ପାରାଦୀପ ମହାବିଦ୍ୟାଳୟ ଏନଏସଏସ ପକ୍ଷରୁ ନିଶାମୁକ୍ତ ସଚେତନତା ପଦଯାତ୍ରା
sumanta swain | 07 Oct 2026 | 4 min read | 65 views
News Prime Odisha
ପାରାଦ୍ୱୀପ ( ଏନ. ପି.ଓ ) : ପାରାଦୀପ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା (ଏନଏସଏସ) ପକ୍ଷରୁ ନିଶାମୁକ୍ତ ସଚେତନତା ପଦଯାତ୍ରା ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଅଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ. ସସ୍ମିତା ଶତପଥୀ ଙ୍କ ମାର୍ଗ ଦର୍ଶନରେ ନିଶାମୁକ୍ତ ଅଭିଯାନ ଆୟୋଜିତ ହୋଇଥିଲା l ଏନ୍ଏସଏସ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ଶ୍ରୀମତୀ ସଂଘମିତ୍ରା ପ୍ରଧାନଙ୍କ ଦ୍ଵାରା ଏହା ପରିଚାଳିତ ଏହି ପଦଯାତ୍ରା ପାରାଦୀପ ମହାବିଦ୍ୟାଳୟରୁ ଆରମ୍ଭ ହୋଇ ଆଦର୍ଶ ଥାନା ପର୍ଯ୍ୟନ୍ତ ଯାଇଥିଲା l ସ୍ୱେଚ୍ଛାସେବୀ ମାନେ ନିଶା ନିବାରଣ ବ୍ୟାନର ଓ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ l ନିଶା ସେବନର ଭୟାବହତା ଓ ଏଥିରୁ କିପରି ଦୂରେଇ ରହିବା ସେ ସମ୍ପର୍କରେ ସ୍ୱେଚ୍ଛାସେବୀ ମାନେ ଜନସାଧାରଣଙ୍କୁ ସଚେତନ କରାଇଥିଲେ l ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଅଧ୍ୟାପକ ଅକ୍ଷୟ ଚନ୍ଦ୍ର ମିଶ୍ର ଓ ଗଣେଶ୍ୱର ପାତ୍ର ସକ୍ରିୟ ସହଯୋଗ କରିଥିଲେ l
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

