ନୂଆ ଖବର ସବୁ ପଢ଼ିଛି
ଲୋଡ୍ ହେଉଛି...
ଈଶ୍ବରଙ୍କ ବ୍ୟତୀତ କାହାକୁ ଡରେନା | ସ୍ପଷ୍ଟ ଓ ନିରପେକ୍ଷତା ଆମର ପ୍ରୟାସ
Latest News
ନିର୍ବାଚନ ସାକ୍ଷରତା କ୍ଲବ୍ (ELC) ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ କୁଇଜ୍ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଆୟୋଜିତ ❯❯ ଆର୍ଥିକ ସାକ୍ଷରତା ଏବଂ ସାଇବର ଠକେଇ ସଚେତନତା ମାଧ୍ଯମରେ ଗ୍ରାମୀଣ ଓଡ଼ିଶାକୁ ସଶକ୍ତ କରୁଛି ବଜାଜ୍ ଫାଇନାନ୍ସ ❯❯ ସମାଜର ଅମୂଲ୍ୟ ସମ୍ପଦ : ବରିଷ୍ଠ ନାଗରିକ ❯❯ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ୨୦୨୬ ପାଳିତ ❯❯ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ❯❯ ଦିନରେ ଚରାଉଥିଲେ ଛେଳି ଓ ଘୁସୁରି , ଆଉ ରାତି ହେଲେ କବାଟ ତାଡି କରୁଥିଲେ ସୁନା ଓ ଟଙ୍କା ଲୁଟ୍ ❯❯ ବିଭିନ୍ନ ଦଫା ଦାବି ନେଇ ଗାଁ ସାଥି ସଙ୍ଘର ବୈଠକ, ଯୋଗଦେଲେ ୪ ଟି ଜିଲ୍ଲାର ଶତାଧିକ ଗାଁ ସାଥି ❯❯ ଅଜଣା ଗାଡି ଧକ୍କାରେ ଯୁବକ ମୃତ୍ୟୁ, କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ ❯❯ କଂଗ୍ରେସର ଭୋଟ ବଞ୍ଚାଅ ଦେଶ ବଞ୍ଚାଅ ଅଭିଯାନ ତଥା ଚୌପାଲ ବୈଠକ ଅନୁଷ୍ଠିତ । ❯❯ ଆଦିଦେବ ଏଣ୍ଟରଟେନମେଣ୍ଟ ର ସିଜନ-୨ ପାରମ୍ପରିକ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଅଡିସନ ❯❯

କଂଗ୍ରେସର ଭୋଟ ବଞ୍ଚାଅ ଦେଶ ବଞ୍ଚାଅ ଅଭିଯାନ ତଥା ଚୌପାଲ ବୈଠକ ଅନୁଷ୍ଠିତ ।

sumanta swain | 15 Nov 2026 | 7 min read | 160 views

pozecon
News Prime Odisha
ପାରାଦ୍ୱୀପ ( ଏନ. ପି.ଓ ) : ଜାତୀୟ କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ଭୋଟ ବଞ୍ଚାଅ ଓ ଦେଶ ବଞ୍ଚାଅ ଅଭିଯାନ ତଥା ଚୌପାଲ ବୈଠକ ଅନୁଷ୍ଠିତ ହେଉଛି ।ଏହି ପରିପ୍ରେକ୍ଷୀରେ ନଭେମ୍ବର ୧୫ ତାରିଖ ଦିନ ପାରାଦ୍ୱୀପ କଂଗ୍ରେସ ପକ୍ଷରୁ ୮ ନମ୍ବର ୱାର୍ଡରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।
ଉକ୍ତ ବୈଠକରେ କଂଗ୍ରେସ ଜିଲ୍ଲା ସଭାପତି ଦେବ ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସମ୍ପ୍ରତି ଦେଶବ୍ୟାପୀ ସାଧାରଣ ଭୋଟର ମାନଙ୍କୁ ସେମାନଙ୍କ ରାଜନୈତିକ ଅଧିକାର ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ସମ୍ପର୍କରେ ସୂଚନା ଦେଇଥିଲେ ଏବଂ ବିଜେପି ସରକାର କିପରି ବେଆଇନ ଭାବେ ସାଧାରଣ ଭୋଟର ମାନଙ୍କ ନାମ କାଟି ଦେଉଛି ଏବଂ ଲୋକଙ୍କୁ ଭୋଟ ଅଧିକାରରୁ ବଞ୍ଚିତ କରୁଛି ସେ ସମ୍ପର୍କରେ ତଥ୍ୟଗତ ପ୍ରମାଣ ଦେଇଥିଲେ ।
ଏହି ପରିପ୍ରେକ୍ଷୀରେ ସାଧାରଣ ଜନତାଙ୍କ ଭୋଟ ଦେବା ଅଧିକାର ବଞ୍ଚାଇ ରଖିବା ପାଇଁ ସଚେତନ କରିଥିଲେ । ବିଶେଷକରି ଏସ ଆଇ ଆର ଅଭିଯାନରେ କିପରି ନିଜ ନିଜ ଭୋଟ ଅଧିକାର ସୁରକ୍ଷିତ ରଖିବା ପାଇଁ ପରାମର୍ଶ ଦେଇଥିଲେ ।ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀ ଜ୍ଞାନେଶ କୁମାର କିପରି ଶାସକ ଦଳର ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି ତାହା ବର୍ଣ୍ଣନା କରିଥିଲେ ଏବଂ ତାଙ୍କୁ ବହିଷ୍କାର କରିବା ପାଇଁ ଦାବି କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ ନେତା ନିରଞ୍ଜନ ନାୟକ, ପାରାଦ୍ୱୀପ ନଗର କଂଗ୍ରେସ ସଭାପତି କେଦାର ନାଥ ବିଶ୍ୱାଳ ,ତ୍ରିନାଥ ମହାନ୍ତି, ଅନିଲି ନାୟକ,ପ୍ରସନ୍ନଜିତ ମାଇତି, କୃପାସିନ୍ଧୁ ଦାସ, ଧରିତ୍ରୀ ସାମଲ, ସସ୍ମିତା ମହାନ୍ତି, ଜ୍ୟୋତ୍ସ୍ନା ବାହାଦୂର ପ୍ରମୁଖ ଯୋଗ ଦେଇ ଚୌପାଲ ବୈଠକର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।
ଏହି ବୈଠକରେ ପାରାଦ୍ୱୀପ ପୌରପାଳିକାର ଶତାଧିକ କର୍ମୀ ଯୋଗ ଦେଇଥିଲେ ।
© 2026 News Prime Odisha | Content is protected under the Copyright Act, 1957

Comments (0)

Loading comments...

ସମ୍ବନ୍ଧିତ ଖବର