ମାଗଣା ଆୟୁର୍ବେଦ ଚିକିତ୍ସା ଶିବିର ଅନୁଷ୍ଠିତ
News Prime Odisha | 24 Sep 2026 | 3 min read | 59 views
News Prime Odisha
ଜଗତସିଂହପୁର ( ଏନ. ପି.ଓ ) : ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଜାହାନପୁର ସ୍ଥିତ ସୋମନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ନିଶୁକ୍ଳ ଆୟୁର୍ବେଦ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବିଭିନ୍ନ ବିଭାଗର ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ୱାରା ଚିକିତ୍ସା କରାଯାଇ ଥିବାବେଳେ ମାଗଣାରେ ଔଷଧ ବିତରଣ କରାଯାଇଛି । ତେବେ ଗ୍ରାମାଞ୍ଚଳରେ ଏହି ଆୟୁର୍ବେଦ ଚିକିତ୍ସା ଫଳରେ ଶତାଧିକ ଲୋକ ଉପକୃତ ହୋଇପାରିବେ ବୋଲି ଆୟୋଜକ ମାନେ କହିଛନ୍ତି । ତେବେ ଏହି ଶିବିର ରେ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ବ ରୋଗୀ ଉପକୃତ ହୋଇ ଥିବା ବେଳେ ଆଗମୀ ଦିନରେ ଏହିଭଳି ଚିକିତ୍ସା ଜାରି ରହିବ ବୋଲି ଡାକ୍ତର କହିଛନ୍ତି ।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

