ପାରାଦୀପ ବିଶ୍ୱକର୍ମା ପୂଜା ମହୋତ୍ସବ : ସ୍ୱୟମ୍ ପାଢ଼ୀ ଙ୍କ ବାଲାମୀ ଚାଉଳ ଓ ତେଲୁଗୁ ସୁନ୍ଦରୀ ଗୀତରେ ମନ୍ତ୍ରମୁଗ୍ଧ ହେଲେ ଦର୍ଶକ
sumanta swain | 21 Sep 2026 | 6 min read | 55 views
News Prime Odisha
ପାରାଦ୍ୱୀପ ( ଏନ. ପି.ଓ ) : ପାରାଦୀପରେ ସପ୍ତାହ ବ୍ୟାପି ଚାଲିଥିବା ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ମହୋତ୍ସବରେ ଅନୁକୂଳ ପାଗ ହେତୁ ଲକ୍ଷାଧିକ ଜନସମାଗମ ଦେଖିବାକୁ ମିଳିଛି l ବିଭିନ୍ନ ପୂଜା କମିଟି ପକ୍ଷରୁ ଦର୍ଶକ ଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ସାଂସ୍କୃତିକ ଓ ମେଲୋଡି କାର୍ଯ୍ୟକ୍ରମ ଆୟୋଜିତ ହେଉଛି l ତେବେ ଭାରତୀୟ ବନ୍ଦର ମଜଦୂର ସଂଘ (ବିବିଏମଏସ) ପକ୍ଷରୁ ଆୟୋଜିତ ପୂଜା ଉତ୍ସବରେ ଆକର୍ଷଣୀୟ କଣ୍ଢେଇ ନାଚ, ରୋବୋର୍ଟ ନାଚ ରେ ପ୍ରବଳ ଜନସମାଗମ ଦେଖିବାକୁ ମିଳୁଛି l ସେହିପରି ତୃତୀୟ ସନ୍ଧ୍ୟାରେ ସଙ୍ଗୀତ ଓ ନୃତ୍ୟରେ ବେଶ୍ ଉତ୍ସବମୁଖର ହୋଇଉଠିଥିଲା। ଏହି ଅବସରରେ ଓଲିଉଡ୍ର ସୁନାମଧନ୍ୟ ଲୋକପ୍ରିୟ କଣ୍ଠଶିଳ୍ପୀ ସ୍ୱୟମ ପାଢ଼ୀଙ୍କ ଗ୍ରୁପ ପକ୍ଷରୁ ଆକର୍ଷଣୀୟ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା। ସ୍ୱୟଂ ପାଢ଼ୀଙ୍କ କଣ୍ଠରେ 'ବାଲାମୀ ଚାଉଳ',‘ଗେଣ୍ଡୁଫୁଲ’, ‘କାଞ୍ଜି ତୋରାଣୀ’, ‘ତେଲୁଗୁ ସୁନ୍ଦରୀ’ ସମେତ ଅନେକ ସୁପରହିଟ୍ ଗୀତ ପରିବେଷଣ ହୋଇଥିଲା। ଲୋକପ୍ରିୟ ଗୀତର ତାଳେ ତାଳେ ଦର୍ଶକମାନେ ଝୁମି ଉଠିଥିବା ବେଳେ ଆକର୍ଷଣୀୟ ନୃତ୍ୟ ପରିବେଷଣ ମଧ୍ୟ ସମସ୍ତଙ୍କୁ ବେଶ୍ ମନୋରଞ୍ଜନ ର ଖୋରାକ ଯୋଗାଇଥିଲା । ଦର୍ଶକଙ୍କ ଉତ୍ସାହରେ ପୂଜା ମଣ୍ଡପ ପରିସର ଦୀର୍ଘ ସମୟ ଧରି ଉତ୍ସବମୁଖର ରହିଥିଲା। ଏହି ସମଗ୍ର ଆୟୋଜନକୁ ସଂଘର ସଭାପତି ରାକେଶ ପଟ୍ଟନାୟକ, ସାଧାରଣ ସମ୍ପାଦକ ଶ୍ରୀକାନ୍ତ ରାଏ, ଉପସଭାପତି ଦେବୀପ୍ରସନ୍ନ ମାଝୀ ଏବଂ ଠିକା କର୍ମଚାରୀ ବିଭାଗ ସମ୍ପାଦକ ମୁରଲୀ ବେହେରାଙ୍କ ସମେତ ସଂଘର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସୁଚାରୁ ଭାବେ ପରିଚାଳିତ ହେଉଛି।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

