ଜମି ବେପାର ନାମରେ ୩ କୋଟି ଠକେଇ
News Prime Odisha | 01 Oct 2026 | 5 min read | 44 views
News Prime Odisha
ପାରାଦ୍ଵୀପ ( ଏନ. ପି.ଓ ) : ଜମି ବେପାର ନାମରେ ୩ କୋଟି ଠକେଇ । ବ୍ୟବସାୟ କରିବା କହି ନେଇଗଲେ ୩ କୋଟି । ଏବେ ଲାଭ ତ ଲାଭ ମୂଳ ବି ମିଳୁନାହିଁ । ମୂଳ ଟଙ୍କା ମାଗିଲେ ଆସୁଛି ଜୀବନରେ ମାରିଦେବାର ଧମକ । ଏଭଳି ଅଭିଯୋଗ ନେଇ ପାରାଦୀପ ଅଭୟଚାନ୍ଦପୁର୍ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଭୂତମୁଣ୍ଡାଇ ଗ୍ରାମର ରାଜେନ୍ଦ୍ର ଦାସ । ସିତାଂଶୁ ମହାପାତ୍ର ଓ ଉମାକାନ୍ତ ପରିଜା ନାମକ ଦୁଇଜଣ ବ୍ୟକ୍ତି ସାଂସୁଦ ଇନଫ୍ରା ନାମକ ଏକ କମ୍ପାନୀ ଖୋଲି ସ୍ଥାନୀୟ ରଙ୍ଗିୟାଗଡ଼ ଗ୍ରାମ ପାଖରେ କିଛି ଜମି କିଣି ତାକୁ ପ୍ଲଟିଂ କରି ବିକ୍ରି କରୁଥିବା ବେଳେ ଉକ୍ତ ବ୍ୟବସାୟରେ ରାଜେନ୍ଦ୍ରଙ୍କୁ ମିଶିବାକୁ ଅଫର ଦେଇଥିଲେ । ବ୍ୟବସାୟରେ ଭାଗୀଦାରୀ କରିବାକୁ ରାଜେନ୍ଦ୍ରଙ୍କ ଠାରୁ ଆକାଉଣ୍ଟ୍ ରେ ଦେଢ କୋଟି ଓ କ୍ୟାସ୍ ଆକାରରେ କୋଟିଏ ଷାଠିଏ ଲକ୍ଷ୍ୟ ନେଇଥିଲେ । କିଛି ମାସ ପରେ ରାଜେନ୍ଦ୍ର ବ୍ୟବସାୟର ଲାଭ କ୍ଷତି ହିସାବ ମାଗିବାରୁ ତାଙ୍କୁ ସେମାନେ ପଇସା ଦେଇ ନଥିଲେ । ରାଜେନ୍ଦ୍ର ନିଜ ଟଙ୍କା ପାଇଁ ଅଡି ବସିବାରୁ ସେ ତାଙ୍କୁ ୩ କୋଟି ୧୦ ଲକ୍ଷ୍ୟ ଟଙ୍କାର ଚେକ୍ ଦେଇଥିଲେ ମଧ୍ୟ ତାହା ଏବେ ବାଉଁଶ । ରାଜେନ୍ଦ୍ର ଟଙ୍କା ମାଗିବାରୁ ତାଙ୍କୁ ଉକ୍ତ ଦୁଇଜଣ ଧମକ ଦେଉଥିବା ବେଳେ ରାଜେନ୍ଦ୍ର ଏନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ପୋଲିସ ଏତଲା ଗ୍ରହଣ କରିବା ସହ ତଦନ୍ତ ଆରମ୍ଭ କରିଛି ।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

