ନୂଆ ଖବର ସବୁ ପଢ଼ିଛି
ଲୋଡ୍ ହେଉଛି...
ଈଶ୍ବରଙ୍କ ବ୍ୟତୀତ କାହାକୁ ଡରେନା | ସ୍ପଷ୍ଟ ଓ ନିରପେକ୍ଷତା ଆମର ପ୍ରୟାସ
Latest News
ଗୁରୁତର ଆହତ ମାନସିକ ଭିନ୍ନକ୍ଷମ ଙ୍କ ସମେତ ୭ ଜଣଙ୍କୁ ଉଦ୍ଧାର କଲା ବ୍ୟାସ ଫାଉଣ୍ଡେସନ ❯❯ ପାରାଦୀପ ବନ୍ଦରର ଅବସରପ୍ରାପ୍ତ ଅଧିକାରୀ ବିଭୂତି ଭୂଷଣ ମହାନ୍ତିଙ୍କ ପରଲୋକ ❯❯ ନବରଙ୍ଗପୁର ଜିଲ୍ଲା ରେ ବେଆଇନି ମଦ ବିକ୍ରି କୁ ବିରୋଧ, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା। ❯❯ ଏଫସିଆଇ ୟୁନିଅନ ଦ୍ବାରା ବର୍ଦ୍ଧିତ ୧୩୨ ଟଙ୍କା କୁ ପ୍ରତ୍ୟାଖ୍ୟାନ କଲା ପାରାଦ୍ଵୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ । ❯❯ ପାରାଦ୍ୱୀପ ରେ ଭୁଶୁଡି ପଡିଛି ଟ୍ରାଫିକି ବ୍ୟବସ୍ତା,ଦୁର୍ଘଟଣା ରେ ଚାଲି ଯାଉଛି ନିରୀହ ଜୀବନ ❯❯ ପାରାଦୀପରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ❯❯ ରାଜ୍ୟ ଦୃଷ୍ଟିବାଧିତ ଓ ପାରା ଜୁଡୋ ଚମ୍ପିୟନସିପ୍ ଉଦଯାପିତ ❯❯ ଅଭିନୟ ଜଗତରେ ନିଷ୍ଠା, ସାଧନା ଓ ସମର୍ପଣର ପାଇଁ ବିଶିଷ୍ଟ ଅଭିନେତା ଶ୍ରୀ ଶ୍ରୀମନ୍ ନାରାୟଣ ମିଶ୍ର ଓଲିଉଡ଼୍ ନିଉଜ ଦ୍ୱାରା ସମ୍ବର୍ଦ୍ଧିତ ❯❯ ଦିଲ୍ଲୀ ପବ୍ଲିକ ସ୍କୁଲର ମୂନ କାର୍ଯ୍ୟକ୍ରମରେ କୂଟନୀତି, ନେତୃତ୍ୱ ଓ ବିଶ୍ୱସ୍ତରୀୟ ଦୃଷ୍ଟିକୋଣ ଉତ୍ସବ ❯❯ ଢିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ତିନିଟି ଗ୍ରାମ ପଞ୍ଚାୟତରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଲକ୍ଷ୍ୟରେ JSW ଉତ୍କଳ ଷ୍ଟିଲ୍ ଓ JSW ଫାଉଣ୍ଡେସନ୍ ପକ୍ଷରୁ ଜରୁରୀକାଳୀନ OPD ସେବା ଆରମ୍ଭ ❯❯

