ପାରାଦ୍ୱୀପରେ ନୂତନ ବାଲିନୋ କାର୍ ର ଶୁଭ ଉଦ୍ଘାଟନ
News Prime Odisha | 20 Sep 2026 | 3 min read | 53 views
News Prime Odisha
ପାରାଦ୍ଵୀପ ( ଏନ. ପି.ଓ ) : ମାରୁତି ସୁଜୁକିର ପ୍ରତିଷ୍ଠିତ ଶୋ'ରୁମ୍ 'ନାରାୟଣୀ ନେକ୍ସା' ତରଫରୁ ବଜାରକୁ ଆସିଥିବା ନୂଆ ବାଲିନୋ କାର୍ର ଶୁଭ ଉଦ୍ଘାଟନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରାଦ୍ୱୀପ ଶୋ'ରୁମ୍ର ମ୍ୟାନେଜରଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି ଓ ଶୋ'ରୁମ୍ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ସମସ୍ତଙ୍କ ଉପସ୍ଥିତିରେ ଏକ କେକ୍ କଟାଯାଇ ଅତ୍ୟନ୍ତ ଉତ୍ସାହର ସହ ଏହି ନୂତନ ଗାଡ଼ିର ଉନ୍ମୋଚନ କରାଯାଇଥିଲା। ଗ୍ରାହକମାନଙ୍କୁ ଆଧୁନିକ ଜ୍ଞାନକୌଶଳ ଓ ସୁରକ୍ଷିତ ଚାଳନାର ଅନୁଭୂତି ଦେବାରେ ଏହି କାର୍ ବେଶ୍ ସହାୟକ ହେବ ବୋଲି ଶୋ'ରୁମ୍ କର୍ତ୍ତୃପକ୍ଷ ଆଶା ପ୍ରକଟ କରିଛନ୍ତି।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

