ନୂଆ ଖବର ସବୁ ପଢ଼ିଛି
ଲୋଡ୍ ହେଉଛି...
ଈଶ୍ବରଙ୍କ ବ୍ୟତୀତ କାହାକୁ ଡରେନା | ସ୍ପଷ୍ଟ ଓ ନିରପେକ୍ଷତା ଆମର ପ୍ରୟାସ
Latest News
ଗୁରୁତର ଆହତ ମାନସିକ ଭିନ୍ନକ୍ଷମ ଙ୍କ ସମେତ ୭ ଜଣଙ୍କୁ ଉଦ୍ଧାର କଲା ବ୍ୟାସ ଫାଉଣ୍ଡେସନ ❯❯ ପାରାଦୀପ ବନ୍ଦରର ଅବସରପ୍ରାପ୍ତ ଅଧିକାରୀ ବିଭୂତି ଭୂଷଣ ମହାନ୍ତିଙ୍କ ପରଲୋକ ❯❯ ନବରଙ୍ଗପୁର ଜିଲ୍ଲା ରେ ବେଆଇନି ମଦ ବିକ୍ରି କୁ ବିରୋଧ, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା। ❯❯ ଏଫସିଆଇ ୟୁନିଅନ ଦ୍ବାରା ବର୍ଦ୍ଧିତ ୧୩୨ ଟଙ୍କା କୁ ପ୍ରତ୍ୟାଖ୍ୟାନ କଲା ପାରାଦ୍ଵୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ । ❯❯ ପାରାଦ୍ୱୀପ ରେ ଭୁଶୁଡି ପଡିଛି ଟ୍ରାଫିକି ବ୍ୟବସ୍ତା,ଦୁର୍ଘଟଣା ରେ ଚାଲି ଯାଉଛି ନିରୀହ ଜୀବନ ❯❯ ପାରାଦୀପରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ❯❯ ରାଜ୍ୟ ଦୃଷ୍ଟିବାଧିତ ଓ ପାରା ଜୁଡୋ ଚମ୍ପିୟନସିପ୍ ଉଦଯାପିତ ❯❯ ଅଭିନୟ ଜଗତରେ ନିଷ୍ଠା, ସାଧନା ଓ ସମର୍ପଣର ପାଇଁ ବିଶିଷ୍ଟ ଅଭିନେତା ଶ୍ରୀ ଶ୍ରୀମନ୍ ନାରାୟଣ ମିଶ୍ର ଓଲିଉଡ଼୍ ନିଉଜ ଦ୍ୱାରା ସମ୍ବର୍ଦ୍ଧିତ ❯❯ ଦିଲ୍ଲୀ ପବ୍ଲିକ ସ୍କୁଲର ମୂନ କାର୍ଯ୍ୟକ୍ରମରେ କୂଟନୀତି, ନେତୃତ୍ୱ ଓ ବିଶ୍ୱସ୍ତରୀୟ ଦୃଷ୍ଟିକୋଣ ଉତ୍ସବ ❯❯ ଢିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ତିନିଟି ଗ୍ରାମ ପଞ୍ଚାୟତରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଲକ୍ଷ୍ୟରେ JSW ଉତ୍କଳ ଷ୍ଟିଲ୍ ଓ JSW ଫାଉଣ୍ଡେସନ୍ ପକ୍ଷରୁ ଜରୁରୀକାଳୀନ OPD ସେବା ଆରମ୍ଭ ❯❯