ଜମି ବେପାର ନାମରେ ୩ କୋଟି ଠକେଇ ଘଟଣା, ଟଙ୍କା ଫାଙ୍କିବାକୁ ଏବେ ଚାଲିଛି ନୂଆ ପ୍ରୟାସ

News Prime Odisha | 08 Oct 2026 | 6 min read | 121 views

pozecon
News Prime Odisha
ପାରାଦ୍ଵୀପ ( ଏନ. ପି.ଓ ) : ଜମି ବେପାର ନାମରେ ୩ କୋଟି ଠକେଇ ଘଟଣା । ମୂଳ ଟଙ୍କା ମାଗିବାରୁ ଆସୁଛି ଧମକ । ଟଙ୍କା ଫାଙ୍କିବାକୁ ଏବେ ଚାଲିଛି ନୂଆ ପ୍ରୟାସ । ଏଭଳି ଘଟଣା ଘଟିଛି ଅଭୟଚାନ୍ଦପୁର ଥାନା ଅନ୍ତର୍ଗତ ଭୂତମୁଣ୍ଡାଇ ଗ୍ରାମରେ । ଅଭିଯୋଗ ମୁତାବକ ସିତାଂଶୁ ମହାପାତ୍ର ଓ ଉମାକାନ୍ତ ପରିଜା ନାମକ ଦୁଇଜଣ ବ୍ୟକ୍ତି ସାଂସୁଦ ଇନଫ୍ରା ନାମକ ଏକ କମ୍ପାନୀ ଖୋଲି ସ୍ଥାନୀୟ ରଙ୍ଗିଆଗଡ ଗ୍ରାମ ପାଖରେ କିଛି ଜମି କିଣି ତାକୁ ପ୍ଲଟିଂ କରି ବିକ୍ରି କରୁଥିବା ବେଳେ ଉକ୍ତ ବ୍ୟବସାୟରେ ରାଜେନ୍ଦ୍ରଙ୍କୁ ମିଶିବାକୁ ଅଫର ଦେଇଥିଲେ । ବ୍ୟବସାୟରେ ଭାଗିଦାରୀ କରିବାକୁ ରାଜେନ୍ଦ୍ରଙ୍କ ଠାରୁ ଆକାଉଣ୍ଟରେ ଦେଢ କୋଟି ଓ କ୍ୟାସ ଆକାରରେ କୋଟିଏ ଷାଠିଏ ଲକ୍ଷ୍ୟ ନେଇଥିଲେ । କିଛି ମାସ ପରେ ରାଜେନ୍ଦ୍ର ଲାଭ, କ୍ଷତିର ହିସାବ ମାଗିବାରୁ ତାଙ୍କୁ ପଇସା ନଦେଇ ତାଙ୍କୁ ଚେକ ଧରାଇଦେଇଥିଲେ। ଚେକ୍ ବାଉଁଶ ହୋଇଥିବାର ରାଜେନ୍ଦ୍ର କହିବାରୁ ଫୋନରେ ଧମକ ଆସୁଛି । ଅନ୍ୟପଟେ ଗଣମାଧ୍ୟମରେ ସଫେଇ ଦେଇ ସିତାଂଶୁ ଓ ଉମାକାନ୍ତ କହିଛନ୍ତି ଯେ,ରାଜେନ୍ଦ୍ର କମ୍ପାନୀର ନିର୍ଦ୍ଦେଶକ ଅଛନ୍ତି ଏବଂ ସମସ୍ତ ଟଙ୍କା ତାଙ୍କ ଦ୍ଵାରା କାରବାର କରାଯାଇଛି । ଆମକୁ ମିଥ୍ୟା କେସରେ ରାଜେନ୍ଦ୍ର ଫସାଉଛନ୍ତି । ଯାହାକୁ ଖଣ୍ଡନ କରିଛନ୍ତି ରାଜେନ୍ଦ୍ର। କମ୍ପାନୀର ୪୭ % ସେୟାର ଉକ୍ତ ଦୁଇଜଣ ନିକଟରେ ଥିବା ବେଳେ ମୁଁ ମାତ୍ର ୨ % ସେୟାର ହୋଲ୍ଡର ଅଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସଫେଇ ଦେଇଛନ୍ତି। ଅନ୍ୟପଟେ ଉକ୍ତ କମ୍ପାନୀ କିଛି ସ୍ଥାନୀୟ ଲୋକଙ୍କ ଠାରୁ ଜମି ନେଇଥିଲେ ବି ଟଙ୍କା ନ ଦେଇ ଆଉ ଧରାଛୁଆଁ ଦେଉନଥିବା ଅଭିଯୋଗ ହୋଇଛି । ଅନ୍ୟ ପଟେ ସାଂସୁଦ ଇନଫ୍ରା କମ୍ପାନୀ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନାହିଁ ।
© 2026 News Prime Odisha | Content is protected under the Copyright Act, 1957

Comments (0)

Loading comments...