ନୂଆ ଖବର ସବୁ ପଢ଼ିଛି
ଲୋଡ୍ ହେଉଛି...
ଈଶ୍ବରଙ୍କ ବ୍ୟତୀତ କାହାକୁ ଡରେନା | ସ୍ପଷ୍ଟ ଓ ନିରପେକ୍ଷତା ଆମର ପ୍ରୟାସ
Latest News
ଗୁରୁତର ଆହତ ମାନସିକ ଭିନ୍ନକ୍ଷମ ଙ୍କ ସମେତ ୭ ଜଣଙ୍କୁ ଉଦ୍ଧାର କଲା ବ୍ୟାସ ଫାଉଣ୍ଡେସନ ❯❯ ପାରାଦୀପ ବନ୍ଦରର ଅବସରପ୍ରାପ୍ତ ଅଧିକାରୀ ବିଭୂତି ଭୂଷଣ ମହାନ୍ତିଙ୍କ ପରଲୋକ ❯❯ ନବରଙ୍ଗପୁର ଜିଲ୍ଲା ରେ ବେଆଇନି ମଦ ବିକ୍ରି କୁ ବିରୋଧ, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା। ❯❯ ଏଫସିଆଇ ୟୁନିଅନ ଦ୍ବାରା ବର୍ଦ୍ଧିତ ୧୩୨ ଟଙ୍କା କୁ ପ୍ରତ୍ୟାଖ୍ୟାନ କଲା ପାରାଦ୍ଵୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ । ❯❯ ପାରାଦ୍ୱୀପ ରେ ଭୁଶୁଡି ପଡିଛି ଟ୍ରାଫିକି ବ୍ୟବସ୍ତା,ଦୁର୍ଘଟଣା ରେ ଚାଲି ଯାଉଛି ନିରୀହ ଜୀବନ ❯❯ ପାରାଦୀପରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ❯❯ ରାଜ୍ୟ ଦୃଷ୍ଟିବାଧିତ ଓ ପାରା ଜୁଡୋ ଚମ୍ପିୟନସିପ୍ ଉଦଯାପିତ ❯❯ ଅଭିନୟ ଜଗତରେ ନିଷ୍ଠା, ସାଧନା ଓ ସମର୍ପଣର ପାଇଁ ବିଶିଷ୍ଟ ଅଭିନେତା ଶ୍ରୀ ଶ୍ରୀମନ୍ ନାରାୟଣ ମିଶ୍ର ଓଲିଉଡ଼୍ ନିଉଜ ଦ୍ୱାରା ସମ୍ବର୍ଦ୍ଧିତ ❯❯ ଦିଲ୍ଲୀ ପବ୍ଲିକ ସ୍କୁଲର ମୂନ କାର୍ଯ୍ୟକ୍ରମରେ କୂଟନୀତି, ନେତୃତ୍ୱ ଓ ବିଶ୍ୱସ୍ତରୀୟ ଦୃଷ୍ଟିକୋଣ ଉତ୍ସବ ❯❯ ଢିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ତିନିଟି ଗ୍ରାମ ପଞ୍ଚାୟତରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଲକ୍ଷ୍ୟରେ JSW ଉତ୍କଳ ଷ୍ଟିଲ୍ ଓ JSW ଫାଉଣ୍ଡେସନ୍ ପକ୍ଷରୁ ଜରୁରୀକାଳୀନ OPD ସେବା ଆରମ୍ଭ ❯❯

