ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ନିର୍ବାଚନ ପ୍ରଚାର ଆରମ୍ଭ କରିଛି ଛାତ୍ର ବିଜେଡ଼ି
News Prime Odisha | 10 Oct 2026 | 5 min read | 99 views
News Prime Odisha
ପାରାଦ୍ଵୀପ ( ଏନ. ପି.ଓ ) : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ନିର୍ବାଚନ ପ୍ରଚାର ଆରମ୍ଭ କରିଛି ଛାତ୍ର ବିଜେଡ଼ି । ଦିର୍ଘ ଦିନ ହେଲା ପାରାଦ୍ଵୀପ କଲେଜ ରେ ସମସ୍ୟା ଲାଗି ରହିଛି । କମନ୍ ରୁମ୍ ରେ ସ୍ବଚ୍ଛତା ର ଅଭାବ, କ୍ଲାସ ରୁମ୍ ରେ ଫ୍ୟାନ୍ ର ସମସ୍ୟା, ଖେଳ ପଡିଆ ନଥିବାରୁ ଯୁବ କ୍ରୀଡାବିତ୍ ମାନଙ୍କୁ ସଠିକ୍ ସୁଯୋଗ ମିଳୁନାହିଁ । ଲାଇବ୍ରେରୀ ରେ ପାଠ୍ୟପୁସ୍ତକ ର ଅଭାବ ସମେତ ଛାତ୍ର ଛାତ୍ରୀ ଙ୍କ ପାଇଁ ପାରାଦ୍ଵୀପ କଲେଜ ରେ ଏକାଡେମିକାଲ ପରିବେଶ ର ଅଭାବ ରହିଛି । ଯାହାକୁ ମୁଦ୍ଦା କରି ନିର୍ବାଚନ କୁ ଓହ୍ଲାଇଛି ଛାତ୍ର ବିଜେଡ଼ି । ବିଜେଡି ସଭାପତି ପ୍ରାର୍ଥୀ ଶୁଭ ଲକ୍ଷ୍ମୀ ଦାସ ଓ ସମ୍ପାଦକ ପ୍ରାର୍ଥୀ ମାନସୀ ବାରିକ ଙ୍କ ନେତୃତ୍ବରେ ଯୁବ ବିଜେଡି ର ଶତାଧିକ ଛାତ୍ରଛାତ୍ରୀ ଅଠରବାଙ୍କି ସ୍ଥିତ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ସହିତ ବିଜୁବାବୁ ଙ୍କ ଆଶିର୍ବାଦ ନେଇଥିଲେ । ସାମ୍ପ୍ରତିକ ପରିସ୍ଥିତିରେ ବିଜୁ ଜନତା ଦଳ ପ୍ରତି ଲୋକଙ୍କ ବିଶ୍ୱାସ ବଢ଼ିଛି । ବିଜେଡି ହିଁ କେବଳ ସମସ୍ୟା ସମାଧାନ କରିବା ରେ ସଫଳ ହୋଇଥାଏ । ତେଣୁ ଚଳିତ ଛାତ୍ର ସଂସଦ ନିର୍ବାଚନରେ ଛାତ୍ର ବିଜେଡ଼ି ବିପୁଳ ସଂଖ୍ୟାରେ ବିଜୟୀ ହେବ ଏବଂ ଆମେ ନିଶ୍ଚିତ ବିଜୟୀ ହେବୁ ବୋଲି ପ୍ରାର୍ଥୀ ପ୍ରକାଶ କରିଛନ୍ତି ।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

