ଜଇପୁର ଠାରେ ଶିବାନୀ କଳାବିକାଶ କେନ୍ଦ୍ର ଉଦଘାଟନ
News Prime Odisha | 24 Sep 2026 | 7 min read | 84 views
News Prime Odisha
ଜଗତସିଂହପୁର ( ଏନ. ପି.ଓ ) : ଜଗତସିଂହପୁର ଜ଼ିଲ୍ଲା ରଘୁନାଥ ପୁର ବ୍ଲକ ଜଇପୁର ଠାରେ ଶିବାନୀ କଳାବିକାଶ କେନ୍ଦ୍ର ଉଦଘାଟନ ହୋଇଯାଇଛି।୨୦୦୧ ମସିହାରେ ଗଢି ଉଠିଥିବା ଏହି ନୃତ୍ୟକଳା ଅନୁଷ୍ଠାନ ଶିବାନୀ କଳାବିକାଶ କେନ୍ଦ୍ର ନାମରେ ନୂଆ ରୂପ ନୂଆ ରଙ୍ଗରେ ଉଦଘାଟନ ହୋଇଛି। ଏହି ଅବସରରେ ମୁଖ୍ୟ ଅତିଥିଭାବେ ଓଡ଼ିଆ ଚଳଚିତ୍ର ଜଗତର ବିଶିଷ୍ଟ କଳାକାର, ଉପସ୍ଥାପକ ତଥା ଯାତ୍ରା ନିର୍ଦେଶକ ଅଶ୍ରୁ୍ମୋଚନ ମହାନ୍ତି, ଯୋଗଦେଇ ଫିତା କାଟି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନ୍ୟ ଅତିଥି ମାନଙ୍କ ଭିତରେ ସିନେ ପ୍ରଯୋଜକ ବିଭୂତି ଭୂଷଣ ଷଢଙ୍ଗୀ, ନାଟ୍ୟ ନିର୍ଦ୍ଦେଶକ ପଙ୍କଜ ଦାସ, ନାଟ୍ୟ ନିର୍ଦ୍ଦେଶକ ଚନ୍ଦ୍ରକାନ୍ତ ବାରିକ, ନୃତ୍ୟଗୁରୁ କୁନା ସାର,ଗୁରୁ ତ୍ରିଲୋଚନ ଷଢଙ୍ଗୀ, ସ୍ମୃତି ରଞ୍ଜନ ରାୟ, ଦୀପକ କୁମାର ଦାଶ, କୁମାର ଉତ୍ସବ ସମିତିର ସଭାପତି ବିମଳ କାନ୍ତ ମହାପାତ୍ର, ଶିକ୍ଷାବିତ ମନ ରଞ୍ଜନ ସ୍ୱାଇଁ, ମନୋରଞ୍ଜନ ମଲ୍ଲିକ,ନଗେନ୍ଦ୍ର ଖୁଣ୍ଟିଆ, ତ୍ରିଲୋଚନ ଖୁଣ୍ଟିଆ,ଚିତ୍ତରଞ୍ଜନ ଦାଶ,ଶୁଭଲଷ୍ମୀ ମହାପାତ୍ର, ଏସ ଶୁଭଶ୍ରୀ, ରାଜଲକ୍ଷ୍ମୀ ପରିଜା, ହରପ୍ରିୟା ମହାରଣା, ଏହି ଅନୁଷ୍ଠାନ ର ପ୍ରତିଷ୍ଠାତା ବି ଭାସ୍କର (ବଟ ) ସାର ଙ୍କୁ ଓତ୍ତରୀୟ ଏବଂ ପୁଷ୍ପଗୁଛ ପ୍ରଦାନ କରାଯାଇଥିଲା । ନୃତ୍ୟଗୁରୁ ବଟ ସାର ଙ୍କ ଏହି ନୃତ୍ୟଅନୁଷ୍ଠାନ ଶିବାନୀ କଳା ମଣ୍ଡପ ବିଗତ ଦିନ ମାନଙ୍କ ରେ ଅନେକ କଳାକାର ଙ୍କୁ ସୃଷ୍ଟି କରିପାରିଛି । ଏହି ଅନୁଷ୍ଠାନ କୁ ଆଗକୁ ନେବା ସହ ବିଭିନ୍ନ କଳାକୁ ସାରା ଓଡ଼ିଶାରେ ପହଞ୍ଚେଇବା ପାଇଁ ଏହି ଅନୁଷ୍ଠାନ ଙ୍କୁ ଅତ୍ୟାଧୁନିକ ଭାବେ କରାଯାଇ ଶିବାନୀ କଳାବିକାଶ କେନ୍ଦ୍ର ନାମକରଣ ରଖାଯାଇଛି । ଏହି କେନ୍ଦ୍ରରେ ଓଡିଶୀ, ଆଧୁନିକ, ସାଲାସା, ହିପହପ, ଗୀତ, ସଂଗୀତ, ବାଦ୍ୟଯନ୍ତ୍ର, ଜୁମ୍ବା, ଯୋଗ ପ୍ରମୁଖ ଶିକ୍ଷା ଦେବାର ବ୍ୟବସ୍ଥା କରାଯାଇଛି । ତେବେ କଳାର ମାଟିରେ କଳାବିକାଶ କେନ୍ଦ୍ରର ଆରମ୍ଭ କୁ ନେଇ ଜ଼ିଲ୍ଲାର ସମସ୍ତେ କଳାକାର ଖୁସି ବ୍ୟକ୍ତ କରିଛନ୍ତି ।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