ଗଣେଶ ପୂଜା ମହୋତ୍ସବରେ ସମ୍ବର୍ଦ୍ଧିତ ହେଲେ ପ୍ରତିଭା : ଭସାଣିରେ କମ୍ପିଲା ପାରାଦୀପ

sumanta swain | 26 Sep 2026 | 8 min read | 48 views

pozecon
News Prime Odisha
ପାରାଦ୍ୱୀପ ( ଏନ. ପି.ଓ ) : ବନ୍ଦର ସହର ପରଦୀପରେ ଚଳିତ ବର୍ଷ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଗଜାନନ ଶ୍ରୀ ଗଣେଶ ଙ୍କ ପୂଜା ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି l ଏହି ଅବସରରେ ପୂଜା କମିଟି ମାନଙ୍କ ପକ୍ଷରୁ ଆକର୍ଷଣୀୟ ସାଂସ୍କୃତିକ ଓ ନାମିଦାମୀ କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଏହି ପରିପ୍ରେକ୍ଷୀରେ ପାରାଦୀପ ୟୁଥ କ୍ଲବ ସଭାପତି ପ୍ରତାପ ନାୟକ ଙ୍କ ଆବାହକତ୍ୱରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କରୋନା ମହାମାରୀ ସମୟରେ ଉତ୍ତମ ସେବା ଓ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପାରାଦୀପ ବନ୍ଦର ଚିକିତ୍ସାଳୟ ର ସ୍ୱାସ୍ଥ୍ୟ କର୍ମୀ ପ୍ରଶାନ୍ତ କୁମାର ଲେଙ୍କା (କୁନୁ) ଙ୍କୁ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ସମ୍ବର୍ଦ୍ଧିତ କରିଥିଲେ l ଶୁକ୍ରବାର ସନ୍ଧ୍ୟାରେ ପାଗ ଶୁଖିଲା ରହିଥିଲା l ପୂଜା ମଣ୍ଡପ ରୁ ଶ୍ରୀ ଗଣେଶ ଙ୍କୁ ଉତ୍ସାହ ର ସହ କମିଟି କର୍ମକର୍ତ୍ତା ମାନେ ଶୋଭାଯାତ୍ରାରେ ବିସର୍ଜନ ଘାଟ କୁ ନେଇଥିଲେ l ପାରାଦୀପ ୟୁଥ କ୍ଲବ ସମେତ ସମ୍ରାଟ ମେମୋରିଆଲ କ୍ଳବ ପକ୍ଷରୁ ବାର୍ଷିକ ଗଣେଶ ପୂଜା ଉଦଯାପିତ ହୋଇଯାଇଛି । ପାରାଦୀପର ପୁରାତନ ଯୁବ ସ୍ୱେଚ୍ଛାସେବୀ ସଂଗଠନ ସମ୍ରାଟ ମେମୋରିଆଲ କ୍ଳବ ପକ୍ଷରୁ ବିଗତ ୩୭ ବର୍ଷ ଧରି ଅଗ୍ରପୂଜ୍ୟ ଶ୍ରୀ ଗଣେଷ ପୂଜା ଚଳିତ ମାସ ମହା ଆଡମ୍ବରରେ ସହ ପାଳିତ ହୋଇଯାଇଛି। ଚଳିତ ବର୍ଷ ବହୁବିଧ କାର୍ଯ୍ୟକ୍ରମ ମାଧ୍ୟମରେ ପୂଜା କାର୍ଯ୍ୟ ସମାପିତ ହୋଇ ଥିଲା । ବିଶେଷ କରି ପାରାଦୀପ ଅଞ୍ଚଳର ସମାଜସେବୀ,ସାମ୍ବାଦିକ ଓ ପ୍ରତିଭାବାନ ବ୍ୟକ୍ତି ମାନଙ୍କୁ ମାନପତ୍ର ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଦୀର୍ଘ ବର୍ଷ ଧରି ଶାନ୍ତି ଶୃଙ୍ଖଳା ସହିତ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଗଣେଷ ପୂଜା ଅନୁଷ୍ଠିତ ହୋଇଥାଏ। ଚଳିତ ବର୍ଷ ସେପ୍ଟେମ୍ବର ୧୪ ତାରିଖ ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ମଣ୍ଡପରେ ପୂଜା ହୋଇଥିଲା ଏବଂ ୨୫ ତାରିଖ ଅପରାହ୍ନରେ ଭାଷାଣି ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବକୁ କ୍ଳବ ସଭାପତି ବଂଶୀଧର ବେହେରା, କାର୍ଯ୍ୟକାରୀ ସଭାପତି ମନୋରଞ୍ଜନ ମିଶ୍ର, ଉପ ସଭାପତି ମନୋଜ ମହାନ୍ତି ,ପ୍ରଦୀପ୍ତ ସ୍ୱାଇଁ,ସମ୍ପାଦକ ଅଧିର କୁମାର ସାହୁ, ଯୁଗ୍ମ ସମ୍ପାଦକ କଳ୍ପ ସୁନ୍ଦର ରଣା, କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ଜେନା ସହ କୋଷାଧ୍ୟକ୍ଷ ବିଶ୍ୱନାଥ ଶତପଥୀ ଓ ସମସ୍ତ ସଦସ୍ୟ ମାନେ ପରିଚାଳନା କରିଥିଲେ ।
© 2026 News Prime Odisha | Content is protected under the Copyright Act, 1957

Comments (0)

Loading comments...