ନୂଆ ଖବର ସବୁ ପଢ଼ିଛି
ଲୋଡ୍ ହେଉଛି...
ଈଶ୍ବରଙ୍କ ବ୍ୟତୀତ କାହାକୁ ଡରେନା | ସ୍ପଷ୍ଟ ଓ ନିରପେକ୍ଷତା ଆମର ପ୍ରୟାସ
Latest News
ଗୁରୁତର ଆହତ ମାନସିକ ଭିନ୍ନକ୍ଷମ ଙ୍କ ସମେତ ୭ ଜଣଙ୍କୁ ଉଦ୍ଧାର କଲା ବ୍ୟାସ ଫାଉଣ୍ଡେସନ ❯❯ ପାରାଦୀପ ବନ୍ଦରର ଅବସରପ୍ରାପ୍ତ ଅଧିକାରୀ ବିଭୂତି ଭୂଷଣ ମହାନ୍ତିଙ୍କ ପରଲୋକ ❯❯ ନବରଙ୍ଗପୁର ଜିଲ୍ଲା ରେ ବେଆଇନି ମଦ ବିକ୍ରି କୁ ବିରୋଧ, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା। ❯❯ ଏଫସିଆଇ ୟୁନିଅନ ଦ୍ବାରା ବର୍ଦ୍ଧିତ ୧୩୨ ଟଙ୍କା କୁ ପ୍ରତ୍ୟାଖ୍ୟାନ କଲା ପାରାଦ୍ଵୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ । ❯❯ ପାରାଦ୍ୱୀପ ରେ ଭୁଶୁଡି ପଡିଛି ଟ୍ରାଫିକି ବ୍ୟବସ୍ତା,ଦୁର୍ଘଟଣା ରେ ଚାଲି ଯାଉଛି ନିରୀହ ଜୀବନ ❯❯ ପାରାଦୀପରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ❯❯ ରାଜ୍ୟ ଦୃଷ୍ଟିବାଧିତ ଓ ପାରା ଜୁଡୋ ଚମ୍ପିୟନସିପ୍ ଉଦଯାପିତ ❯❯ ଅଭିନୟ ଜଗତରେ ନିଷ୍ଠା, ସାଧନା ଓ ସମର୍ପଣର ପାଇଁ ବିଶିଷ୍ଟ ଅଭିନେତା ଶ୍ରୀ ଶ୍ରୀମନ୍ ନାରାୟଣ ମିଶ୍ର ଓଲିଉଡ଼୍ ନିଉଜ ଦ୍ୱାରା ସମ୍ବର୍ଦ୍ଧିତ ❯❯ ଦିଲ୍ଲୀ ପବ୍ଲିକ ସ୍କୁଲର ମୂନ କାର୍ଯ୍ୟକ୍ରମରେ କୂଟନୀତି, ନେତୃତ୍ୱ ଓ ବିଶ୍ୱସ୍ତରୀୟ ଦୃଷ୍ଟିକୋଣ ଉତ୍ସବ ❯❯ ଢିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ତିନିଟି ଗ୍ରାମ ପଞ୍ଚାୟତରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଲକ୍ଷ୍ୟରେ JSW ଉତ୍କଳ ଷ୍ଟିଲ୍ ଓ JSW ଫାଉଣ୍ଡେସନ୍ ପକ୍ଷରୁ ଜରୁରୀକାଳୀନ OPD ସେବା ଆରମ୍ଭ ❯❯

ପାରାଦ୍ୱୀପ ବନ୍ଦର ପ୍ରଶାସନିକ ଭବନ ସମ୍ମୁଖରେ ଉଠା ଦୋକାନୀଙ୍କ ଧାରଣା

News Prime Odisha | 22 Sep 2026 | 5 min read | 50 views

pozecon
News Prime Odisha
ପାରାଦ୍ଵୀପ ( ଏନ. ପି.ଓ ) : ପାରାଦ୍ୱୀପ ବିଶ୍ୱକର୍ମା ପୂଜା କୁ ଆସିଥିଲେ ବ୍ୟବସାୟ କରିବାକୁ । ଭଲ ଦୁଇ ପଇସା ରୋଜଗାର ହେବା ଆଶାନେଇ ଖୋଲିଥିଲେ ବେପାର ପସରା । ହେଲେ ବ୍ୟବସାୟ ରେ ପ୍ରଶାସନ କାଳ ସାଜିଲା ବୋଲି ଅଭିଯୋଗ ଆଣି ପାରାଦ୍ୱୀପ ବନ୍ଦର ପ୍ରଶାସନିକ ଭବନ ସମ୍ମୁଖରେ ଧାରଣା ରେ ବସିଛନ୍ତି ପାରାଦ୍ୱୀପ ବିଶ୍ୱକର୍ମା ପୂଜାରେ ପସରା ଖୋଲିଥିବା ସମସ୍ତ ଉଠା ବ୍ୟବସାୟୀ । ଗୋଟିଏ ପଟେ ପାରାଦ୍ୱୀପ ବନ୍ଦର ଇଷ୍ଟେଟ ବିଭାଗ କୁ ଟଙ୍କା ଦେଇ ପ୍ଲଟ କିଣି ଉଠା ଦୋକାନ ପକାଇଥିବା ବ୍ୟବସାୟୀ ମାନଙ୍କ ପାଇଁ ବାଧକ ସାଜିଥିଲା ସମୁଦ୍ର କୂଳରେ ହୋଇଥିବା ମେଳା ସଦୃଶ ୬୦୦ ରୁ ଉର୍ଦ୍ଧ୍ବ ଷ୍ଟଲ । ପାରାଦ୍ୱୀପ ବନ୍ଦର ଇଷ୍ଟେଟ ବିଭାଗ ଠାରୁ ଚଢା ମୂଲ୍ୟରେ କିଣି ମାତ୍ର ତିନିଦିନ ବେପାର ପରେ ଲଘୁଚାପ ଜନିତ ବର୍ଷା ପବନ ପାଇଁ ପ୍ରଶାସନ ତରଫରୁ ବାତ୍ୟା ହେବ ପୂଜା ବନ୍ଦ ଘୋଷଣା କୁ ନେଇ ବ୍ୟବସାୟୀ ମାନେ ମୁଣ୍ଡରେ ହାତ ଦେଇ ବସିବା ସହିତ ପାରାଦ୍ୱୀପ ବନ୍ଦର ପ୍ରଶାସନିକ ଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଗେଟ ବନ୍ଦକରି ଧାରଣା ରେ ବସିଛନ୍ତି । ଯଦି ବେପାର ବନ୍ଦ ତା ହେଲେ ଆମେ ଦେଇଥିବା ଡିପୋଜିଟ ଟଙ୍କା ଆମକୁ ଫେରସ୍ତ କରିବା ଦାବି ନେଇ ଧାରଣା ରେ ବସିଛନ୍ତି ପାରାଦ୍ୱୀପ ବିଶ୍ୱକର୍ମା ପୂଜାରେ ଉଠା ଦୋକାନ ପକାଇଥିବା ସମସ୍ତ ବ୍ୟବସାୟୀ ।
© 2026 News Prime Odisha | Content is protected under the Copyright Act, 1957

Comments (0)

Loading comments...