କଂଗ୍ରେସର ବନ୍ଦ ପାଳନ ବେଳେ ସିଆଇଏସଏଫ କର୍ମଚାରୀ ଙ୍କ ଦାଦାଗିରି ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି
News Prime Odisha | 08 Oct 2026 | 5 min read | 116 views
News Prime Odisha
ପାରାଦ୍ଵୀପ ( ଏନ. ପି.ଓ ) : କଂଗ୍ରେସ ର ବନ୍ଦ ପାଳନ ବେଳେ ପାରାଦ୍ଵୀପ ବନ୍ଦର ସିଆଇଏସଏଫ କର୍ମଚାରୀ ଙ୍କ ଦାଦାଗିରି ଏବେ ବନ୍ଦର ନଗରୀ ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । କଂଗ୍ରେସ ର ୧୨ ଘଣ୍ଟିଆ ବନ୍ଦ ଡାକରା ସାରା ରାଜ୍ୟରେ ପ୍ରଭାବ ପକାଇଥିବା ବେଳେ ପାରାଦ୍ଵୀପ ରେ କଂଗ୍ରେସ ନେତା ନିରଞ୍ଜନ ନାୟକ ଙ୍କ ନେତୃତ୍ବରେ କଂଗ୍ରେସ କର୍ମୀ ମାନେ ପିକେଟିଂ କରି ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ଗେଟ୍ ସମ୍ମୁଖରେ ବିକ୍ଷୋଭ କରିବା ସହିତ ବନ୍ଦ କରାଇଥିଲେ । ମାତ୍ର ପାରାଦ୍ଵୀପ ବନ୍ଦର ପ୍ରଶାସନିକ ଭବନ ସମ୍ମୁଖରେ ନିୟୋଜିତ ସିଆଇଏସଏଫ କର୍ମଚାରୀ ଆନ୍ଦୋଳନ ରତ କଂଗ୍ରେସ କର୍ମୀ ଓ ନେତାଙ୍କୁ ସିଧାସଳଖ ଧମକ ଦେଉଥିବା ଦେଖିବାକୁ ମିଳିଛି । କର୍ମି ମାନଙ୍କ ସହିତ ଯୁକ୍ତି ତର୍କ କରିବା ଏବଂ ସେମାନଙ୍କୁ ଧମକ ଦେବା ଘଟଣାକୁ ନେଇ ସାଧାରଣରେ ଆଲୋଡନ ସୃଷ୍ଟି କରିଛି । ଏହି ଘଟଣା କେବଳ ଆଜିର ନୁହେଁ, ନିଜର ହକ୍ ପାଇଁ ବିଭିନ୍ନ ସମୟରେ ଆନ୍ଦୋଳନ କରୁଥିବା ସାଧାରଣ ଶ୍ରମିକ ମାନେ ମଧ୍ୟ ଏହି ସିଆଇଏସଏଫ କର୍ମଚାରୀ ଙ୍କ ଦାଦାଗିରି ରୁ ବର୍ତ୍ତୁ ନାହାଁନ୍ତି । ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ବନ୍ଦର ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେବା ଘଟଣା କୁ ବନ୍ଦର ପ୍ରଶାସନିକ ଭବନ ସମ୍ମୁଖରେ ପାରାଦ୍ଵୀପ ବନ୍ଦର ସିଆଇଏସଏଫ କର୍ମଚାରୀ ଙ୍କ ବେଶରେ ଗୁଣ୍ଡା ପାଳୁଥିବା ସାଧାରଣରେ ଆଲୋଚନା ହେଉଛି ।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

