ସିଆଇଆଇ ଏସଏଚଇ ଉତ୍କର୍ଷ ଉତ୍ସବରେ ଇଫକୋ ପାରାଦ୍ୱୀପ ୟୁନିଟ କୁ ସମ୍ମାନଜନକ ପୁରସ୍କାର
News Prime Odisha | 25 Sep 2026 | 6 min read | 64 views
News Prime Odisha
ପାରାଦ୍ଵୀପ ( ଏନ. ପି.ଓ ) : ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ ପରିବେଶ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସିଆଇଆଇ ଏସଏଚଇ ଉତ୍କର୍ଷ ଆୱାର୍ଡ ୨୦୨୫-୨୬ ଅବସରରେ ଇଫକୋ ପାରାଦ୍ୱୀପ ୟୁନିଟ କୁ ଦୁଇଟି ସମ୍ମାନଜନକ ପୁରସ୍କାର ହାସଲ କରି ଏକ ମାଇଲଖୁଣ୍ଟ ହାସଲ କରିଛି l ପାରାଦ୍ୱୀପ ୟୁନିଟ୍ ପୂର୍ବାଞ୍ଚଳରେ ଦ୍ଵିତୀୟ ରନର୍-ଅପ୍ ଏବଂ ପରେ ବଡ଼ ଧରଣର ଉତ୍ପାଦନ କ୍ଷେତ୍ର - ଓଡ଼ିଶା ରାଜ୍ୟ ବର୍ଗରେ ପ୍ରଥମ ରନର୍-ଅପ୍ ସ୍ଥାନ ପାଇ ସମ୍ମାନିତ ହୋଇଥିଲା । ଇଫକୋ ପାରାଦ୍ୱୀପ ୟୁନିଟ୍ ମୁଖ୍ୟ ଶ୍ରୀ ଅନିରୁଦ୍ଧ ବିକ୍ରମ ସିଂହଙ୍କ ପକ୍ଷରୁ ଜିଏମ୍ (ଏଫଆଣ୍ଡଏସ) ଶ୍ରୀ ଆର୍. କେ. ସ୍ୱାଇଁ ଏବଂ ଡେପୁଟି ମ୍ୟାନେଜର ଶ୍ରୀ ଆଦିଲ ୱାକର ଏହି ପୁରସ୍କାର ଗ୍ରହଣ କରିଥିଲେ । ସେମାନେ ଏହାକୁ ସିଆଇଆଇ ପୂର୍ବ ଅଞ୍ଚଳ ସୁରକ୍ଷା ଉପ-କମିଟିର ଅଧ୍ୟକ୍ଷ ଶ୍ରୀ ରାଜୀବ ମଙ୍ଗଳଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ । ଏହି ପୁରସ୍କାର ବିତରଣ ଉତ୍ସବ କୋଲକାତାର ନ୍ୟୁ ଟାଉନ୍ ସ୍ଥିତ ବିଶ୍ୱ ବଙ୍ଗଳା ପ୍ରଦର୍ଶନୀ କେନ୍ଦ୍ରରେ ଗୁରୁବାର ଦିନ ଅନୁଷ୍ଠିତ ହୋଇଥିଲା । ଏହି ପୁରସ୍କାର ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ଏବଂ ସୁରକ୍ଷା, ସ୍ୱାସ୍ଥ୍ୟ ତଥା ପରିବେଶ କ୍ଷେତ୍ରରେ ଉତ୍କର୍ଷତାକୁ ପ୍ରୋତ୍ସାହିତ କରିବା ଦିଗରେ ସମ୍ପୂର୍ଣ୍ଣ ଇଫକୋ ପାରାଦ୍ୱୀପ ୟୁନିଟ ଟିମ୍ର ସାମୂହିକ ପ୍ରୟାସ, ଦୃଢ଼ ଟିମ୍ୱାର୍କ ଏବଂ ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ । ଏହି ସଫଳତା ଏକ ଦୃଢ଼ ଏବଂ ପ୍ରଭାବଶାଳୀ ସୁରକ୍ଷା ସଂସ୍କୃତି ଗଠନ ଦିଗରେ ନିରନ୍ତର ଯୋଗଦାନ କରୁଥିବା କର୍ମଚାରୀ ଏବଂ ହିତାଧିକାରୀମାନଙ୍କ ଉତ୍ସର୍ଗୀକୃତ ମନୋଭାବର ଏକ ପ୍ରମାଣ ।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