ଆଇଓସିଏଲ ଫାଟକ ନିକଟରେ ଶ୍ରମିକଙ୍କ ଧାରଣା, ୮୦ ଶ୍ରମିକ ଙ୍କୁ ଉଠାଇ ନେଲା ପୋଲିସ

News Prime Odisha | 27 Oct 2026 | 7 min read | 222 views

pozecon
News Prime Odisha
ପାରାଦ୍ଵୀପ ( ଏନ. ପି.ଓ ) : ଶ୍ରମିକ ଙ୍କୁ ଶୋଷଣ କରୁଛି ପାରାଦ୍ୱୀପ ତୈଳ ବିଶୋଧନାଗାର । ବାରମ୍ବାର ଦାବି କରିଥିଲେ ମଧ୍ୟ ଶ୍ରମିକଙ୍କୁ ସେମାନଙ୍କ ପ୍ରାପ୍ୟ ଦେବାକୁ ମଙ୍ଗୁନାହି ଆଇଓସିଏଲ । ଯାହାକୁ ନେଇ ଆଇଓସିଏଲ ଫାଟକ ସମ୍ମୁଖରେ ଦେଖିବାକୁ ମିଳିଛି ଶ୍ରମିକ ଅଶାନ୍ତି । ସେମାନଙ୍କର ନାର୍ଯ୍ୟ ହକ୍ ପାଇଁ ସକାଳୁ ଆଇଓସିଏଲ ଗେଟ୍ ସମ୍ମୁଖରେ ଆନ୍ଦୋଳନରେ ବସିଛନ୍ତି ପାଖାପାଖି ୨ ହଜାର ଶ୍ରମିକ। ତେବେ ପୋଲିସ ଆନ୍ଦୋଳନରତ ପ୍ରାୟ ୮୦ ଜଣ ଶ୍ରମିକ ମାନଙ୍କୁ ଉଠାଇ ନେଇଛି । ଯାହାକୁ ନେଇ ତିବ୍ର ହୋଇଛି ଶ୍ରମିକ ଅଶାନ୍ତି । ଏଫସିଆଇ ଶ୍ରମିକ ସଂଘ ବ୍ୟାନରରେ ଶ୍ରମିକ ମାନେ ସେଟେଲମେଣ୍ଟ ନିମନ୍ତେ ଅଡି ବସିଥିବା ବେଳେ ଗତକାଲି କମ୍ପାନୀ କର୍ତ୍ତୁପକ୍ଷ ଓ ଶ୍ରମିକ ନେତା ମାନଙ୍କ ମଧ୍ୟରେ ଆଲୋଚନା ବିଫଳ ହୋଇଥିଲା । ଆଜି ସକାଳୁ ଶ୍ରମିକ ମାନେ ଆନ୍ଦୋଳନ ଆରମ୍ଭ କରିଥିବା ବେଳେ ପୋଲିସ କିଛି ଆନ୍ଦୋଳନକାରୀ ମାନଙ୍କୁ ଉଠାଇ ନେଇଛି । ଦିର୍ଘ ବର୍ଷ ହେଲା ଏହି ଜମିହରା ପରିବାର ପିଲା ମାନେ ଆଇଓସିଏଲ ର ବିଭିନ୍ନ ବିଭାଗରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି । ପ୍ରତି ୨ କିମ୍ବା ୩ ବର୍ଷରେ ସେମାନଙ୍କ ଦରମା , ଇପିଏଫ, ଇଏସ‌ଆଇ , କ୍ୟାଣ୍ଟିନ ସୁବିଧା ବାବଦରେ ଆଇଓସିଏଲ କତ୍ତୃପକ୍ଷ ଙ୍କ ସହିତ ସେଟେଲମେଣ୍ଟ କରାଯିବା ସହିତ ସେମାନଙ୍କ ଦରମା ରେ ବୃଦ୍ଧି କରାଯାଇଥାଏ । ମାତ୍ର ଏହି ଅବଧି ପୂରଣ ହୋଇଥିଲେ ମଧ୍ୟ ଆଇଓସିଏଲ କତ୍ତୃପକ୍ଷ ଶ୍ରମିକଙ୍କ ଦାବି କୁ ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି ଶ୍ରମିକ । ପ୍ରତିବାଦରେ ଶ୍ରମିକ ମାନେ କାର୍ଯ୍ୟରେ ଯୋଗ ନଦେଇ ଆନ୍ଦୋଳନରେ ବସିଥିବା ଦେଖିବାକୁ ମିଳିଛି । ଅନ୍ୟ ପକ୍ଷରେ ପୋଲିସ ଉଠାଇ ନେଇଥିବା ଆନ୍ଦୋଳନ ରତ ଶ୍ରମିକ ଲକ୍ ଥାନା ପରିସରରେ ଆମରଣ ଅନଶନ ରେ ବସିଥିବା ସୂଚନା ମିଳିଛି ।
© 2026 News Prime Odisha | Content is protected under the Copyright Act, 1957

Comments (0)

Loading comments...