ନୂଆ ଖବର ସବୁ ପଢ଼ିଛି
ଲୋଡ୍ ହେଉଛି...
ଈଶ୍ବରଙ୍କ ବ୍ୟତୀତ କାହାକୁ ଡରେନା | ସ୍ପଷ୍ଟ ଓ ନିରପେକ୍ଷତା ଆମର ପ୍ରୟାସ
Latest News
ଗୁରୁତର ଆହତ ମାନସିକ ଭିନ୍ନକ୍ଷମ ଙ୍କ ସମେତ ୭ ଜଣଙ୍କୁ ଉଦ୍ଧାର କଲା ବ୍ୟାସ ଫାଉଣ୍ଡେସନ ❯❯ ପାରାଦୀପ ବନ୍ଦରର ଅବସରପ୍ରାପ୍ତ ଅଧିକାରୀ ବିଭୂତି ଭୂଷଣ ମହାନ୍ତିଙ୍କ ପରଲୋକ ❯❯ ନବରଙ୍ଗପୁର ଜିଲ୍ଲା ରେ ବେଆଇନି ମଦ ବିକ୍ରି କୁ ବିରୋଧ, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା। ❯❯ ଏଫସିଆଇ ୟୁନିଅନ ଦ୍ବାରା ବର୍ଦ୍ଧିତ ୧୩୨ ଟଙ୍କା କୁ ପ୍ରତ୍ୟାଖ୍ୟାନ କଲା ପାରାଦ୍ଵୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ । ❯❯ ପାରାଦ୍ୱୀପ ରେ ଭୁଶୁଡି ପଡିଛି ଟ୍ରାଫିକି ବ୍ୟବସ୍ତା,ଦୁର୍ଘଟଣା ରେ ଚାଲି ଯାଉଛି ନିରୀହ ଜୀବନ ❯❯ ପାରାଦୀପରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ❯❯ ରାଜ୍ୟ ଦୃଷ୍ଟିବାଧିତ ଓ ପାରା ଜୁଡୋ ଚମ୍ପିୟନସିପ୍ ଉଦଯାପିତ ❯❯ ଅଭିନୟ ଜଗତରେ ନିଷ୍ଠା, ସାଧନା ଓ ସମର୍ପଣର ପାଇଁ ବିଶିଷ୍ଟ ଅଭିନେତା ଶ୍ରୀ ଶ୍ରୀମନ୍ ନାରାୟଣ ମିଶ୍ର ଓଲିଉଡ଼୍ ନିଉଜ ଦ୍ୱାରା ସମ୍ବର୍ଦ୍ଧିତ ❯❯ ଦିଲ୍ଲୀ ପବ୍ଲିକ ସ୍କୁଲର ମୂନ କାର୍ଯ୍ୟକ୍ରମରେ କୂଟନୀତି, ନେତୃତ୍ୱ ଓ ବିଶ୍ୱସ୍ତରୀୟ ଦୃଷ୍ଟିକୋଣ ଉତ୍ସବ ❯❯ ଢିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ତିନିଟି ଗ୍ରାମ ପଞ୍ଚାୟତରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଲକ୍ଷ୍ୟରେ JSW ଉତ୍କଳ ଷ୍ଟିଲ୍ ଓ JSW ଫାଉଣ୍ଡେସନ୍ ପକ୍ଷରୁ ଜରୁରୀକାଳୀନ OPD ସେବା ଆରମ୍ଭ ❯❯

ନିର୍ମାଣଧୀନ ଜେଏସଡବ୍ଲ୍ୟୁ ପ୍ରକଳ୍ପ ଗେଟ୍ ସମ୍ମୁଖରେ ଶବ ରଖି ଧାରଣା ଦେଇଛନ୍ତି ମୃତକଙ୍କ ପରିବାର

News Prime Odisha | 10 Oct 2026 | 5 min read | 112 views

pozecon
News Prime Odisha
ପାରାଦ୍ଵୀପ ( ଏନ. ପି.ଓ ) : ନିର୍ମାଣଧୀନ ଜେଏସଡବ୍ଲ୍ୟୁ ପ୍ରକଳ୍ପ ଗେଟ୍ ସମ୍ମୁଖରେ ଶବ ରଖି ଧାରଣା ଦେଇଛନ୍ତି ମୃତକଙ୍କ ପରିବାର ।ଘଟଣାସ୍ଥଳରେ ଗ୍ରାମବାସୀ ହୋହାଲ୍ଲା ଓ ଉତ୍ତେଜନା । ଅଭିଯୋଗ ମୁତାବକ ବାଲିତୁଠ ଗ୍ରାମର ପବିତ୍ର ବେହେରା ନିର୍ମାଣଧୀନ ଜେଏସଡବ୍ଲ୍ୟୁ ପ୍ରକଳ୍ପ ରେ ଦିର୍ଘ ଦିନ ହେଲା କାମ କରୁଥିଲେ । ଗତ ୧୪ ଦିନ ତଳେ ସଟର କାମ କରୁଥିବା ବେଳ ତଳକୁ ଖସିପଡି ଗୁରୁତର ଆହତ ହୋଇଥିଲେ। କମ୍ପାନୀ ର ଠିକା ସଂସ୍ଥା ପବିତ୍ର ଙ୍କୁ କୁଜଙ୍ଗ ମେଡିକାଲ ନେଇଥିଲେ ମଧ୍ୟ ତାଙ୍କୁ ସେଠାରୁ କଟକ ପଠାଯାଇଥିଲା । ମାତ୍ର କମ୍ପାନୀ କତ୍ତୃପକ୍ଷ ଏହା ପରଠାରୁ ଆଉ ଧରାଛୁଆଁ ଦେଇନଥିଲେ । ତାଙ୍କର ଅଧିକ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ କମ୍ପାନୀ କିମ୍ବା ଠିକାଦାର ଚିକିତ୍ସା ରେ ସହଯୋଗ କରିନଥିଲେ । ଆଜି ସକାଳୁ ତାଙ୍କର ମୃତ୍ୟୁ ହେବାପରେ, ପରିବାର ଓ ଗ୍ରାମବାସୀ ପବିତ୍ର ଙ୍କ ଶବ ଜେଏସଡବ୍ଲ୍ୟୁ କମ୍ପାନୀ ଗେଟ୍ ସମ୍ମୁଖରେ ରଖି ଧାରଣା ଦେଇଛନ୍ତି । ପବିତ୍ର ଙ୍କ ପରିବାର କୁ ୫୦ ଲକ୍ଷ ଟଙ୍କା ଓ ତାଙ୍କ ପତ୍ନୀ ଙ୍କୁ କମ୍ପାନୀରେ ନିଯୁକ୍ତି ଦାବିରେ ଧାରଣା ଦିଆଯାଇଛି । ଘଟଣାସ୍ଥଳରେ ଉଜେନା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଅଭୟଚାନ୍ଦପୁର ପୋଲିସ ପହଞ୍ଚି ସେମାନଙ୍କ ସହିତ ଆଲୋଚନା କରୁଛନ୍ତି ।
© 2026 News Prime Odisha | Content is protected under the Copyright Act, 1957

Comments (0)

Loading comments...