ନୂଆ ଖବର ସବୁ ପଢ଼ିଛି
ଲୋଡ୍ ହେଉଛି...
ଈଶ୍ବରଙ୍କ ବ୍ୟତୀତ କାହାକୁ ଡରେନା | ସ୍ପଷ୍ଟ ଓ ନିରପେକ୍ଷତା ଆମର ପ୍ରୟାସ
Latest News
ଗୁରୁତର ଆହତ ମାନସିକ ଭିନ୍ନକ୍ଷମ ଙ୍କ ସମେତ ୭ ଜଣଙ୍କୁ ଉଦ୍ଧାର କଲା ବ୍ୟାସ ଫାଉଣ୍ଡେସନ ❯❯ ପାରାଦୀପ ବନ୍ଦରର ଅବସରପ୍ରାପ୍ତ ଅଧିକାରୀ ବିଭୂତି ଭୂଷଣ ମହାନ୍ତିଙ୍କ ପରଲୋକ ❯❯ ନବରଙ୍ଗପୁର ଜିଲ୍ଲା ରେ ବେଆଇନି ମଦ ବିକ୍ରି କୁ ବିରୋଧ, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା। ❯❯ ଏଫସିଆଇ ୟୁନିଅନ ଦ୍ବାରା ବର୍ଦ୍ଧିତ ୧୩୨ ଟଙ୍କା କୁ ପ୍ରତ୍ୟାଖ୍ୟାନ କଲା ପାରାଦ୍ଵୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ । ❯❯ ପାରାଦ୍ୱୀପ ରେ ଭୁଶୁଡି ପଡିଛି ଟ୍ରାଫିକି ବ୍ୟବସ୍ତା,ଦୁର୍ଘଟଣା ରେ ଚାଲି ଯାଉଛି ନିରୀହ ଜୀବନ ❯❯ ପାରାଦୀପରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ❯❯ ରାଜ୍ୟ ଦୃଷ୍ଟିବାଧିତ ଓ ପାରା ଜୁଡୋ ଚମ୍ପିୟନସିପ୍ ଉଦଯାପିତ ❯❯ ଅଭିନୟ ଜଗତରେ ନିଷ୍ଠା, ସାଧନା ଓ ସମର୍ପଣର ପାଇଁ ବିଶିଷ୍ଟ ଅଭିନେତା ଶ୍ରୀ ଶ୍ରୀମନ୍ ନାରାୟଣ ମିଶ୍ର ଓଲିଉଡ଼୍ ନିଉଜ ଦ୍ୱାରା ସମ୍ବର୍ଦ୍ଧିତ ❯❯ ଦିଲ୍ଲୀ ପବ୍ଲିକ ସ୍କୁଲର ମୂନ କାର୍ଯ୍ୟକ୍ରମରେ କୂଟନୀତି, ନେତୃତ୍ୱ ଓ ବିଶ୍ୱସ୍ତରୀୟ ଦୃଷ୍ଟିକୋଣ ଉତ୍ସବ ❯❯ ଢିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ତିନିଟି ଗ୍ରାମ ପଞ୍ଚାୟତରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଲକ୍ଷ୍ୟରେ JSW ଉତ୍କଳ ଷ୍ଟିଲ୍ ଓ JSW ଫାଉଣ୍ଡେସନ୍ ପକ୍ଷରୁ ଜରୁରୀକାଳୀନ OPD ସେବା ଆରମ୍ଭ ❯❯

ଜଗତସିଂହପୁର ଜିଲ୍ଲାର ୪ଟି ବିଧାନସଭା ନିର୍ବାଚନମଣ୍ଡଳୀର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ

