ନୂଆ ଖବର ସବୁ ପଢ଼ିଛି
ଲୋଡ୍ ହେଉଛି...
ଈଶ୍ବରଙ୍କ ବ୍ୟତୀତ କାହାକୁ ଡରେନା | ସ୍ପଷ୍ଟ ଓ ନିରପେକ୍ଷତା ଆମର ପ୍ରୟାସ
Latest News
ନିର୍ବାଚନ ସାକ୍ଷରତା କ୍ଲବ୍ (ELC) ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ କୁଇଜ୍ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଆୟୋଜିତ ❯❯ ଆର୍ଥିକ ସାକ୍ଷରତା ଏବଂ ସାଇବର ଠକେଇ ସଚେତନତା ମାଧ୍ଯମରେ ଗ୍ରାମୀଣ ଓଡ଼ିଶାକୁ ସଶକ୍ତ କରୁଛି ବଜାଜ୍ ଫାଇନାନ୍ସ ❯❯ ସମାଜର ଅମୂଲ୍ୟ ସମ୍ପଦ : ବରିଷ୍ଠ ନାଗରିକ ❯❯ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ୨୦୨୬ ପାଳିତ ❯❯ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ❯❯ ଦିନରେ ଚରାଉଥିଲେ ଛେଳି ଓ ଘୁସୁରି , ଆଉ ରାତି ହେଲେ କବାଟ ତାଡି କରୁଥିଲେ ସୁନା ଓ ଟଙ୍କା ଲୁଟ୍ ❯❯ ବିଭିନ୍ନ ଦଫା ଦାବି ନେଇ ଗାଁ ସାଥି ସଙ୍ଘର ବୈଠକ, ଯୋଗଦେଲେ ୪ ଟି ଜିଲ୍ଲାର ଶତାଧିକ ଗାଁ ସାଥି ❯❯ ଅଜଣା ଗାଡି ଧକ୍କାରେ ଯୁବକ ମୃତ୍ୟୁ, କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ ❯❯ କଂଗ୍ରେସର ଭୋଟ ବଞ୍ଚାଅ ଦେଶ ବଞ୍ଚାଅ ଅଭିଯାନ ତଥା ଚୌପାଲ ବୈଠକ ଅନୁଷ୍ଠିତ । ❯❯ ଆଦିଦେବ ଏଣ୍ଟରଟେନମେଣ୍ଟ ର ସିଜନ-୨ ପାରମ୍ପରିକ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଅଡିସନ ❯❯

ବିଭିନ୍ନ ଦଫା ଦାବି ନେଇ ଗାଁ ସାଥି ସଙ୍ଘର ବୈଠକ, ଯୋଗଦେଲେ ୪ ଟି ଜିଲ୍ଲାର ଶତାଧିକ ଗାଁ ସାଥି

News Prime Odisha | 16 Nov 2026 | 6 min read | 19 views

pozecon
News Prime Odisha
ଜଗତସିଂହପୁର ( ଏନ. ପି.ଓ ) : ଜଗତସିଂହପୁର ଜିଲ୍ଲା ପୁନଙ୍ଗ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଜଗତସିଂହପୁର ଜିଲ୍ଲା ଗାଁ ସାଥି ଆନୁକୂଲ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ଜଗତସିଂହପୁର, କେନ୍ଦ୍ରାପଡା, କଟକ ଓ ଯାଜପୁର ଜିଲ୍ଲାର ଶତାଧିକ ଗାଁ ସାଥୀ ମାନେ ଯୋଗ ଦେଇଥିଲେ । ରାଜ୍ୟ ସଭାପତି ଲଷ୍ମୀଧର ବିଶ୍ୱାଳ ଙ୍କ ନେତୃତ୍ୱରେ ଆୟୋଜିତ ଏହି ବୈଠକରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଜିଲ୍ଲା ସ୍ତରୀୟ ସଭାପତି ଓ ସମ୍ପାଦକ ଙ୍କ ଗାଁ ସାଥି ମାନେ ଯୋଗଦେଇ ତାଙ୍କର ବିଭିନ୍ନ ଦାବି ସମ୍ପର୍କରେ ଆଲୋଚନା କରିଥିଲେ । ତେବେ ୨୦୦୮ ରୁ ଏହି ଗାଁ ସାଥି ମାନେ କାର୍ଯ୍ୟ କରି ଆସୁଥିବା ବେଳେ ସରକାର ଙ୍କ ପକ୍ଷରୁ କୌଣସି ପାରିଶ୍ରମିକ ମିଳୁନାହିଁ । ପୂର୍ବ ସରକାର ଙ୍କ ସମୟରେ ଦୀର୍ଘ ବର୍ଷ ହେବ ଆନ୍ଦୋଳନ ପରେ ମଧ୍ୟ ସରକାର ଗାଁ ସାଥି ମାନଙ୍କ କଥା କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ ହୋଇଛି । ତେବେ ସରକାର ପରିବର୍ତ୍ତନ ହୋଇଥିବା ବେଳେ ଗାଁ ସାଥି ଙ୍କ ଦାବି ଉପରେ ସରକାର ନିଷ୍ପତ୍ତି ନେବେ ବୋଲି ନେତୃ ମଣ୍ଡଳୀ ଆଶା ରଖିଛନ୍ତି । ତେବେ ଏହି ବୈଠକରେ ଖଗେଶ୍ବର ନାୟକ, ପ୍ରତାପ ପରିଡ଼ା, ବିଚିତ୍ର କୁମାର ମଲ୍ଲିକ, ଅଶୋକ କୁମାର ଜେନା, ପ୍ରଶାନ୍ତ କୁମାର ସେଠୀ, ପ୍ରତାପ କୁମାର ପଢ଼ିଆରୀ, ସୁରେଶ କୁମାର ସାମଲ, ବିଜୟ କୁମାର ବେହେରା, ଅରୁଣ ଦେବ ବେହେରା, ଅନନ୍ତ ଦାସ, ମହେଶ୍ୱର ପରିଡା, ସୁଚିତ୍ରା ସ୍ବାଇଁ, ରୂପଶ୍ରୀ ଦାସ, ସୁଲୋଚନା ମହାନ୍ତି, ଅନିଲ କୁମାର ଜେନା, ପ୍ରମୁଖ ରାଉତ ପ୍ରମୁଖ ଯୋଗ ଦେଇଥିଲେ ।
© 2026 News Prime Odisha | Content is protected under the Copyright Act, 1957

Comments (0)

Loading comments...