ନୂଆ ଖବର ସବୁ ପଢ଼ିଛି
ଲୋଡ୍ ହେଉଛି...
ଈଶ୍ବରଙ୍କ ବ୍ୟତୀତ କାହାକୁ ଡରେନା | ସ୍ପଷ୍ଟ ଓ ନିରପେକ୍ଷତା ଆମର ପ୍ରୟାସ
Latest News
ଗୁରୁତର ଆହତ ମାନସିକ ଭିନ୍ନକ୍ଷମ ଙ୍କ ସମେତ ୭ ଜଣଙ୍କୁ ଉଦ୍ଧାର କଲା ବ୍ୟାସ ଫାଉଣ୍ଡେସନ ❯❯ ପାରାଦୀପ ବନ୍ଦରର ଅବସରପ୍ରାପ୍ତ ଅଧିକାରୀ ବିଭୂତି ଭୂଷଣ ମହାନ୍ତିଙ୍କ ପରଲୋକ ❯❯ ନବରଙ୍ଗପୁର ଜିଲ୍ଲା ରେ ବେଆଇନି ମଦ ବିକ୍ରି କୁ ବିରୋଧ, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା। ❯❯ ଏଫସିଆଇ ୟୁନିଅନ ଦ୍ବାରା ବର୍ଦ୍ଧିତ ୧୩୨ ଟଙ୍କା କୁ ପ୍ରତ୍ୟାଖ୍ୟାନ କଲା ପାରାଦ୍ଵୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ । ❯❯ ପାରାଦ୍ୱୀପ ରେ ଭୁଶୁଡି ପଡିଛି ଟ୍ରାଫିକି ବ୍ୟବସ୍ତା,ଦୁର୍ଘଟଣା ରେ ଚାଲି ଯାଉଛି ନିରୀହ ଜୀବନ ❯❯ ପାରାଦୀପରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ❯❯ ରାଜ୍ୟ ଦୃଷ୍ଟିବାଧିତ ଓ ପାରା ଜୁଡୋ ଚମ୍ପିୟନସିପ୍ ଉଦଯାପିତ ❯❯ ଅଭିନୟ ଜଗତରେ ନିଷ୍ଠା, ସାଧନା ଓ ସମର୍ପଣର ପାଇଁ ବିଶିଷ୍ଟ ଅଭିନେତା ଶ୍ରୀ ଶ୍ରୀମନ୍ ନାରାୟଣ ମିଶ୍ର ଓଲିଉଡ଼୍ ନିଉଜ ଦ୍ୱାରା ସମ୍ବର୍ଦ୍ଧିତ ❯❯ ଦିଲ୍ଲୀ ପବ୍ଲିକ ସ୍କୁଲର ମୂନ କାର୍ଯ୍ୟକ୍ରମରେ କୂଟନୀତି, ନେତୃତ୍ୱ ଓ ବିଶ୍ୱସ୍ତରୀୟ ଦୃଷ୍ଟିକୋଣ ଉତ୍ସବ ❯❯ ଢିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ତିନିଟି ଗ୍ରାମ ପଞ୍ଚାୟତରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଲକ୍ଷ୍ୟରେ JSW ଉତ୍କଳ ଷ୍ଟିଲ୍ ଓ JSW ଫାଉଣ୍ଡେସନ୍ ପକ୍ଷରୁ ଜରୁରୀକାଳୀନ OPD ସେବା ଆରମ୍ଭ ❯❯

ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ଓ ଜେଏସ୍‌ଡବ୍ଲ୍ୟୁ ଫାଉଣ୍ଡେସନ୍ ପକ୍ଷରୁ ନୋଳିଆସାହି ଗ୍ରାମରେ କଂକ୍ରିଟ୍ ରାସ୍ତାର ଶିଳାନ୍ୟାସ

sumanta swain | 31 Oct 2026 | 10 min read | 50 views

pozecon
News Prime Odisha
ପାରାଦ୍ୱୀପ ( ଏନ. ପି.ଓ ) : ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ଲିମିଟେଡ୍‌ର ସଭାପତି ଶ୍ରୀ ଅନିଲ କୁମାର ସିଂହଙ୍କ ନେତୃତ୍ୱରେ କମ୍ପାନୀ ଏବଂ ଜେଏସ୍‌ଡବ୍ଲ୍ୟୁ ଫାଉଣ୍ଡେସନ୍ ପକ୍ଷରୁ ଢିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଗ୍ରାମୀଣ ଭିତ୍ତିଭୂମିର ବିକାଶ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସାମାଜିକ-ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି ।

ସ୍ଥାନୀୟ ଅଞ୍ଚଳର ଦୀର୍ଘଦିନର ଏକ ମୌଳିକ ଆବଶ୍ୟକତାକୁ ପୂରଣ କରିବା ଉଦ୍ଦେଶ୍ୟରେ ଗଡ଼କୁଜଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନୋଲିଆସାହି ଗ୍ରାମରେ ୨୯୦ ମିଟର ଲମ୍ବ ଓ ୧୨ ଫୁଟ୍ ପ୍ରସ୍ଥ ବିଶିଷ୍ଟ କଂକ୍ରିଟ୍ ରାସ୍ତା ନିର୍ମାଣ ପାଇଁ
ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ଲିମିଟେଡ୍ ଏବଂ ଜେଏସ୍‌ଡବ୍ଲ୍ୟୁ ଫାଉଣ୍ଡେସନ୍ ପକ୍ଷରୁ ଶିଳାନ୍ୟାସ ଉତ୍ସବ ଆୟୋଜନ କରାଯାଇଥିଲା ।