sumanta swain | 21 Sep 2026 | 13 min read | 51 views

pozecon
News Prime Odisha
ଜଗତସିଂହପୁର ( ଏନ. ପି.ଓ ) : ୨୧ ସେପ୍ଟେମ୍ବର ୨୦୨୬: ଗଣତନ୍ତ୍ରର ମହାପର୍ବରେ ପ୍ରତ୍ୟେକ ଭୋଟରଙ୍କ ଅଧିକାରକୁ ସୁନିଶ୍ଚିତ କରିବା ଦିଗରେ ଆଉ ଏକ ପଦକ୍ଷେପ ସ୍ୱରୂପ, ଜଗତସିଂହପୁର ଜିଲ୍ଲାର ୪ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ପ୍ରକ୍ରିୟା ପରେ ଚୂଡ଼ାନ୍ତ ଭୋଟର ତାଲିକା ଆଜି ପ୍ରକାଶ ପାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଜେ ସୋନାଲ ସଦଭାବନା କକ୍ଷରେ ଆୟୋଜିତ ସଭାରେ , ସମସ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ଡେପୁଟି କଲେକ୍ଟର ନିର୍ବାଚନ, sveep ନୋଡାଲ ଅଧିକାରୀ,ବିଭିନ୍ନ ରାଜନୈତିକ ଦଳ ର ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଉପସ୍ଥିତି ରେ ଏହି ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିଛନ୍ତି।
ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଆରମ୍ଭ ସମୟରେ ଜଗତସିଂହପୁର ଜିଲ୍ଲାରେ ମୋଟ ୯୬୪୩୦୧ ଜଣ ଭୋଟର ଥିଲେ। ସଂଶୋଧନ ପ୍ରକ୍ରିୟା ସମୟରେ ୬୫୬୫୯ ଜଣଙ୍କ ନାମ ତାଲିକାରୁ ବାଦ ଦିଆଯାଇଛି। ବର୍ତ୍ତମାନ ଜିଲ୍ଲାରେ ଚୂଡ଼ାନ୍ତ ଭୋଟର ସଂଖ୍ୟା ୯୦୬୮୬୮ ଜଣ ହୋଇଛି।
ତନ୍ମଧ୍ୟରୁ ୧୦୧ ପାରାଦ୍ଵୀପ ନିର୍ବାଚନମଣ୍ଡଳୀରେ ମୋଟ ୨୦୩୪୮୯ ଜଣ, ୧୦୨ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ମୋଟ ୨୩୭୬୫୫ ଜଣ, ୧୦୩ ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀରେ ମୋଟ ୨୫୫୨୨୩ ଜଣ, ୧୦୪ ଜଗତସିଂହପୁର ନିର୍ବାଚନମଣ୍ଡଳୀରେ ମୋଟ ୨୧୦୫୦୧ ଜଣ ଭୋଟର ଙ୍କ ନାମ ଚୂଡ଼ାନ୍ତ ତାଲିକାରେ ପ୍ରକାଶ ପାଇଛି।ଚୂଡ଼ାନ୍ତ ଭୋଟର ତାଲିକା ଅନୁସାରେ ଜିଲ୍ଲାରେ ୪୭୨୭୮୭ ଜଣ ପୁରୁଷ, ୪୩୩୯୯୫ ଜଣ ମହିଳା ଏବଂ ୮୬ ଜଣ ଅନ୍ୟାନ୍ୟ ଭୋଟର ରହିଛନ୍ତି।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୪ଟି ବିଧାନସଭା ନିର୍ବାଚନମଣ୍ଡଳୀର ସମସ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO) ଯଥା ୧୦୧ ପାରାଦ୍ଵୀପ ର ERO ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିରଞ୍ଜନ ବେହେରା,୧୦୨ ତିର୍ତ୍ତୋଲ ର ERO ତଥା ଅତିରିକ୍ତ ଜିଲ୍ଲାପାଳ (ସାଧାରଣ), ଶ୍ରୀ ଜ୍ୟୋତି ଶଙ୍କର ରାୟ,୧୦୪ଜଗତସିଂହପୁର ର ERO ତଥା ଉପଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ , ଡେପୁଟି କଲେକ୍ଟର ନିର୍ବାଚନ ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧି ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ସମସ୍ତ ଭୋଟରଙ୍କୁ ଚୂଡ଼ାନ୍ତ ଭୋଟର ତାଲିକାରେ ନିଜର ନାମ ଓ ଭୋଟର ବିବରଣୀ ଯାଞ୍ଚ କରିନେବାକୁ ଅନୁରୋଧ କରାଯାଇଛି। ଭୋଟର ତାଲିକାରେ କୌଣସି ତ୍ରୁଟି କିମ୍ବା ସଂଶୋଧନର ଆବଶ୍ୟକତା ଥିଲେ, ନିର୍ବାଚନ ଆୟୋଗଙ୍କ ନିର୍ଦ୍ଧାରିତ ନିୟମ ଓ ପ୍ରକ୍ରିୟା ଅନୁସାରେ ଆବେଦନ କରାଯାଇପାରିବ।
ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଯୋଗ୍ୟ ନାଗରିକଙ୍କୁ ଭୋଟର ତାଲିକା ସମ୍ପର୍କରେ ସଚେତନ ରହିବା ସହ ନିଜର ଭୋଟର ବିବରଣୀ ଯାଞ୍ଚ କରିନେବାକୁ ଆହ୍ୱାନ କରାଯାଇଛି।ସ୍ୱତନ୍ତ୍ର ସଘନ ସଂଶୋଧନ , ୨୦୨୬ର ଚୂଡ଼ାନ୍ତ ଭୋଟର ତାଲିକା ରାଜ୍ୟର ସମସ୍ତ ମତଦାନ କେନ୍ଦ୍ରରେ ପ୍ରଦର୍ଶିତ କରାଯାଇଛି। ଏହା ୨୧.୦୯.୨୦୨୬ରୁ ନିର୍ବାଚକ ପଞ୍ଜୀକରଣ ଅଧିକାରୀ (EROs) ଏବଂ ସହକାରୀ ନିର୍ବାଚକ ପଞ୍ଜୀକରଣ ଅଧିକାରୀ (AEROs)ଙ୍କ କାର୍ଯ୍ୟାଳୟରେ ସାଧାରଣ ଜନତାଙ୍କ ପରିଦର୍ଶନ ପାଇଁ ମଧ୍ୟ ଉପଲବ୍ଧ ରହିବ। ଚୂଡ଼ାନ୍ତ ଭୋଟର ତାଲିକାର ନକଲ ମାନ୍ୟତାପ୍ରାପ୍ତ ରାଜନୈତିକ ଦଳଗୁଡ଼ିକୁ ମଧ୍ୟ ପ୍ରଦାନ କରାଯାଇଛି। ଏହା ସହିତ ଚୂଡ଼ାନ୍ତ ଭୋଟର ତାଲିକା ନିର୍ବାଚନ କମିଶନ ତଥା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବସାଇଟ୍‌ଗୁଡ଼ିକରେ ଯଥା: https://voters.eci.gov.in ଏବଂ https://ceoodisha.nic.in  ମଧ୍ୟ ଉପଲବ୍ଧ ହୋଇଛି ।
© 2026 News Prime Odisha | Content is protected under the Copyright Act, 1957

Comments (0)

Loading comments...