କଟକ-ପାରାଦ୍ବୀପ ରାଜ୍ୟ ରାଜପଥ ର ପଥୁରିଆ ନିକଟରେ ଦୁର୍ଘଟଣା,ଚାଲିଗଲା ଜଣଙ୍କ ଜୀବନ
News Prime Odisha | 10 Oct 2026 | 5 min read | 125 views
News Prime Odisha
କୁଜଙ୍ଗ ( ଏନ. ପି.ଓ ) : ମୃତ୍ୟୁ ଏମିତିବି ଆସେ , ରାସ୍ତା କଡ଼ରେ ଠିଆ ହୋଇ ପଇଡ ପିଉଥିବା ୩ ଜଣଙ୍କୁ ଧକ୍କା ଦେଲା ମୋଟରସାଇକେଲ । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି ।କଟକ-ପାରାଦ୍ବୀପ ରାଜ୍ୟ ରାଜପଥ ର ପଥୁରିଆ ନିକଟ ରେ ଘଟିଛି ଏଭଳି ଘଟଣା । ମୃତକ ଜଣକ ହେଲେ ପଥୁରିଆ ଗ୍ରାମର ବାବାଜୀ ନାଥ । ବାବାଜି ନିଜ ଭଉଣୀଙ୍କୁ ବସ୍ ରେ ବସାଇବା ପାଇଁ ପଥୁରିଆ ବଜାର କୁ ଆସିଥିଲେ । ତାଙ୍କୁ ବସ୍ ରେ ବସାଇ ସାରିବା ପରେ ନିକଟରେ ଥିବା ଏକ ପଇଡ ଦୋକାନ ରେ ଛିଡ଼ାହୋଇ କଥା ହେଉଥିଲେ ।ସେଠାରେ ଆଉ ଜଣେ ମହିଳା ଓ ପୁରୁଷ ମଧ୍ୟ ଛିଡ଼ା ହୋଇ ପଇଡ ପିଉଥିଲେ । ହଠାତ୍ ଏକ ବାଇକ ଆସି ଉକ୍ତ ତିନିଜଣ ଙ୍କୁ ଧକ୍କା ଦେଇଥିଲା ।ଘଟଣାସ୍ଥଳରେ ହିଁ ବାବାଜୀ ନାଥ ଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ଦୁଇଜଣ ଙ୍କ ମଧ୍ୟରୁ ମହିଳା ଜଣଙ୍କ ସାମାନ୍ୟ ଆହାତ ହୋଇଥିବା ବେଳେ ତାଙ୍କ ସ୍ବାମୀ ଓ ଧକ୍କା ଦେଇଥିବା ବାଇକ୍ ରେ ବସିଥିବା ତିନି ଜଣ ଯୁବକ ଗୁରୁତର ଆହତ ହୋଇଥିଲେ । ମହିଳା ଜଣଙ୍କୁ କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ସିଏ ସୁସ୍ଥ ଥିବା ଜଣାପଡିଛି ।ସେହିପରି ଅନ୍ୟ ତିନି ଜଣ ଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।ଘଟଣାସ୍ଥଳରେ କୁଜଙ୍ଗ ପୋଲିସ ପହଞ୍ଚି ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଆରମ୍ଭ କରିଛି ।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