ଏହି ରାସ୍ତା ଗଙ୍ଗାମାତା ମନ୍ଦିରଠାରୁ ଗ୍ରାମର ଶ୍ମଶାନ ପର୍ଯ୍ୟନ୍ତ ସଂଯୋଗ ସ୍ଥାପନ କରିବ। ଦୀର୍ଘଦିନ ଧରି ଶ୍ମଶାନକୁ ଯିବା ପାଇଁ ଗ୍ରାମବାସୀମାନେ ନାନା ସମସ୍ୟାର ସମୁଖୀନ ହୋଇଆସୁଥିଲେ। ବିଶେଷକରି ବର୍ଷା ଋତୁରେ ରାସ୍ତାରେ ଜଳବନ୍ଦୀ, କାଦୁଅ ଓ ଅସମତଳ ପଥ ଯୋଗୁଁ ଯାତାୟାତ ଅତ୍ୟନ୍ତ କଷ୍ଟକର ହୋଇପଡ଼ୁଥିଲା । ଏହି କଂକ୍ରିଟ୍ ରାସ୍ତା ନିର୍ମାଣ ଦ୍ୱାରା ସବୁ ଋତୁରେ ଯାତାୟାତ ସୁବିଧାଜନକ ହେବା ସହ ଗ୍ରାମବାସୀମାନେ ସୁରକ୍ଷିତ ଓ ସହଜରେ ଶ୍ମଶାନରେ ପହଞ୍ଚିପାରିବେ । ଏହାଦ୍ୱାରା ଅନ୍ତିମ ସଂସ୍କାର ଭଳି ଏକ ସମ୍ବେଦନଶୀଳ ସମୟରେ ଗ୍ରାମବାସୀଙ୍କୁ ସମ୍ମାନଜନକ ଓ ସୁବିଧାଜନକ ପରିବେଶ ମିଳିପାରିବ ।

ଏହି ଶିଳାନ୍ୟାସ ଉତ୍ସବରେ ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ଲିମିଟେଡ୍, ପାରାଦୀପର ଉପସଭାପତି ଶ୍ରୀ ମନୋଜ ସିଂହ, ଆସୋସିଏଟ୍ ଉପସଭାପତି ଶ୍ରୀ ମିତ୍ରଭାନୁ ଚୌଧୁରୀ ଏବଂ ଜେଏସ୍‌ଡବ୍ଲ୍ୟୁ ଫାଉଣ୍ଡେସନ୍, ପାରାଦୀପର ସିଏସ୍‌ଆର୍ ମୁଖ୍ୟ ଶ୍ରୀ ଅଭିଜିତ ମହାନ୍ତି ଉପସ୍ଥିତ ଥିଲେ ।

ଏହାସହ ଗଡ଼କୁଜଙ୍ଗ ଗ୍ରାମ ପଞ୍ଚାୟତର ସମାଜସେବୀ ଓ ସ୍ଥାନୀୟ ପ୍ରତିନିଧି ଶ୍ରୀ ଯଦୁନାଥ ଖଟୁଆ, ଶ୍ରୀ ସମ୍ପଦ ବାରିକ, ଶ୍ରୀ କିଶୋରଲାଲ ବେହେରା ଏବଂ ଶ୍ରୀ ଦିବ୍ୟପ୍ରକାଶ ବେହେରାଙ୍କ ସମେତ ଅନ୍ୟାନ୍ୟ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ରହିଥିଲେ ।

ଏହି ପଦକ୍ଷେପ ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ଲିମିଟେଡ୍ ଓ ଜେଏସ୍‌ଡବ୍ଲ୍ୟୁ ଫାଉଣ୍ଡେସନ୍‌ର ସମାଜ କଲ୍ୟାଣ, ଗ୍ରାମୀଣ ଭିତ୍ତିଭୂମିର ବିକାଶ ଏବଂ ସମାବେଶୀ ଅଭିବୃଦ୍ଧି ପ୍ରତି ରହିଥିବା ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଏଭଳି ଜନହିତକର ପଦକ୍ଷେପ ମାଧ୍ୟମରେ ଉଭୟ ସଂସ୍ଥା ସ୍ଥାନୀୟ ଲୋକଙ୍କ ଆବଶ୍ୟକତା ପୂରଣ,
ସମ୍ପ୍ରଦାୟ ସହ ସୁଦୃଢ଼ ସମ୍ପର୍କ ସ୍ଥାପନ ଏବଂ ଆଖପାଖ ଗ୍ରାମଗୁଡ଼ିକର ସ୍ଥାୟୀ ବିକାଶରେ ଯୋଗଦାନ ଦେବାକୁ ଲକ୍ଷ୍ୟ ରଖିଛନ୍ତି ।
© 2026 News Prime Odisha | Content is protected under the Copyright Act, 1957

Comments (0)

Loading comments...