତ୍ର ମହୋତ୍ସବ ପାଳିତ

sumanta swain | 11 Oct 2026 | 7 min read | 132 views

pozecon
News Prime Odisha
ପାରାଦ୍ୱୀପ ( ଏନ. ପି.ଓ ) : ପୀଠ ପରିଷଦ ଅନ୍ତର୍ଗତ ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀ ଜଗତସିଂହପୁର ଜିଲ୍ଲାର, ପାରାଦୀପ ଶାଖା ପକ୍ଷରୁ ୪ର୍ଥ ତମ ସ୍ଵନକ୍ଷତ୍ର ମହୋତ୍ସବ ପାଳନ ଅକ୍ଟୋବର ୧୦ ତାରିଖ ଶନିବାର ମହାଳୟା ଅମାବାସ୍ୟା ଦିନ ପାଳିତ ହୋଇଯାଇଛି । ଏହି ଅମୃତମୟ କାର୍ଯ୍ୟକ୍ରମରେ ପାରାଦୀପ ଶାଖା ସଂଯୋଜକ ଶ୍ରୀକୁମାର ରାଜଗୁରୁ ମହାପାତ୍ରଙ୍କ ନେତୃତ୍ୱରେ ପାରାଦୀପ ସ୍ଥିତ ବାବା ଶ୍ରୀଶ୍ରୀ କପିଳମୁନୀ ଆଶ୍ରମର ସଭା ଗୃହରେ ମଞ୍ଚାସୀନ ମୁଖ୍ୟ ଅତିଥି ଇଂ. ବିପିନ ବିହାରୀ ପାଣିଗ୍ରାହୀ, ଭୂତପୂର୍ବ ମୁଖ୍ୟ ବିଦ୍ୟୁତ୍ ଏବଂ ଯାନ୍ତ୍ରିକ ଅଧିକାରୀ, ପାରାଦ୍ୱୀପ ପତ୍ତନ ପ୍ରାଧିକରଣ, ସମ୍ମାନିତ ଅତିଥି ଇଂ. ସୁଶୀଳ କୁମାର ନାହକ, ମୁଖ୍ୟ ବିଦ୍ୟୁତ୍ ଏବଂ ଯାନ୍ତ୍ରିକ ଅଧିକାରୀ , ପାରାଦ୍ୱୀପ ପତ୍ତନ ପ୍ରାଧିକରଣ, ମୁଖ୍ୟ ବ୍ୟକ୍ତା ପଣ୍ଡିତ ମାତୃ ପ୍ରସାଦ ମିଶ୍ର, ଓଡ଼ିଶା ପ୍ରଦେଶ ଅଧ୍ଯକ୍ଷ, ଗୋବର୍ଦ୍ଧନ ମଠ, ପୁରୀ, ବିଶିଷ୍ଟ ଅତିଥି ଭାବେ କୁମାର ସତ୍ୟଜିତ ବେଜ, ପ୍ରତାପ ଭାରତୀ, ପ୍ରଦେଶ ସହ ସଚିବ ଅଜୟ କୁମାର ନାୟକ, ବାହୁବଳେନ୍ଦ୍ର ମଲ୍ଲିକ,ଓଡ଼ିଶା ପ୍ରଦେଶ ପୂର୍ବ ବିଭାଗର ସମ୍ପର୍କ ସଚିବ ରଜନୀକାନ୍ତ ଦାଶ ପ୍ରମୁଖ ଯୋଗ ଦେଇଥିଲେ l ଜଗତସିଂହପୁର ଜିଲ୍ଲାର କ୍ଷେତ୍ରୀୟ ସଂପାଦକ ବାବା ତାପସ ରଞ୍ଜନ ପତି ମଞ୍ଚ ପରିଚାଳନା କରିଥିଲେ ।
ପୂର୍ବରୁ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପିଲା ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଭଜନ କାର୍ଯ୍ୟକ୍ରମ ସହିତ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶେଷରେ ଉପସ୍ଥିତ ସମସ୍ତଙ୍କୁ ପୁରୀ ମହାପ୍ରସାଦ ବିତରଣ କରା ଯାଇଥିଲା । ଏହି କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଆଦିତ୍ୟ ବାହିନୀର ସମସ୍ତ କର୍ମକର୍ତ୍ତା ଓ ସଭ୍ୟ ମାନେ ସହଯୋଗ କରିଥିଲେ ।
© 2026 News Prime Odisha | Content is protected under the Copyright Act, 1957

Comments (0)

Loading comments...